ଏମିତି ବି ଆସେ ମୃତ୍ୟୁ ! ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ, 2 ମୃତ

author img

By

Published : Jul 1, 2022, 10:52 AM IST

severe accident in khordha

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶୋଇଥିବାବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ । ଏହି ଦୁର୍ଘଟଣାରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶୋଇଥିବାବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ । ଏହି ଦୁର୍ଘଟଣାରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସୋଇଥିବା ବେଳେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ: 2 ମୃତ 3 ଗୁରୁତର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟରେ ଚାଲୁଥିବା ଓଭରବ୍ରିଜ କାର୍ଯ୍ୟରେ ପଶ୍ଚିମବଙ୍ଗରୁ ଆସିଥିବା ଶତାଧିକ ଶ୍ରମିକ ନିଜ ପରିବାର ଧରି ନିର୍ମାଣଧୀନ ପୋଲ ତଳେ କ୍ୟାମ୍ପ କରି ରହୁଥିଲେ । ଆଜି ସକାଳୁ ଏକ ବାଲି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଶ୍ରମିକ କ୍ୟାମ୍ପ ଆଡ଼କୁ ମାଡ଼ି ଯାଇଥିଲା । ଶୋଇଥିବା ଅବସ୍ଥାରେ ଶ୍ରମିକ ମାନେ ଟ୍ରକ ତଳେ ଚାପି ହୋଇଯାଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ସହାୟତାରେ ମୃତାହତ ଲୋକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.