ସବୁଜ ଶକ୍ତିର ବ୍ୟାପକ ବ୍ୟବହାର ପାଇଁ ରାଜ୍ୟସ୍ତରୀୟ ଷ୍ଟିଅରିଂ କମିଟି ବୈଠକ ଅନୁଷ୍ଠିତ
Published: Mar 16, 2023, 12:48 PM

ସବୁଜ ଶକ୍ତିର ବ୍ୟାପକ ବ୍ୟବହାର ପାଇଁ ରାଜ୍ୟସ୍ତରୀୟ ଷ୍ଟିଅରିଂ କମିଟି ବୈଠକ ଅନୁଷ୍ଠିତ
Published: Mar 16, 2023, 12:48 PM
ପ୍ରଦୂଷଣ ରହିତ ଶକ୍ତିର ଆବଶ୍ୟକତା ତଥା ଏ ସଂକ୍ରାନ୍ତୀୟ ଯୋଜନା ପ୍ରସ୍ତୁତ ଲାଗି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଷ୍ଟିଅରିଂ କମିଟି ବୈଠକ ଅନୁଷ୍ଠିତ ଅନୁଷ୍ଠିତ । ଅଧିକ ପଢନ୍ତୁ
ଭୁବନେଶ୍ବର: ସ୍ୱଚ୍ଛ ତଥା ସବୁଜ ଶକ୍ତିର ବ୍ୟାପକ ବ୍ୟବହାର ଉପରେ ରାଜ୍ୟ ସରକାର କରିଛନ୍ତି ଯୋଜନା ପ୍ରସ୍ତୁତ । ପ୍ରଦୂଷଣ ରହିତ ଶକ୍ତିର ଆବଶ୍ୟକତା ରହିଛି । ଏନେଇ ଯୋଜନା ପ୍ରସ୍ତୁତ ଲାଗି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଷ୍ଟିଅରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକର ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଉକ୍ତ ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ୱଚ୍ଛ ଶକ୍ତି ବ୍ୟବହାର ସଂପର୍କିତ ଯୋଜନା ପ୍ରସ୍ତୁତ ନେଇ ତଥ୍ୟ ଉପସ୍ଥାପନ କରିଥିଲେ।
ଏହା ମଧ୍ୟ ପଢନ୍ତୁ - ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର, ଗୋଡରେ ଲେଖାହୋଇଛି READY BSP DN
ବିଦ୍ୟୁତ, ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ପରିବର୍ତ୍ତେ ସୌର, ପବନ,ଜଳ ଭଳି ନବୀକରଣ ଯୋଗ୍ୟ ଉତ୍ସରୁ ଉତ୍ପନ୍ନ ଶକ୍ତିକୁ ବ୍ୟବହାର କରିବା ଉପରେ ସେ ଆଲୋକପାତ କରିଛନ୍ତି । ଏହା ଦ୍ୱାରା ରାଜ୍ୟରେ ଶକ୍ତି ସଂରକ୍ଷଣ ଲକ୍ଷ୍ୟ ହାସଲ ହୋଇ ପାରିବ । କୃଷି, ମତ୍ସ୍ୟ, ପରିବହନ, ଶିଳ୍ପ, ନଗର ଉନ୍ନୟନ ଏବଂ ପର୍ଯ୍ୟଟନ ଭଳି ଆଦି କ୍ଷେତ୍ରରେ ସ୍ୱଚ୍ଛ ଶକ୍ତିର ବ୍ୟାପକ ବ୍ୟବହାର ହୋଇପାରିବ । ତେବେ ରାଜ୍ୟରେ ଶକ୍ତି ସଂରକ୍ଷଣର ଆବଶ୍ୟକତା ରହିଛି । ସ୍ୱଚ୍ଛ ତଥା ସବୁଜ ଶକ୍ତି ବ୍ୟବହାର ଆଜିର ସମୟର ଆହ୍ୱାନ ରହିଛି । ଏ ସଂକ୍ରାନ୍ତୀୟ ଯୋଜନା ପ୍ରସ୍ତୁତି ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ- Earthquake hits in New Zealand: ୭.୧ ତୀବ୍ରତାରେ ଥରିଲା ନ୍ୟୁଜିଲାଣ୍ଡ, ସୁନାମି ଆଲର୍ଟ ଜାରି
ଏ ସଂପର୍କିତ ଯୋଜନା ଆସନ୍ତା ଏକ ମାସ ମଧ୍ୟରେ ପ୍ରସ୍ତୁତ କରିବାକୁ ବିଭାଗୀୟ ସଚିବ ମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ସେପଟେ ଶକ୍ତି ସଞ୍ଚାଳନ ଏବଂ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଏବଂ ଜର୍ମାନୀ ସ୍ଥିତ ଜି.ଆଇ.ଜେଡ ସଂସ୍ଥା ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଉକ୍ତ ସଂସ୍ଥା ସମସ୍ତ ପ୍ରକାର ବୈଷୟିକ ସହାୟତା ପ୍ରଦାନ କରିବ । ତେବେ ଏହି ବୈଠକରେ ଇସ୍ପାତ ଏବଂ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ଅର୍ଥ ସଚିବ ବିଶାଲ କୁମାର ଦେବ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର
