Odisha Assembly: ନିଆଁ ଲିଭାଇବା ପାଇଁ ଉନ୍ନତ ଜ୍ଞାନ କୌଶଲ ବ୍ୟବହାର ହେଉଛି: ଜଙ୍ଗଲ ପରିବେଶ ମନ୍ତ୍ରୀ

author img

By

Published : Mar 15, 2023, 4:34 PM IST

Etv Bharat

ସାରା ରାଜ୍ୟରେ ଜଙ୍ଗଲ ଜଲୁଛି । ଏହାକୁ ନେଇ ଆଜି ବିଧାନସଭା ଶୁନ୍ୟକାଳରେ ବିଜେପି ପକ୍ଷରୁ ଶୀର୍ଷକ ‘‘ନିଆଁ ଲାଗିଛି ଜଙ୍ଗଲରେ, ସରକାର ସୋଇଛନ୍ତି ମହାନିଦ୍ରରେ’’ ମୁଲତବୀ ନୋଟିସ ଅଣାଯାଇଥିଲା । ଆଲୋଚନାରେ ଭାଗନେଇ ଜଙ୍ଗଲ ନିଆଁକୁ ନେଇ ଗର୍ଜିଥିଲେ ବିଜେପି ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ । ଗଣେଶରାମ କହିଥିଲେ ‘‘ ଜଙ୍ଗଲରେ ନିଆଁ କିଏ ଲଗାଇଛି ? ମଣିଷ ନା ଆଉ କିଏ ? ଅଧିକ ପଢନ୍ତୁ

ଆଁ ଲିଭାଇବା ପାଇଁ ଉନ୍ନତ ଜ୍ଞାନ କୌଶଲ ବ୍ୟବହାର ହେଉଛି: ଜଙ୍ଗଲ ପରିବେଶ ମନ୍ତ୍ରୀ

ଭୁବନେଶ୍ବର: ଜଙ୍ଗଲରେ ନିଆଁ କିଏ ଲଗାଇଛି ? ମଣିଷ ନା ଆଉ କିଏ ? ନା ଶିକାରୀ ଶିକାର ପାଇଁ ଲଗାଇଛନ୍ତି ନିଆଁ । ଜଙ୍ଗଲରେ ନିଆଁ ଲାଗିଲେ ପଶୁପକ୍ଷୀ ବନ୍ୟଜନ୍ତୁ ବାହାରକୁ ଆସିଯାଉଛନ୍ତି । ଶିମିଳିପାଲ ଅଭୟାରଣ୍ୟ ସ୍କ୍ବାଡ କରୁଛନ୍ତି କଣ? ସରକାର କହୁଛନ୍ତି 98 ପ୍ରତିଶତ ଫାୟାର ପଏଣ୍ଚ ଲିଭିଗଲାଣି । କିନ୍ତୁ ବାସ୍ତବ ହେଲା ଏବେବି ଜଳୁଛି ଜଙ୍ଗଲ । ଆଜି ବିରୋଧୀ ବିଜେପି ପକ୍ଷରୁ ଆସିଥିବା ମୁଲତବୀ ନୋଟିସ ଆଲୋଚନାରେ ଭାଗ ନେଇ ଏମିତି ସଂଗୀନ ଅଭିଯୋଗ କରିଛନ୍ତି ମୟୁରଭଞ୍ଜ ଯଶୀପୁର ବିଜେପି ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ ।

ସାରା ରାଜ୍ୟରେ ଜଙ୍ଗଲ ଜଲୁଛି । ଏହାକୁ ନେଇ ଆଜି ବିଧାନସଭା ଶୁନ୍ୟକାଳରେ ବିଜେପି ପକ୍ଷରୁ ଶୀର୍ଷକ ‘‘ନିଆଁ ଲାଗିଛି ଜଙ୍ଗଲରେ, ସରକାର ସୋଇଛନ୍ତି ମହାନିଦ୍ରରେ’’ ମୁଲତବୀ ନୋଟିସ ଅଣାଯାଇଥିଲା । ଆଲୋଚନାରେ ଭାଗନେଇ ଜଙ୍ଗଲ ନିଆଁକୁ ନେଇ ଗର୍ଜିଥିଲେ ବିଜେପି ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ । ଗଣେଶରାମ କହିଥିଲେ ‘‘ଜଙ୍ଗଲରେ ନିଆଁ କିଏ ଲଗାଇଛି ? ମଣିଷ ନା ଆଉ କିଏ ? ନା ଶିକାରୀ ଶିକାର ପାଇଁ ଲଗାଇଛନ୍ତି ନିଆଁ । ଜଙ୍ଗଲରେ ନିଆଁ ଲାଗିଲେ ପଶୁପକ୍ଷୀ ବନ୍ୟଜନ୍ତୁ ବାହାରକୁ ଆସିଯାଉଛନ୍ତି । ଶିମିଳିପାଲ ଅଭୟାରଣ୍ୟ ସ୍କ୍ବାଡ କରୁଛନ୍ତି କଣ ? ସରକାର କହୁଛନ୍ତି 98 ପ୍ରତିଶତ ଫାୟାର ପଏଣ୍ଚ ଲିଭିଗଲାଣି । କିନ୍ତୁ ବାସ୍ତବ ହେଲା ଏବେବି ଜଳୁଛି ଜଙ୍ଗଲ ।’’ ବିଜେପିର ଅନ୍ୟତମ ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ସରକାରଙ୍କୁ ଜଙ୍ଗଲ ନିଆଁକୁ ନେଇ ସମାଲୋଚନା କରିଥିଲେ । ମୁକେଶ କହିଥିଲେ ରାଜ୍ୟ ଜଙ୍ଗଲ ଜଳୁଥିବା ବେଳେ, ଏମର୍ଜେନ୍ସୀ ରେସପନ୍ସ ଟିମ କରୁଛି କଣ? ବନ୍ୟଜନ୍ତୁ ପରିଚାଳନା ଯୋଜନା କଣ ଅଛି ? ହାତୀଙ୍କ ଜୀବନ ବଞ୍ଚାଇବା ପାଇଁ କଣ ପଦକ୍ଷେପ ସରକାର ନେଇଛନ୍ତି । ଗତ 10 ବର୍ଷରେ 784 ହାତୀଙ୍କ ମୃତ୍ୟୁ ହେଲାଣି । 50ଟି ମାମଲାର ଚାର୍ଜସିଟ୍‌ ହୋଇନାହିଁ । ଯଦି ନିଆଁ ଲାଗିବା ମନୁଷ୍ୟକୃତ୍ୟ, କାହିଁକି ନିଆଁ ଲଗାଉଥିବା ଲୋକଙ୍କୁ ଗିରଫ କରାଯାଉ ନାହିଁ ।

ଏହାବି ପଢନ୍ତୁ- Budget Session: 5T ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀଙ୍କ ନିଶାନା, କହିଲେ କଣ 5ଟି ସବୁଠୁ ଊର୍ଦ୍ଧ୍ବରେ

ସେହିପରି କଂଗ୍ରେସ ପକ୍ଷରୁ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଜଙ୍ଗଲ ନିଆଁକୁ ନେଇ ଉଦବେଗ ପ୍ରକାଶ କରିବା ସହ ଜଙ୍ଗଲ ବିଭାଗର ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ । ସାଲୁଜା ଅଭିଯୋଗ କରିଥିଲେ ଜଙ୍ଗଲରେ ଗଛ କାଟିବା ପାଇଁ ମାଫିଆଙ୍କୁ ସହଯୋଗ କରୁଛନ୍ତି କର୍ମଚାରୀ । କାମ୍ଫା ଫଣ୍ଡରେ ବନୀକରଣ ନାଁରେ ଅର୍ଥ ଲୁଟ ହେଉଛି । ରେଞ୍ଜରଠାରୁ ଡିଏଫଓ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତିରେ ଲିପ୍ତ ।

ସେପଟେ ଶାସକ ଦଳ ପକ୍ଷରୁ ବିଧାୟକ ଦେବୀ ମିଶ୍ର ଆଲୋଚନାରେ ଭାଗନେଇ ସରକାର ଓ ଜଙ୍ଗଲ ବିଭାଗକୁ ସୁରକ୍ଷା ଦେଇଥିଲେ । ଦେବୀ ମିଶ୍ର କହିଥିଲେ ଜଙ୍ଗଲ ନିଆଁକୁ ନେଇ ବିରୋଧୀ ଆଣିଥିବା ଅଭିଯୋଗ ଭିତ୍ତିହୀନ । ବନାଗ୍ନୀ ମନୁଷ୍ୟକୃତ । ତାହାକୁ ପ୍ରତିହତ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ଶିମିଳିପାଳ ପାଦଦେଶର ଥିବା ଲୋକଙ୍କୁ ସଚେତନ କରାଯାଉଛି । ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ସରକାର ନଜର ରଖିଛନ୍ତି ।

ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି "ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବା ପାଇଁ ସରକାର ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି । ଟାସ୍କଫୋର୍ସ ଗଠନ କରିଯାଇଛି । ଟାସ୍କଫୋର୍ସ ସୁପାରିଶ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲାସ୍ତରରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ ହୋଇଛି । ବର୍ତ୍ତମାନ ସୁଦ୍ଧା ନିଆଁ ଲିଭାଇବା ପାଇଁ ୩୯୯ ନିଆଁ ଲିଭଳି ଦଳ ତଥା ଆଗ୍ନିକଙ୍କୁ ନିୟୋଜିତ କରାଯାଇଛି । ନିଆଁ ଲିଭାଇବା ପାଇଁ ଯାହା ଆବଶ୍ୟକ ଜ୍ଞାନ କୌଶଳ ବ୍ୟବହାର କରାଯାଉଛି ବୋଲି ମନ୍ତ୍ରୀ ବିଧାନସଭାରେ ଉତ୍ତର ଦେଇଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.