Assembly Update: ଚାଷୀ ପ୍ରସଙ୍ଗରେ ବିଧାନସଭା ବାହାରେ ଶାସକ-ବିରୋଧୀଙ୍କ ବିକ୍ଷୋଭ

author img

By

Published : Nov 25, 2022, 12:13 PM IST

Assembly Update: ଚାଷୀ ପ୍ରସଙ୍ଗରେ ବିଧାନସଭା ବାହାରେ ଶାସକ-ବିରୋଧୀଙ୍କ ବିକ୍ଷୋଭ

ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ । ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିବା ପରେ ବିଧାନସଭା ବାହାରେ ବିକ୍ଷୋଭ ପ୍ରଦର୍ଶନ କଲେ ଉଭୟ ଶାସକ ଓ ବିରୋଧି ଦଳ । ଅଧିକ ପଢନ୍ତୁ

ଭୁବନେଶ୍ବର: ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ । ଗୃହ ଆରମ୍ଭରୁ ଚାଷୀଙ୍କ ପ୍ରସଙ୍ଗ ଉଠାଇ ବିକ୍ଷୋଭ କରିଛନ୍ତି 3 ରାଜନୈତିକ ଦଳ । ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ମୋସନ ଦାବି କରିଛି ବିଜେପି । ବାଚସ୍ପତି ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଏହାପରେ ପୋଷ୍ଟର ଓ ବ୍ୟାନର ଧରି ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ ପ୍ରଦର୍ଶନ କରିଛି ଶାସକ ବିଜେଡି । ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ଦର 2930 ଟଙ୍କା କରିବାକୁ ଓଡିଶା ବିଧାନସଭାରେ ଆସିଥିବା ସଙ୍କଳ୍ପକୁ କେନ୍ଦ୍ର ଗ୍ରହଣ କରିବାକୁ ଦାବି କରିଛି ।

ଏହାମଧ୍ୟ ପଢନ୍ତୁ: ଗୃହରେ ଚାଷୀ ପ୍ରସଙ୍ଗ, ଧୋଇଗଲା ପ୍ରଶ୍ନକାଳ

ଚାଷୀ ପ୍ରସଙ୍ଗରେ ବିଧାନସଭା ବାହାରେ ଶାସକ-ବିରୋଧୀଙ୍କ ବିକ୍ଷୋଭ

ବିଜେଡି ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାର ଠିକ୍ ସମୟରେ ଏବଂ ସଠିକ୍ ପରିମାଣରେ ସାର ଓଡିଶାର ଚାଷୀଙ୍କୁ ଦେଉନାହାନ୍ତି । ବଳକା ଚାଉଳ ଉଠାଇବା କେନ୍ଦ୍ରର ଦାୟିତ୍ୱ । କିନ୍ତୁ ସେମାନେ ବଳକା ଚାଉଳ ଉଠାଉ ନାହାନ୍ତି । ଯାହାକି ଓଡିଶାର ଚାଷୀଙ୍କୁ ପ୍ରଭାବିତ କରୁଛି । ଓଡ଼ିଶାର କୃଷକମାନଙ୍କୁ ଫସଲ ବୀମା ଦେଲେ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିବା, ନିୟମିତ ଭାବେ ଯୋଗାଯୋଗ କରିବା ଏବଂ ଏଥିସହିତ ଚାଷୀଙ୍କ କ୍ରୋଧକୁ ଦେଖି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଶେଷରେ ଫସଲ ବୀମା ଅର୍ଥ ଦେବାକୁ ରାଜି ହେଲେ ବୋଲି ଦଳ କହିଛି । ଅନ୍ୟପଟେ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧି କରି ବିଧାନସଭା ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.