ଓଡିଶା ମାଟିରେ Thailand ବରକୋଳି: ଉଦାହରଣ ସାଜିଲେ ଦୁଇ ଭାଇ, ଖର୍ଚ୍ଚ କମ ଲାଭ ଅଧିକ !

author img

By

Published : Dec 7, 2021, 8:46 PM IST

ଓଡିଶା ମାଟିରେ ଥାଇଲାଣ୍ଡ କୋଳି ଫଳାଇ ଚର୍ଚ୍ଚାରେ ଦୁଇ ଭାଇ, ସାଜିଛନ୍ତି ଉଦାହରଣ

କଥାରେ ଅଛି ବାଘ ନ ଦେଖିଲେ ବିଲେଇ ଦେଖ । କିନ୍ତୁ ଆମେ କହୁଛୁ ଫଳ ସେଓ ନ ଦେଖିଥିଲେ ଦେଖନ୍ତୁ ଏହି ବରକୋଳି । ଗଛରେ ଫଳିଥିବା ପେନ୍ଥା ପେନ୍ଥା ବରକୋଳି (Red Apollo bar) ସୃଷ୍ଟି କରୁଛି ସେଓ ଫଳର ଭ୍ରମ । ଏହି ବିଦେଶୀ ଫଳକୁ ଓଡି଼ଶା ମାଟିରେ ଫଳାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାନକୁମାରୀ ଗାଁର ସଫଳ ଚାଷୀ ଭାଇ ରମେଶ ଓ ସୁବାସ । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ

ଖୋର୍ଦ୍ଧା: ଗଛରେ ଫଳିଛି ପେନ୍ଥା ପେନ୍ଥା ବରକୋଳି । ଆଉ ଏହି ବରକୋଳି ସୃଷ୍ଟି କରୁଛି ସେଓ ଫଳର ଭ୍ରମ । ଦେଖିବାକୁ ଯେତିକି ଆକୃଷ୍ଟ ଖାଇବାକୁ ମଧ୍ୟ ସେପରି ସ୍ଵାଦିଷ୍ଟ । ପ୍ରତି ଗଛରେ ଭର୍ତ୍ତି ହୋଇ ରହିଛି ବରକୋଳି । ଆଉ ଏତେ ପରିମାଣର ଫଳରେ ଗଛ ଗୁଡିକ ନଇଁ ଯଦି ମାଟିରେ ଲାଗିଗଲାଣି । ହେଲେ ଏ କେଉଁ ସାଧାରଣ ବରକୋଳି ନୁହେଁ, ଏ ହେଉଛି ଥାଇଲାଣ୍ଡର ବରକୋଳି (Thailand Jujube fruit) । ଯାହାକୁ ଆମେ ସାଧାରଣତଃ ଫଳ ଦୋକାନରେ ଦେଖିବାକୁ ପାଇ ଆମେ କିଣିଥାଉ ହେଲେ ଆଜି ଏହି ବିଦେଶୀ ଫଳ ଓଡିଶା ମାଟିରେ ଫଳାଇଛନ୍ତି ବୋଲଗଡ ବ୍ଲକ ସାନକୁମାରୀ ଗାଁର ସଫଳ ଚାଷୀ ରମେଶ କୁମାର ସେନାପତି ।

ଓଡିଶା ମାଟିରେ ଥାଇଲାଣ୍ଡ କୋଳି ଫଳାଇ ଚର୍ଚ୍ଚାରେ ଦୁଇ ଭାଇ, ସାଜିଛନ୍ତି ଉଦାହରଣ



ରମେଶ ଏବଂ ସୁବାସ ଦୁଇଭାଇ ଉଭୟ ସଫଳ ଚାଷୀ ଓ ପନିପରିବା ଚାଷୀ । ହେଲେ ଏସବୁ ଚାଷରେ ଆଶାତୀତ ଲାଭ ନ ପାଇବାରୁ ଦିନେ ନିଜ ମୋବାଇଲରେ ୟୁଟ୍ୟୁବ ଦେଖୁ ଦେଖୁ ହଠାତ୍ ଏପରି ଏକ ଚାଷ ଉପରେ ନଜର ପଡି ନିଜେ ଓଡିଶା ମାଟିରେ କରିବା ପାଇଁ ମନ ବଳାଇଲେ ଆଉ ଏ ନେଇ ୟୁଟ୍ୟୁବ୍ ରୁ ତଥ୍ୟ ହାସଲ କରି ଯୋଗାଯୋଗ କଲେ । ଶେଷରେ କୋଲକାତା ସ୍ଥିତ ଇମେଜ କୃଷି ଉଦ୍ୟାନ ସହିତ ଯୋଗାଯୋଗ ପରେ ପ୍ରଥମେ ନିଜର ପ୍ରାୟ ପାଞ୍ଚ ଏକର ଜମି ପ୍ରସ୍ତୁତ କରି ଚାରୋଟି ଭେରାଇଟ୍‌ ର ଦୁଇ ହଜାର ଥାଇଲ୍ୟାଣ୍ଡ ବରକୋଳି ଆଣି ନିଜ ଚାରି ଏକର ଜମିରେ ଲଗାଇଲେ ।

ତାପରେ ଆବଶ୍ୟକ କମଣି ସହିତ ରମେଶଙ୍କ ସପରିବାର ଲାଗି ପଡ଼ିଲେ ଏହି ଚାଷରେ । ଏହି କୋଳି ଚାଷରେ ବିଶେଷ ଔଷଧର ଆବଶ୍ୟକତା ପଡୁନଥିବା ବେଳେ ଏଥିରେ କମ ଲୋକଙ୍କ ଆବଶ୍ୟକତା ପଡିଥାଏ । ସେହିପରି ଏହି କୋଳି ଗଛ ଥରେ ଲାଗିଲେ ପୁରା ଦଶବର୍ଷ ପର୍ଯ୍ୟନ୍ତ ଆମଦାନୀ କରିହେବ ବୋଲି କହିଛନ୍ତି ଚାଷୀ ରମେଶଙ୍କ ଭାଇ ସୁବାସ ।

ଏଥିରେ ସମୂଦାୟ ଅଢେଇ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ଗୋଟିଏ ଚାରାରୁ ବାର୍ଷିକ 4ରୁ 5 କେଜି ଫଳ ଫଳିଥାଏ । ଏହି ଚାଷରେ ବିଶେଷ ଔଷଧ କିମ୍ବା ଲୋକଙ୍କ ଆବଶ୍ୟକତା ପଡେ ନାହିଁ । ଦୁଇ ଭାଇଙ୍କୁ ପରିବାର ବର୍ଗ ମଧ୍ୟ ସାହାଯ୍ୟ କରନ୍ତି। ଅନ୍ୟପଟେ ଏହି କୋଳି ଗଛ ଲାଗିଲେ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଆମଦାନୀ ହୋଇପାରେ ବୋଲି କହିଛନ୍ତି ସୁବାସ । ଏହାର ବଜାରରେ ଚାହିଦା ରହିଥିବା ବେଳେ କେଜି ପିଛା ଦର ରହିଛି ପ୍ରାୟ 80ରୁ 90 ଟଙ୍କା ।

ତେବେ ଏଥିରୁ ଭଲ ଦୁଇ ପଇସା ଲାଭ ଆଶାରେ ପ୍ରଥମ କରି ଏକ ନୂତନ ଓ ନିଆରା ଫଳ ଫଳାଇବାରେ ସକ୍ଷମ ହୋଇ ଜଣେ ସଫଳ ଚାଷୀ ଭାବେ ସ୍ଥାନୀୟ ଅଞ୍ଚଳରେ ଉଦାହରଣ ସୃଷ୍ଟି କରିଛନ୍ତି ଦୁଇ ଭାଇ ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.