ରାଜ୍ୟରେ ନୂଆ ନୂଆ ସେଲ୍ଫ ଫାଇନାସିଂ କୋର୍ସ: ଅଧ୍ୟାପକ ଅଭାବରୁ କମୁଛି NAAC ଗ୍ରେଡ୍
Published: May 26, 2023, 8:16 PM


ରାଜ୍ୟରେ ନୂଆ ନୂଆ ସେଲ୍ଫ ଫାଇନାସିଂ କୋର୍ସ: ଅଧ୍ୟାପକ ଅଭାବରୁ କମୁଛି NAAC ଗ୍ରେଡ୍
Published: May 26, 2023, 8:16 PM
ରାଜ୍ୟରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଦିନକୁ ଦିନ ଖୋଲିବାରେ ଲାଗିଛି ନୂଆ ନୂଆ ସେଲ୍ପ ଫାଇନାସିଂ କୋର୍ସ । ହେଲେ ଅଧ୍ୟାପକ ଅଭାବ ଯୋଗୁଁ NAAC ଗ୍ରେଡ୍ କମିବାରେ ଲାଗିଛି । ଅତିଥି ଅଧ୍ୟାପକରେ ଚାଲିଛି ପାଠପଢା । ଅଧିକ ପଢନ୍ତୁ
ଭୁବନେଶ୍ବର: ରାଜ୍ୟରେ ଅଧାରୁ ଅଧିକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ନାହାନ୍ତି ଅଧ୍ୟାପକ । କେବଳ ଅତିଥି ଅଧ୍ୟାପକରେ ଚାଲୁଛି ପାଠପଢା। ଏପଟେ କିନ୍ତୁ ଦିନକୁ ଦିନ ଖୋଲିବାରେ ଲାଗିଛି ନୂଆ ନୂଆ ସେଲ୍ପ ଫାଇନାସିଂ କୋର୍ସ। ଅନେକ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ପଦବୀ ଅଧିକ ଖାଲି ଥିବାରୁ NAAC ଗ୍ରେଡ କମିବାରେ ଲାଗିଛି। ଏହାରି ଭିତରେ ଦିନକୁ ଦିନ ନୂଆ ନୂଆ ସେଲ୍ପ ଫାଇନାସିଂ କୋର୍ସ ଖୋଲୁଛି । ଯେଉଁଠାରେ ଅଧ୍ୟାପକ ନାହାନ୍ତି ସେଠାରେ ଅନେକ ବିଷୟରେ ସେଲ୍ପ ଫାଇନାସିଂ କୋର୍ସ ଆରମ୍ଭ କରାଯାଉଛି ।
ଏନେଇ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି ଯେ, ଯେଉଁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ନୂଆ ବିଷୟ ଖୋଲିବା ପାଇଁ ପ୍ରସ୍ତାବ ଆସୁଛି ସେ ସବୁକୁ ଅନୁମୋଦନ କରାଯାଉଛି । କାରଣ ବିଭାଗ ଚାହୁଞ୍ଚି ଯେ, ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ରାଜ୍ୟ ବାହାରକୁ ଯାଅନ୍ତୁ ନାହିଁ । କିଭଳି ଭାବରେ ପିଲାମାନେ ନିଜ ରାଜ୍ୟରେ ଶିକ୍ଷା ଲାଭ କରିପାରିବେ ସେନେଇ ବିଭାଗ ପଦକ୍ଷେପ ନେଉଛି ।
ବିଗତ 4 ବର୍ଷରେ ବିଶ୍ବବିଦ୍ୟାଳୟରେ 175 ପ୍ରଫେସର / ଆସୋସିଏଟ ପ୍ରଫେସର, ସରକାରୀ ତାଲିମ ମହାବିଦ୍ୟାଳାୟରେ 321 ଆସିଷ୍ଟାଣ୍ଟ ପ୍ରଫେସର, ସରକାରୀ ସାଧାରଣ ମହାବିଦ୍ୟାଳୟରେ 125 ଆସିଷ୍ଟାଣ୍ଟ ପ୍ରଫେସର, ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ 3882 ଅଧ୍ୟାପକ ଏବଂ 324 ଜଣ ଲାବରୋଟାରୀ ସହାୟକ ଏବଂ ଜୁନିୟର ଟିଚରଙ୍କୁ ନିଯୁକ୍ତି କରାଯାଇଛି । ଆଗକୁ ମଧ୍ୟ ନିଯୁକ୍ତି ପକ୍ରିୟା ଜାରି ରହିଛି । ଯେଉଁ ଯେଉଁ କଲେଜରେ ଅଧ୍ୟାପକ ପଦବୀ ଖାଲି ରହିଛି ସେଗୁଡିକ ଖୁବଶୀଘ୍ର ପୂରଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ତେବେ ପ୍ରଥମ କରି ଅଧ୍ୟାପକଙ୍କ ନିଯୁକ୍ତିକୁ ଧ୍ୟାନ ଦେବା ଆବଶ୍ୟକ। କାରଣ NAAC ଗ୍ରେଡ କମିବାରେ ଏକ ପ୍ରମୁଖ କାରଣ ହେଉଛି ହେଉଛି ଅଧ୍ୟାପକଙ୍କ ଅଭାବ। ସେଲ୍ଫ ଫାଇନାସିଙ୍ଗ ବିଷୟରେ ପାଠ ପଢାଉଥିବା ଅଧ୍ୟାପକଙ୍କୁ ନିଯୁକ୍ତି କରନ୍ତୁ । ଯାହା ଫଳରେ ସେମାନେ ରେଗୁଲାର ଭାବରେ କ୍ଳାସ୍ କରିପାରିବେ ବୋଲି ଦାବି କରିଛନ୍ତି ସେଲ୍ଫ ଫାଇନାସିଂ ଛାତ୍ର ।
ଏଥିସହ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଷ୍ଟ ପ୍ରଫେସର ଅଧାରୁ ଅଧିକ ପଦ ଖାଲି ପଡ଼ି ରହିଛି । ରାଜ୍ୟର ୧୨ଟି ସରକାରୀ ବିଶ୍ବବିଦ୍ୟାଳୟରେ ପାଖାପାଖି ଏକ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ଓ ଅଣଶିକ୍ଷକ ପଦ ଖାଲି ପଡ଼ିଛି । ଉତ୍କଳ ବିଶ୍ବବିଦ୍ୟାଳୟରେ ୨୫୭ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦରୁ ୧୨୯ଟି ରହିଛି । ସେହିଭଳି ୯୮୦ ଅଣଶିକ୍ଷକ ପଦରୁ ୬୬୭ଟି ପଦବୀ ରହିଛି । ସେହିପରି ରେଭେନ୍ସାରେ ୨୬୭ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦରୁ ୧୫୩ ପଦବୀ ରହିଥିବାବେଳେ ସମ୍ବଲପୁରରେ ୧୫୩ ଶିକ୍ଷକ ପଦରୁ ୯୯ ଟି ପଦବୀ ରହିଛି ।
ଏମିତିକି ବ୍ରହ୍ମପୁରରେ ୧୯୬ ଶିକ୍ଷକ ପଦରୁ ୮୬ ଜଣ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ୪୫ ଶିକ୍ଷକ ପଦରୁ ୧୯ ଜଣ, ଗଙ୍ଗାଧର ମେହର ବିଶ୍ବବିଦ୍ୟାଳୟରେ ୧୪୪ ଶିକ୍ଷକ ପଦରୁ ୭୦ ଜଣ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୧୩୮ ଶିକ୍ଷକ ପଦରୁ ୭୮ ଜଣ, ଫକୀର ମୋହନ ବିଶ୍ବବିଦ୍ୟାଳୟରେ ୧୧୭ ଶିକ୍ଷକ ପଦରୁ ୪୪ ଜଣ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ୧୧୫ ଜଣ ଶିକ୍ଷକ ପଦରୁ ୭୬ ଟି ଶିକ୍ଷକ ପଦବୀ ଖାଲି ରହିଛି ।
ଇଟିଭି ଭାରତ, ଭୁବନେଶ୍ବର
