ସ୍ବାଭିମାନୀ ଓଡିଆ ଓମେନ୍ସ ୱାର୍ଲ୍ଡ ସଂଗଠନ ମହିଳାଙ୍କ ଅନ୍ନଦାନ

author img

By

Published : May 28, 2023, 7:15 PM IST

swabhimani odia womens world parivaar

AIIMS Hospital ବାହାରେ ଅନ୍ନଦାନ ଦାନ କରିଛନ୍ତି ସ୍ବାଭିମାନୀ ଓଡିଆ ଓମେନ୍ସ ୱାର୍ଲ୍ଡ ସଂଗଠନ । ଅଧିକ ପଢନ୍ତୁ

ସ୍ବାଭିମାନୀ ଓଡିଆ ଓମେନ୍ସ ୱାର୍ଲ୍ଡ ସଂଗଠନ ମହିଳାଙ୍କ ଅନ୍ନଦାନ

ଭୁବନେଶ୍ବର: ଅନ୍ନଦାନ ମହତ ଦାନ । ଏହି ବାର୍ତ୍ତାକୁ ନେଇ ଅନ୍ନଦାନ ଦାନ କରିଛନ୍ତି ସ୍ବାଭିମାନୀ ଓଡିଆ ଓମେନ୍ସ ୱାର୍ଲ୍ଡ ସଂଗଠନ । ଗତକାଲି(ଶନିବାର) ରାତିରେ AIIMS ହସ୍ପିଟାଲ୍‌ ବାହାରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଅନ୍ନଦାନ କରିଛନ୍ତି ଏହି ମହିଳା ସଂଗଠନ । ତେବେ ୫୦୦ରୁ ଅଧିକ ଓଡିଶା ଓ ଓଡ଼ିଶା ବାହାରୁ ଆସୁଥିବା ଗରିବ ଲୋକମାନଙ୍କୁ ଖାଦ୍ୟ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- Story of Sengol:ନୂଆ ସଂସଦର ସ୍ଥାପିତ ହେଲା ରାଜଦଣ୍ଡ, ପରମ୍ପରା ଉପରେ ବିରୋଧୀଙ୍କ ପ୍ରଶ୍ନ

ଏହି ସଂଗଠନ ୧୭ ମାର୍ଚ୍ଚ ୨୦୨୩ରେ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର, କଟକ, ରାଉରକେଲା, ପୁଣେ, ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ଆଦିରେ ଏହି ସଂଗଠନ କାର୍ଯ୍ୟ କରୁଛି । ଏହି ସଂଗଠନ ବିଭିନ୍ନ ସାମାଜିକ ସମସ୍ୟା ଦିଗରେ ସଚେତନତା ସୃଷ୍ଟି କରିବା, ଓଡିଆ ସଂସ୍କୃତି, ପରମ୍ପରା, ଖାଦ୍ୟ, ପ୍ରତିଭା ପ୍ରଦର୍ଶନ କରିବା, ଘରୋଇ ଉଦ୍ୟୋଗୀଙ୍କୁ ସୁଯୋଗ ଦେବା, ଅନ୍ତର୍ନିହିତ ଭାବନାକୁ ସ୍ୱର ଦେବା, ଅସହାୟ ଲୋକଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ବିସ୍ତାର କରିବା ଦିଗରେ କାର୍ଯ୍ୟ କରି ଆସୁଛି । ଆଉ ସେହି ଲକ୍ଷ୍ୟକୁ ନେଇ ଏମ୍ସ୍‌ ଭୁବନେଶ୍ୱରରେ ଗରିବ ଲୋକମାନଙ୍କୁ ଅନ୍ନଦାନ କରିଛି ଏହି ସଂଗଠନ ।

ଏହା ବି ପଢ଼ନ୍ତୁ ଆସନ୍ତାକାଲିଠାରୁ +2 ନାମଲେଖା ପାଇଁ ଆବେଦନ, ଜୁନ ୨୮ ରେ ପ୍ରଥମ ମେରିଟ୍ ଲିଷ୍ଟ

ଅନ୍ୟପଟେ ଏଠାରେ ଟିକେଟ୍‌ ପାଇଁ ଓ ବହୁଦିନ ଧରି ରୋଗୀ ସେବା କରୁଥିବା ଲୋକମାନେ ଏମାନଙ୍କର ଅନ୍ନଦାନକୁ ନେଇ ଧାଡ଼ି ବାନ୍ଧି ଶୃଙ୍ଖଳିତ ଢଙ୍ଗରେ ଆସି ଖାଇବା ନେବା ସହ ସଙ୍ଗଠନକୁ ଧନ୍ୟବାଦ ଜଣାଇଛନ୍ତି । କାରଣ ଅନେକ ଦିନଧରି ହସ୍ପିଟାଲରେ ରହି ଏମାନେ ଅର୍ଥଶୂନ୍ୟ ହୋଇଯାଇଥିବା ବେଳେ ଏଭଳି ସମୟରେ ଏହି ଅନ୍ନଦାନ ସେମାନଙ୍କ ପେଟକୁ ଦାନ ଦେଇଛି । ତେଣୁ ସେମାନେ ଖୁସିଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ସଂସଦ ଭବନ ଲୋକାର୍ପଣ ପାଇଁ ସୁରକ୍ଷା କଡାକଡି: ଦିଲ୍ଲୀରେ ପୋଲିସ ଛାଉଣୀ, ୩ଟା ଯାଏଁ ଗଡିବନି ଗାଡି

ସେପଟେ ମହିଳା ସଂଗଠନ କହିଛି ଯେ, ଆମର ଏ ଅନ୍ନଦାନ ସେବା ଏହି ଲୋକଙ୍କ ପାଇଁ ସମୁଦ୍ରକୁ ସଙ୍ଖେ ହୋଇଥାଇ ପରେ କିନ୍ତୁ ଆମେ ଏମାନଙ୍କର ଖୁସି ଦେଖି ସାମର୍ଥ୍ୟ ମୁତାବକ ସେମାନଙ୍କୁ ଖାଇବାକୁ ଦେଉଛୁ । ଏହି ଅଭିଯାନ ଆଗକୁ ଚାଲିବ । ଏଭଳି ସେବାଦାନକୁ ନେଇ ପ୍ରତି ସଦସ୍ୟ ବେଶ ଖୁସି ଥିବା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.