BMCର କର୍ପୋରେସନ ବୈଠକରେ ଗର୍ଜିଲେ କର୍ପୋରେଟର, ବାହାରକୁ ଆସିବ କି ବଡ ଘୋଟଲା ?

author img

By

Published : Nov 24, 2022, 9:04 AM IST

କର୍ପୋରେସନ ବୈଠକ

ସ୍ମାର୍ଟସିଟି ପ୍ରକଳ୍ପକୁ ନେଇ ଅନ୍ଧାରରେ ବିଏମସି କର୍ପୋରେଟର(BMC corporation meeting) । ପ୍ରକଳ୍ପ କାର୍ଯ୍ୟ କେଉଁଠି ଆଉ କେତେ ହୋଇଛି ତାହାକୁ ନେଇ ପ୍ରଶ୍ନ ଉଠିଥିଲା । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ସ୍ମାର୍ଟସିଟି ପ୍ରକଳ୍ପକୁ ନେଇ ଅନ୍ଧାରରେ ବିଏମସି କର୍ପୋରେଟର । ପ୍ରକଳ୍ପ କାର୍ଯ୍ୟ କେଉଁଠି ଆଉ କେତେ ହୋଇଛି ତାହାକୁ ନେଇ ପ୍ରଶ୍ନ ଉଠିଥିଲା । ବିଏମସିର କାର୍ଯ୍ୟ ସମ୍ପର୍କରେ ଅଧିକାଂଶ କର୍ପୋରେଟର ଅବଗତ ନାହାନ୍ତି । ସ୍ମାର୍ଟସିଟି ପ୍ରକଳ୍ପର ଏହି ଦ୍ଵନ୍ଦ୍ବକୁ ନେଇ କର୍ପୋରେଟର ପ୍ରଶ୍ନ କରିଛନ୍ତି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ(BMC corporation meeting) ।

କର୍ପୋରେସନ ବୈଠକ

ଏଭଳି ଦ୍ବନ୍ଦ୍ବକୁ ନେଇ ବୁଧବାର ବିଏମସିର କର୍ପୋରେସନ ବୈଠକ ହୋଇଥିଲା । ବୈଠକରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ସ୍ମାର୍ଟସିଟି ପକ୍ଷରୁ ହାତକୁ ନିଆଯାଇଥିବା ଉନ୍ନୟନମୂଳକ କାର୍ଯ୍ୟ ଶିଶୁଭବନ ଛକ ଠାରୁ ବାଣୀବିହାରରେ ସୀମିତ ରହିଯାଇଛି । ସେହିଭଳି ଶହୀଦନଗର, ସତ୍ୟନଗର, ଖାରବେଳ ନଗର, ଅଶୋକ ନଗର ବାପୁଜୀ ନଗର କେବଳ 5ଟି ଅଞ୍ଚଳ ମଧ୍ୟରେ ସୀମିତ ରହିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଅବଗତ ହେବା ପରେ କର୍ପୋରେଟରଙ୍କ ହୋସ୍‌ ଉଡିଯାଇଛି । ସ୍ମାର୍ଟସିଟି ଇଲାକାରେ ବିଏମସି ପକ୍ଷରୁ ବିଭିନ୍ନ କାର୍ଯ୍ୟ କାହିଁକି କରାଯିବ ବୋଲି ପାଲଟା ପ୍ରଶ୍ନ ଉଠିଛି ।

ସମ୍ପୃକ୍ତ ଅଞ୍ଚଳର ବିକାଶର ଦାୟିତ୍ବ ସ୍ମାର୍ଟସିଟି ପାଖରେ ଥିବାବେଳେ ଆମେ କାହିଁକି ସେହି ଅଞ୍ଚଳର ବିକାଶ ବା ସମସ୍ୟା ଦିଗରେ କାର୍ଯ୍ୟ କରିବୁ ବୋଲି କହିଛନ୍ତି କର୍ପୋରେଟର । ସ୍ମାର୍ଟସିଟି ଦାୟିତ୍ବରେ ଥିବା ଅଞ୍ଚଳର କାମ କର୍ପୋରେଟର କରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି କର୍ପୋରେଟର । ଫଳରେ ସ୍ମାର୍ଟସିଟି ଓ ବିଏମ୍‌ସି ମଧ୍ୟରେ ସମନ୍ବୟର ଅଭାବ ରହିଥିବା କଥା ପଦାରେ ପଡ଼ିଛି ।

କାରଣ ୧୦୦୦ କୋଟି ପ୍ରକଳ୍ପର ୫୦୦ କୋଟି ଏଯାବତ ଖର୍ଚ ହୋଇଯାଇଥିଲେ ମଧ୍ୟ ତାହାର ରୂପରେଖ ଜଣାପଡ଼ୁନାହିଁ । ଏହି ସବୁ ଦ୍ଵନ୍ଦ୍ବକୁ ନେଇ ପାଟିତୁଣ୍ଡ ହେବା ପରେ ଅଡୁଆରେ ପଡିଯାଇଥିଲେ ସ୍ମାର୍ଟସିଟି କର୍ତ୍ତୃପକ୍ଷ । କର୍ପୋରେଟରଙ୍କ ସହ ସହମତି ପ୍ରକାଶ କରିଥିଲେ ଭୁବନେଶ୍ବର ମେୟର । କର୍ପୋରେଟରଙ୍କ ଦ୍ବନ୍ଦ୍ବ ଦୂର କରିବାକୁ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ତେବେ ପ୍ରଶ୍ନ ଉଠିଛି ଯଦି ୫୦୦ କୋଟି ଖର୍ଚ୍ଚ ହୋଇଛି ତାହାର ହିସାବ କାହିଁକି ଦେଉନାହାନ୍ତି ସ୍ମାର୍ଟସିଟି କର୍ତ୍ତୃପକ୍ଷ ?

ଅନ୍ୟପଟେ ଆଗକୁ ବିଶ୍ବକପ୍ ହକି ଥିବାରୁ ଭୁବନେଶ୍ବରରେ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତି ଜୋର୍‌ ଧରିଛି । ଏହା ପୂର୍ବରୁ BMCର କର୍ପୋରେସନ ବୈଠକ ଶେଷ ହୋଇଥିବାରୁ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ବିସ୍ତୁତ ଆଲୋଚନା ହୋଇଛି । ସହରର ପରିମଳ ଓ ଟ୍ରାଫିକ ସମସ୍ୟା ସମେତ ଆଗାମୀ ବିଶ୍ବକପ୍ ପାଇଁ ପ୍ରସ୍ତୁତିର ବୈଠକରେ ସମୀକ୍ଷା ହୋଇଥିଲା । ସ୍ମାର୍ଟସିଟି ପ୍ରକଳ୍ପକୁ ନେଇ ଦଳମତ ନିର୍ବିଶେଷରେ ଆଲୋଚନାରେ ଭାଗ ନେଇଥିଲେ ସମସ୍ତ କର୍ପୋରେଟର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.