Odisha Weather: 3ଦିନ ପରେ ରାଜ୍ୟରେ ଆହୁରି ବଢିବ ତାତି

author img

By

Published : May 29, 2023, 9:10 PM IST

Updated : May 29, 2023, 9:53 PM IST

Etv Bharat

ରାଜ୍ୟରେ 3 ଦିନ ପରେ ରାଜ୍ୟରେ କାଳବୈଶାଖୀ କ୍ରମଶଃ ହ୍ରାସ ପାଇବା ସହ ତାପମାତ୍ରା ବଢିବ। ଏ ନେଇ 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅଧିକ ପଢନ୍ତୁ

Odisha Weather: 3ଦିନ ପରେ ରାଜ୍ୟରେ ଆହୁରି ବଢିବ ତାତି

ଭୁବନେଶ୍ବର: ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିବାରୁ ଗରମ ସହ ରାଜ୍ୟରେ ଜାରି ରହିଛି ଅସହ୍ୟ ଗୁଳୁଗୁଳି । ଖରାର ତାତି ସହ ତାପମାତ୍ରା ୪୦ ଡିଗ୍ରୀ ଉପରେ ଅଧିକାଂଶ ସହରରେ ରେକର୍ଡ ହେଉଛି । ଆସନ୍ତାକାଲି ରାଜ୍ୟର ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ 3 ଦିନ ପରେ ରାଜ୍ୟରେ ତାତି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିଲାଗି 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତାକାଲି ରାଜ୍ୟର ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଏହାସହ ୬ ଜିଲ୍ଳାକୁ ହଳଦିଆ ଚେତାବନୀ ଦିଆଯାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ ଗଜପତି, ନୂଆଗଡରେ ସର୍ବାଧିକ ୪୦.୪ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ୧୧ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ କିରେଇରେ ୪୩.୩ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।

ଏହା ବି ପଢନ୍ତୁ- Cabinet Meeting: ନୂଆ ଆବାସ ଯୋଜନା ‘ମୋ ଘର’; ଋଣ ନେଲେ ମିଳିବ ସବସିଡି, ଉପକୃତ ହେବେ ନିମ୍ନ ମଧ୍ୟବିତ୍ତ ପରିବାର

ସେପଟେ ଆଉ 3 ଦିନ ପରେ ରାଜ୍ୟରେ କାଳବୈଶାଖୀ କ୍ରମଶଃ ହ୍ରାସ ପାଇବା ସହ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ମୌସୁମୀର ଆଗମନ ଏଥର ବିଳମ୍ବ ଥିବାରୁ ସେଭଳି କିଛି ନିର୍ଦ୍ଦିଷ୍ଟ ମୌସୁମୀ ଜନିତ ସୂଚନା ଆକଳନ କରାଯାଇନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି । ହେଲେ ମେ ୧୯ରେ ଦକ୍ଷିଣ ଆଣ୍ଡାମାନ ଓ ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳରେ ମୌସୁମୀ ଅଗ୍ରସର ହୋଇଛି । ସେହି ଅଞ୍ଚଳରେ ଥିବା ମେଘଖଣ୍ଡ ଓ ବାୟୁ ଚଳାଚଳ ମୌସୁମୀର କେରଳ ଛୁଇଁବାକୁ ନେଇ ଅଧିକ ସହାୟତା ହେଉଥିବା ବେଳେ ଜୁନ ୪ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି । ଏହାସହ ଏଥର ମୌସୁମୀ ବର୍ଷ ରାଜ୍ୟରେ ସ୍ବାଭାବିକ ବର୍ଷା କରାଇବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଦିନର ତାପମାତ୍ରା ପରେ ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀ ସକ୍ରିୟ ଥିବାରୁ ଅପରାହ୍ନରେ ବର୍ଷା ହେଉଛି । ମୁଖ୍ୟତଃ ପାଣିପାଗର 3ଟି ନିୟାମକକୁ ନେଇ ରାଜ୍ୟରେ ବର୍ଷା ହେଉଛି । ୦.୯ କିମି ଉପରେ ବାୟୁମଣ୍ଡଳର ଦକ୍ଷିଣ ଛତିଶଗଡ଼ ଓ ତାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି । ସେହିପରି ଦକ୍ଷିଣପୂର୍ବ ଗାଙ୍ଗେୟ ଉପତ୍ୟକାର ପଶ୍ଚିମରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାସହ ଉତ୍ତର ଏବଂ ଦକ୍ଷିଣରେ ଏକ ନିମ୍ନ ଚାପରେଖା ରହିଛି । ପାଣିପାଗର ଏହି 3 ନିୟାମକକୁ ନେଇ ରାଜ୍ୟରେ ବର୍ଷା ହେଉଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ କୂଆପଥର ବର୍ଷାର ସମ୍ଭାବନା ରହିଛି ।

ଏହିସମୟରେ ୪୦ରୁ ୫୦ କିମି ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଏହାସହ ୧୮ ଜିଲ୍ଲା ଯେପରିକି ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବାଲେଶ୍ବର, ଭଦ୍ରକ, ବଲାଙ୍ଗୀରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟରେ କୁଆପଥର ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :May 29, 2023, 9:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.