ବରମୁଣ୍ଡା ବସଷ୍ଟାଣ୍ଡରେ ହୁତ୍‌ହୁତ୍‌ ହୋଇ ଜଳିଲା ଯାତ୍ରୀବାହୀ ବସ୍

author img

By

Published : Jan 23, 2023, 4:06 PM IST

Updated : Jan 23, 2023, 4:15 PM IST

Tourist bus caught fire

‘ଖଣ୍ଡାଧାର କୁଇନ୍’ ନାମକ ଏକ ଯାତ୍ରୀବାହୀ ବସରେ ଲାଗିଲା ନିଆଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଧିକ ପଢନ୍ତୁ

Tourist bus caught fire

ଭୁବନେଶ୍ବର: ରାଜଧାନୀରେ ଅଘଟଣ। ବରମୁଣ୍ଡା ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ଯାତ୍ରୀବାହୀ ବସ୍ । ‘ଖଣ୍ଡାଧାର କୁଇନ୍’ ନାମକ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ବରମୁଣ୍ଡା ବସଷ୍ଟାଣ୍ଡରେ ଛିଡା ହୋଇଥିବା ଖଣ୍ଡାଧାର କୁଇନ୍ ନାମକ ଏକ ଯାତ୍ରୀବାହୀ ବସ୍ ରେ ହଠାତ୍ ନିଆଁ ଲାଗି ଯାଇଥିଲା । ଫଳରେ ହୁତହୁତ ହୋଇ ଜଳିଥିଲା ବସ୍ । ଏହା ଦେଖି ଉପସ୍ଥିତ ଲୋକ ସଙ୍ଗେସଙ୍ଗେ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ । ଫଳରେ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ବସ୍‌ଟି 80 ପ୍ରତିଶତ ଜଳିଯାଇଥିବା ବେଳେ ଶେଷରେ ଅନେକ ପରିଶ୍ରମ ପରେ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ ।

ତେବେ ଯାତ୍ରୀବାହୀ ବସ୍‌ରେ ନିଆଁ କିଭଳି ଲାଗିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଥିବା ଅନ୍ୟ ବସ୍‌ଗୁଡ଼ିକ ସୁରକ୍ଷିତ ଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ କାହାର କୌଣସି କିଛି କ୍ଷତି ହୋଇନାହିଁ । ଫଳରେ ଏକ ବିରାଟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ସ୍ଥାନୀୟ ଲୋକେ ।

ଏହା ମଧ୍ୟ ପଢନ୍ତୁ- ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ: 2 ମୃତ, 30 ଆହତ

ପ୍ରକାଶ ଥାଉକି, ସେହିପରି କିଛିଦିନ ପୂର୍ବେ ପୁରୀ ସାକ୍ଷୀଗୋପାଳ ମନ୍ଦିର ନିକଟରେ ଏକ ତୀର୍ଥଯାତ୍ରୀ ବସରେ ନିଆଁ ଲାଗିଥିଲା । ସୌଭାଗ୍ୟ ବଶତଃ ବସରେ କେହି ନ ଥିବାରୁ ଏକ ବଡ ଅଘଟଣ ଟଳି ଯାଇଥିଲା । ମଧ୍ୟପ୍ରଦେଶରୁ କିଛି ପର୍ଯ୍ୟଟକ ବସ୍ ଯୋଗେ ଚାରିଧାମ ଯାତ୍ରା ପାଇଁ ଆସିଥିବା ବେଳେ ସାକ୍ଷୀଗୋପାଳରେ ଏଭଳି ଅଘଟଣ ଘଟଥିଲା । ସେମାନେ ସାକ୍ଷୀଗୋପାଳ ମନ୍ଦିର ପଛପଟେ ରୋଷେଇ କରିବା ପାଇଁ ଗ୍ୟାସ୍ ଲଗାଇ ରୋଷେଇ କରୁଥିଲେ । ହେଲେ ଅସାବଧାନତା ଯୋଗୁଁ ଗ୍ୟାସ୍ ରୁ ନିଆଁ ଲାଗି ନିକଟରେ ଥିବା ବସରେ ନିଆଁ ଲାଗି ଯାଇଥିଲା । ଫଳରେ ବସରେ ଥିବା ପର୍ଯ୍ୟଟକଙ୍କ ଫୋନ୍‌, ନଗଦ ଟଙ୍କା, ପୋଷାକ ଓ ଅଳଙ୍କାର ସମେତ ସମସ୍ତ ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି । ସେହିପରି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 23, 2023, 4:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.