ପୁଣି ବ୍ରାଉନସୁଗାର ଜବତ, ଖୋର୍ଦ୍ଧାରୁ ୨ ବେପାରୀ ଗିରଫ

author img

By

Published : Jun 28, 2022, 5:58 PM IST

ପୁଣି ବ୍ରାଉନ ସୁଗାର ଜବତ, ଖୋର୍ଦ୍ଧାରୁ ୨ ବେପାରୀ ଗିରଫ

ପୁଣି ଜିଲ୍ଲାରୁ ଜବତ ହୋଇଛି ବ୍ରାଉନସୁଗାର । ଚଢାଉ ବେଳେ ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୧୧.୨୮ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଗୋଟେ ବାଇକ ମଧ୍ୟ ଜବତ କରିଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା: ପୁଣି ଜିଲ୍ଲାରୁ ଜବତ ହୋଇଛି ବ୍ରାଉନସୁଗାର । ଚଢାଉ ବେଳେ ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୧୧.୨୮ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଗୋଟେ ବାଇକ ମଧ୍ୟ ଜବତ କରିଛି ।

ମାତିଛନ୍ତି ବ୍ରାଉନସୁଗାର ବେପାରୀ । ପୁଣି ଥରେ ଖୋର୍ଦ୍ଧା ଜିଲ୍ଲାରୁ ଜବତ ହୋଇଛି ବ୍ରାଉନସୁଗାର । ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଖୋର୍ଦ୍ଧା ସଦର ଥାନା ଆଇଆଇସି ଅନିତା ସାହୁଙ୍କ ନେତୃତ୍ବରେ ଏକ ଟିମ ଗଠନ କରିାଯାଇଥିଲା । ନେତୃତ୍ବ ଟିମ ଆଜି (ମଙ୍ଗଳବାର) ଦଧିମାଛଗାଡ଼ିଆ ଠାରେ ଚଢ଼ାଉ କରିଥିଲେ । ଚଢାଉ ସମୟରେ ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବାର ସଫଳ ହୋଇଛି ପୋଲିସ ।

ସେମାନଙ୍କଠାରୁ ୧୧.୨୮ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହିତ ଗୋଟିଏ ବାଇକ ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ସଦର ଥାନାରେ ଏନଡ଼ିପିଏସ ଅନୁଯାୟୀ କେଶ ନମ୍ବର 114/22ରେ ଏକ ମାମଲା ରୁଜୁ କରାଯାଇଛି । ଗିରଫ ବ୍ରାଉନସୁଗାର ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁର ଗ୍ରାମର ରୋହିତ କୁମାର ବେହେରା ଓ ଖୋର୍ଦ୍ଧା ସଦର ଥାନା ଦାଧିମାଛ ଗାଡ଼ିଆ ଗ୍ରାମର ବିଶ୍ବନାଥ ବେହେରା । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.