ରାଉତପଡ଼ା ସମବାୟ ବ୍ୟାଙ୍କ ଠକେଇ, ଜିଲ୍ଲାପାଳଙ୍କୁ ଭେଟିଲେ ଜମାକାରୀ

ରାଉତପଡ଼ା ସମବାୟ ବ୍ୟାଙ୍କ ଠକେଇ, ଜିଲ୍ଲାପାଳଙ୍କୁ ଭେଟିଲେ ଜମାକାରୀ
ରାଉତପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ଠକେଇ ଘଟଣା । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପୁନର୍ବାର ଏ ସମ୍ପର୍କରେ ଅଭିଯୋଗ କଲେ ଜମାକାରୀ । ଅଧିକ ପଢନ୍ତୁ
ଖୋର୍ଦ୍ଧା: ରାଉତପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ଠକେଇ ଘଟଣା । ଦିନ ପରେ ଦିନ ଗଡି ଚାଲିଥିବା ବେଳେ ଜମାକାରୀଙ୍କ ଦେଢ଼ କୋଟି ଟଙ୍କାର ଠକେଇକୁ ନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ । ବାରମ୍ବାର ଏ ସମ୍ପର୍କରେ ଜମାକାରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବେଗୁନିଆ ଥାନା ସମ୍ମୁଖରେ ଧାରଣା ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଆଜି କିଛି ଜମାକାରୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପୁନର୍ବାର ଏ ସମ୍ପର୍କରେ ଅଭିଯୋଗ କରିଥିବା କହିଛନ୍ତି ।
ସେପଟେ ଏହି ଘଟଣାରେ ବ୍ୟାଙ୍କ ପକ୍ଷରୁ ତଦନ୍ତ କରାଯାଇ ପୂର୍ବରୁ ବ୍ୟାଙ୍କର ପୂର୍ବତନ ତିନି କର୍ମଚାରୀଙ୍କ ବିରୁଦ୍ଧରେ ଥାନାରେ ମାମଲା ହୋଇଛି ଏବଂ ଏହାର ତଦନ୍ତ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ତଦନ୍ତ କରିବା ପାଇଁ ତତ୍କାଳୀନ ଜିଲ୍ଲାପାଳ ସୁପାରିଶ କରିଥିଲେ। କିନ୍ତୁ ତଦନ୍ତରେ ଶିଥିଳତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜମାକାରୀ । ସେହିପରି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ।
