୨୩ ବର୍ଷରେ ବଜେଟ ୨୫ ଗୁଣା ବୃଦ୍ଧି ପାଇଛି: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

author img

By

Published : May 29, 2023, 9:55 PM IST

ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ପରବର୍ତ୍ତୀ ପ୍ରେସମିଟ୍‌

ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ସାମ୍ବାଦିକ ସମ୍ମିଳନୀରେ ୨୦୧୯ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଏବଂ ଲକ୍ଷ୍ୟ ପୂରଣ ନେଇ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ପରବର୍ତ୍ତୀ ପ୍ରେସମିଟ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଯୋଗ ଦେଇଥିଲେ । ଏହାପରେ ସାମ୍ବାଦିକ ସମ୍ମିଳନୀରେ ୨୦୧୯ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଏବଂ ଲକ୍ଷ୍ୟ ପୂରଣ ନେଇ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ସୂଚନା ଦେଇଛନ୍ତି । ୨୦୦୦ ମସିହାରେ ୩୦୫ କୋଟି ଟଙ୍କା ବଜେଟ୍ ଥିଲା । ଏବେ ଏହା ବୃଦ୍ଧି ପାଇ ୭୫୦୦ କୋଟିରେ ପହଞ୍ଚିଛି । ୨୩ ବର୍ଷରେ ବଜେଟ ୨୫ ଗୁଣା ବୃଦ୍ଧି ପାଇଛି । ସମୁଦାୟ ୨୨୪୧ଟି ସେତୁ ନିର୍ମାଣ ସରିଛି । ସେହିଭଳି ୧ ଲକ୍ଷ ୩ ହଜାର ୭୩୧ କିଲୋମିଟର ରାସ୍ତା ନିର୍ମାଣ ହୋଇଛି ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୦୧୯ ନିର୍ବାଚନ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଏବଂ ଅନ୍ୟାନ୍ୟ ରାଜ୍ୟ ଯୋଜନା ଅଧିନରେ ୩ ହଜାର କିମି ସଡ଼କ ନିର୍ମାଣ ପ୍ରସ୍ତାବ ରହିଥିଲା । ହେଲେ ୬ ହଜାର ୨୪୭ କିମି ରାସ୍ତା ନିର୍ମାଣ ହୋଇଛି । ମାର୍ଚ୍ଚ ୨୦୨୪ ସୁଦ୍ଧା ଆଉ ୬ ହଜାର କିମି ରାସ୍ତା ନିର୍ମାଣ ପାଇଁ ବିଭାଗ ଲକ୍ଷ୍ୟ ରଖିଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ୪୩ ହଜାର କିମି ମଧ୍ୟରୁ ୩୩ ହଜାର ୩୨୬ କିମି ରାସ୍ତାର ଉନ୍ନତୀକରଣ ହୋଇଛି । ୨୦୨୪ ମାର୍ଚ୍ଚ ସୁଦ୍ଧା ଖାଲଖମା ମୁକ୍ତ ରାସ୍ତା ଏବଂ ଗମନାଗମନକୁ ସୁନିଶ୍ଚିତ କରିବା ପାଇଁ ୫୦ ହଜାର କିମି ରାସ୍ତାର ଗୁଣବତ୍ତାରେ ଉନ୍ନତି ଆଣିବାକୁ ବିଭାଗ ଚେଷ୍ଟା କରୁଛି । ୧୮ ହଜାର ୧୬୧ଟି ଗ୍ରାମଞ୍ଚଳକୁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇ ସଂଯୋଗ କରାଯାଇଛି ।

ସେହିଭଳି ଶିକ୍ଷା, ସ୍ବାସ୍ଥ୍ୟ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ରାଜସ୍ବ ବିଭାଗର ୧୬୪ଟି କୋଠା ବାଡି ନିର୍ମାଣ ହୋଇଛି । ୨୦୨୪ ଶେଷ ସୁଦ୍ଧା ଆଉ ୧୮୬ଟି କୋଠା ବାଡି ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ବିଜୁ ସେତୁ ଯୋଜନାରେ ୭୫୦ଟି ସେତୁ ନିର୍ମାଣର ଲକ୍ଷ୍ୟ ଥିବାବେଳେ ୬୭୯ଟି ସେତୁ ନିର୍ମାଣ ସରିଛି । ମାର୍ଚ୍ଚ ୨୦୨୪ ଶେଷ ସୁଦ୍ଧା ୯୦୦ଟି ସେତୁ ସମ୍ପୂର୍ଣ୍ଣ ନିର୍ମାଣ କରାଯିବ । ପ୍ରାଧାମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୨୭ ହଜାର ୦୭୯ କିମି ରାସ୍ତା ନିର୍ମାଣ କରାଯାଇଛି । ମାର୍ଚ୍ଚ ୨୦୨୪ ଶେଷ ସୁଦ୍ଧା PMSY ଅଧୀନରେ ୭୬୪୩ କିମି ରାସ୍ତା ନିର୍ମାଣ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.