ବଢ଼ୁଛି ସ୍କ୍ରବ୍ ଟାଇଫସ୍ ମୃତ୍ୟୁ, ଜନସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଟିମର ତଦନ୍ତ ଆରମ୍ଭ
ବଢ଼ୁଛି ସ୍କ୍ରବ୍ ଟାଇଫସ୍ ମୃତ୍ୟୁ, ଜନସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଟିମର ତଦନ୍ତ ଆରମ୍ଭ
ରାଜ୍ୟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ସ୍କ୍ରବ୍ ଟାଇଫସ୍। ସ୍କ୍ରଵ ଟାଇଫସରେ ମୃତ୍ୟୁର ତଦନ୍ତ ପାଇଁ ବରଗଡ଼ ଓ ସୁନ୍ଦରଗଡ଼ ଯାଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ । ଅଧିକ ପଢ଼ନ୍ତୁ
ଭୁବନେଶ୍ବର: ରାଜ୍ୟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ସ୍କ୍ରବ୍ ଟାଇଫସ୍ । ଦିନକୁ ଦିନ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେବାପରେ ଏବେ ତତ୍ପରତା ହୋଇଛି ଜନସ୍ୱାସ୍ଥ୍ୟ ବିଭାଗ । ସ୍କ୍ରବ ଟାଇଫସରେ ମୃତ୍ୟୁର ତଦନ୍ତ ପାଇଁ ବରଗଡ଼ ଓ ସୁନ୍ଦରଗଡ଼ ଯାଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ । ଏନେଇ ସୂଚନା ଦେଇଛି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ଡେଙ୍ଗୁ ଚିନ୍ତା ଯାଇ ନଥିବା ବେଳେ ସ୍କ୍ରବ୍ ଟାଇଫସ୍ ଚିନ୍ତା ବଢ଼ାଇଲାଣି । ବୁର୍ଲା ଭିମ୍ସାରରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଓ ବରଗଡ଼ରେ ସର୍ବାଧିକ ମାମଲା ଦେଖିବାକୁ ମିଳୁଛି । ତେବେ ଗତ ୨ ଦିନ ମଧ୍ୟରେ ସୁନ୍ଦରଗଡ଼ରେ ଜଣେ ଆକ୍ରାନ୍ତର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସ୍କ୍ରବ୍ ଟାଇଫସ୍ ଓ ଲେପଟୋସ୍ପାଇରୋସିଶ ପ୍ରତିକାର ପାଇଁ ସମସ୍ତ ଜିଲାର ସିଡିଏମ୍ଓ ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ଏହା ମଧ୍ୟ ପଢ଼ନ୍ତୁ...ଡରାଇଲାଣି ସ୍କ୍ରବ୍ ଟାଇଫସ୍, ୨୪ଘଣ୍ଟାରେ ୭ ରୋଗୀ ଚିହ୍ନଟ
ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟର ସମସ୍ତ ହସ୍ପିଟାଲରେ ଡିପିଏଚ୍ଏଲ୍ ମାଧ୍ୟମରେ ରୋଗର ଟେଷ୍ଟିଂ କରାଯିବ । ଏହାସହ ସମସ୍ତ ହସ୍ପିଟାଲରେ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ୍ ମହଜୁଦ ରଖିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଡାକ୍ତରୀ ଦଳମାନଙ୍କ ଦ୍ୱାରା ରୋଗର ସର୍ଭେଲାନ୍ସ କରାଯିବା ସହ ଆକ୍ରାନ୍ତଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ । ରୋଗୀ ଓ ମୃତ୍ୟୁ ତଥ୍ୟ ନେଇ ଷ୍ଟେଟ୍ ସର୍ଭେଲାନ୍ସ ୟୁନିଟ୍କୁ ଅବଗତ କରାଯିବ । ସେହିପରି ହସ୍ପିଟାଲରେ ଔଷଧ ଓ ଆଣ୍ଟିବାୟୋଟିକ୍ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ସହ ମୃତ୍ୟୁଗୁଡ଼ିକର ସଠିକ ଭାବେ ତଦନ୍ତ ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ଜାରି କରାଯାଇଛି ।
ତେବେ ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ କହିବା ମୁତାବକ, ବରଗଡ଼ରୁ 5 ଓ ସୁନ୍ଦରଗଡ଼ରୁ ଜଣଙ୍କ ମୃତ୍ୟୁ ଖବର ଆସିଥିଲା । ହେଲେ ସେମାନଙ୍କ ଟେଷ୍ଟ ଘରୋଇ ହସ୍ପିଟାଲରେ ହୋଇଥିଲା । କଣ ଟେଷ୍ଟ ହୋଇଥିଲା ? ଓ କେମିତି ମୃତ୍ୟୁ ହୋଇଛି, ତାହାର ତଦନ୍ତ ହେଉଛି । ଘରୋଇ ହସ୍ପିଟାଲ ସହ verbal autopsy ହେବ । ଏହାସହ ଘରୋଇ ହସ୍ପିଟାଲ କାର୍ଡରେ ରୋଗର ଟେଷ୍ଟ କରୁଛନ୍ତି, ଯାହା ଠିକ ନୁହେଁ । କେବଳ ଏଲିଶା ପଦ୍ଧତିରେ ଟେଷ୍ଟ କଲେ ହିଁ ସଠିକ ତଥ୍ୟ ମିଳିବ ଏବଂ ସରକାରୀ ହସ୍ପିଟାଲରେ ଏଲିଶା ପଦ୍ଧତିରେ ପରୀକ୍ଷା କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର
