ଓଡ଼ିଶାର ବିକାଶରେ ଭାରତର ବିକାଶ ସମ୍ଭବ: ରେଳମନ୍ତ୍ରୀ

author img

By

Published : Jul 2, 2022, 9:14 PM IST

ଓଡ଼ିଶାର ବିକାଶରେ ଭାରତର ବିକାଶ ସମ୍ଭବ: ରେଳ ମନ୍ତ୍ରୀ

ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶା ଗସ୍ତ ଆସିଥିଲେ । ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ନୟାଗଡ଼ ନୂଆଗାଁ ରେଳ ଷ୍ଟେସନ ଅଭିମୁଖେ ଯାଉଥିବା ସମୟରେ ହଠାତ ବୋଲଗଡ଼ ଷ୍ଟେସନରେ ଓହ୍ଲାଇ ଷ୍ଟେସନର ସ୍ଥିତି ସମୀକ୍ଷା କରିଥିଲେ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ଓଡ଼ିଶା ଗସ୍ତ ଆସିଥିଲେ । ଏହି ଗସ୍ତ ସମୟରେ ବୈଷ୍ଣବ ଖୋର୍ଦ୍ଧା-ବାଲାଙ୍ଗୀର ରେଳ ପ୍ରକଳ୍ପ ଯାଞ୍ଚ କରିଛନ୍ତି । ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ନୟାଗଡ଼ ନୂଆଗାଁ ରେଳ ଷ୍ଟେସନ ଅଭିମୁଖେ ଯାଉଥିବା ସମୟରେ ହଠାତ ବୋଲଗଡ଼ ଷ୍ଟେସନରେ ଓହ୍ଲାଇ ଷ୍ଟେସନର ସ୍ଥିତି ସମୀକ୍ଷା କରିଛନ୍ତି । ସେହିପରି ବୋଲଗଡ଼ ଷ୍ଟେସନ ଠାରେ ସେବା ଏକ୍ସପ୍ରେସ ରହଣି ପାଇଁ ଘୋଷଣା କରିଛନ୍ତି ।

ଓଡ଼ିଶାର ବିକାଶରେ ଭାରତର ବିକାଶ ସମ୍ଭବ: ରେଳ ମନ୍ତ୍ରୀ

ସେହିପରି ବୈଷ୍ଣବ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଷ୍ଟେସନ ବିଲ୍ଡିଂର ଉଦଘାଟନ କରିବା ସହିତ ଭୁବନେଶ୍ବର-ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ ଏବଂ ଭୁବନେଶ୍ବର ବଙ୍ଗାଲୁର ପ୍ରଶାନ୍ତି ଏକ୍ସପ୍ରେସର LHB କୋଚ୍ ସହିତ ଚଳାଚଳକୁ ଶୁଭାରମ୍ଭ କରିଛନ୍ତି । ଏହା ବ୍ୟତିତ ଖୋର୍ଦ୍ଧା ରୋଡ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରେଳମନ୍ତ୍ରୀ ପଟିଆ ଏବଂ ବାଣୀବିହାର ପାସେଞ୍ଜର ହଲଟର ନୂତନ ବିଲ୍ଡିଂର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ ଦେଇ କହିଛନ୍ତି ଓଡ଼ିଶାର ବିକାଶରେ ଭାରତର ବିକାଶ ସମ୍ଭବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.