କୋରୋନା କଟକଣା ପରେ ଖୋର୍ଦ୍ଧାରେ ପୁଣି ଜନଶୁଣାଣି ଆରମ୍ଭ

author img

By

Published : Jun 27, 2022, 5:26 PM IST

ଖୋର୍ଦ୍ଧାରେ ଆରମ୍ଭ ହେଲା ଜନ ଅଭିଯୋଗ ଶୁଣାଣି

ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି ଜନ ଅଭିଯୋଗ ଶୁଣାଣି । ବେଗୁନିଆ ବ୍ଲକରେ ପ୍ରଥମ ଥର ପାଇଁ ଜନ ଅଭିଯୋଗ ଶୁଣାଣି କରିଛନ୍ତି ଖୋର୍ଦ୍ଧାର ନବ ନିଯୁକ୍ତ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ । ଏହି ଜନ ଅଭିଯୋଗ ଶୁଣାଣି କୋରୋନା କଟକଣା ପାଇଁ ବାଧାପ୍ରାପ୍ତ ଥିଲା । କୋରୋନା କଟକଣା ହଟିବା ପରେ ପୁଣି ଥରେ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଜିଲ୍ଲାରେ ଆରମ୍ଭ ହୋଇଛି ଜନ ଅଭିଯୋଗ ଶୁଣାଣି । ଆଜି (ସୋମବାର) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ପ୍ରଥମ ଥର ପାଇଁ ଜନ ଅଭିଯୋଗ ଶୁଣାଣି କରିଛନ୍ତି ଖୋର୍ଦ୍ଧାର ନବନିଯୁକ୍ତ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ । ଏହି ଜନଅଭିଯୋଗ ଶୁଣାଣି କୋରୋନା କଟକଣା ପାଇଁ ବାଧାପ୍ରାପ୍ତ ଥିଲା । କୋରୋନା କଟକଣା ହଟିବା ପରେ ପୁଣି ଥରେ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ସରକାର ଲୋକଙ୍କ ପାଇଁ ବହୁ ଜନହିତକର ଯୋଜନା କରିଛନ୍ତି । ପ୍ରତିଟି ଲୋକ ଯେମିତି କୌଣସି ଅସୁବିଧାର ସମ୍ମୁଖିନ ନ ହୁଏ ସେଥିପାଇଁ ସରକାର ଦୃଷ୍ଟି ଦେଇ ଆସିଛନ୍ତି । ଆଜି ବେଗୁନିଆ ବ୍ଲକରେ ଦୀର୍ଘ ଦିନର ବ୍ୟବଧାନ ପରେ ଅର୍ଥାତ କୋରୋନା କଟକଣା ପାଇଁ ବାଧାପ୍ରାପ୍ତ ଥିବା ଜନ ଅଭିଯୋଗ ଶୁଣାଣି ଆରମ୍ଭ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳ କେ ସୁର୍ଦଶନ ଚକ୍ରବର୍ତ୍ତୀ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଜିଲ୍ଲାପାଳ କର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ବେଗୁନିଆ ବାସୀଙ୍କର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଆଜିର କାର୍ଯ୍ୟକ୍ରମରେ ମୋଟ 355ଜଣଙ୍କର ଅଭିଯୋଗ ପଞ୍ଜିକରଣ ହୋଇଛି । ଏଥି ମଧ୍ୟରୁ 348ଜଣ ବିଭିନ୍ନ ବ୍ୟକ୍ତିଗତ ସମସ୍ୟା ନେଇ ଅଭିଯୋଗ କରିଥିବା ବେଳେ 7ଜଣ ସାମୁହିକ ଅଭିଯୋଗ କରିଛନ୍ତି ।

ଏହି ଶୁଣାଣିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ଼କ୍ରସ ପାଣ୍ଠିରୁ 5 ଜଣଙ୍କୁ 14 ହଜାର ଟଙ୍କା ସହାୟତା ଦିଆଯାଇଥିବା ବେଳେ 4 ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ଓ ହ୍ବିଲ ଚେୟାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଏସପି ,ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।



ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.