ଫେବୃଆରୀ ପହିଲାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା, ୨୯ ସୁଦ୍ଧା ପହଞ୍ଚିବ ପରୀକ୍ଷା ମାଟେରିଆଲ୍ସ

author img

By

Published : Jan 22, 2023, 7:37 AM IST

plus two practical examination preparation

ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଫେବୃଆରୀ ପହିଲାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ହେବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ 1 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ 5 ତାରିଖରେ ଶେଷ ହେବ । ସେହିପରି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ 1 ତାରିଖରୁ ଆରମ୍ଭ ହୋଇ 10 ତାରିଖ ଯାଏଁ ଚାଲିବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଫେବୃଆରୀ ପହିଲାରୁ ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଥିବାରୁ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ମାଟେରିଆଲ୍ସ ଆସନ୍ତା 24 ତାରିଖ ସକାଳୁ ସିଏଚ୍ଏସ୍ଇ କାର୍ଯ୍ୟାଳୟରୁ ବାହାରିବ । 29 ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ଏହା ପହଞ୍ଚିବ । ଏ ନେଇ ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡ.ଅଶୋକ କୁମାର ନାୟକ ସମସ୍ତ ଅଧ୍ୟକ୍ଷ ଏବଂ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା CHSE ମୁଖ୍ୟ କାର୍ଯ୍ୟାଳୟରୁ ଆସନ୍ତା 24 ତାରିଖ ମଙ୍ଗଳବାର ଦିନ ସକାଳ ସମୟରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ପଠାଯିବ । 29 ତାରିଖ ସୁଦ୍ଧା ସମସ୍ତ କେନ୍ଦ୍ରରେ ପହଞ୍ଚିବ ପ୍ରାକ୍ଟିକାଲ୍ ପ୍ରଶ୍ନପତ୍ର। 24 ରୁ 29 ତାରିଖ ମଧ୍ୟରେ ଯେଉଁ କଲେଜକୁ ପ୍ରଶ୍ନପତ୍ର ଯିବ, ତାହାକୁ ଗ୍ରହଣ କରିବା ପରବର୍ତ୍ତୀ ସମୟରେ ସତର୍କ ରହିବା ଆବଶ୍ୟକ । ବିପଥଗାମୀ ପରିସ୍ଥିତିରେ, ଯେ କୌଣସି ସମୟରେ ଉଚ୍ଚ ଶିକ୍ଷା ପରିଷଦର ଅଧିକାରୀମାନେ ଯାଞ୍ଚ ପାଇଁ କଲେଜରେ ପହଞ୍ଚିପାରନ୍ତି ।

ଏହା ବି ପଢନ୍ତୁ..Plus two Exam Preparation: ୨୦୨ଟି ପରୀକ୍ଷା ପରିଚାଳନା ହବ୍ ପାଇଁ ନିଷ୍ପତ୍ତି

କଲେଜ ପ୍ରିନ୍ସିପାଲମାନଙ୍କୁ ଯତ୍ନର ସହିତ ଯାଞ୍ଚ ପରେ କିଭଳି ସୁରକ୍ଷିତ ଭାବରେ ରଖାଯିବ ସେନେଇ ମଧ୍ୟ ସୁରକ୍ଷା ସହିତ ରଖିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ସେହିପରି ସମସ୍ତ ମାଟେରିଆଲ୍ସକୁ ଠିକ୍ ଭାବେ ତଦାରଖ ଏବଂ ଗଣିକରି ଅଧ୍ୟକ୍ଷମାନେ ରଖିବେ । ଯଦି କେଉଁଠି କମ୍ ଥାଏ, ତେବେ ତୁରନ୍ତ ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇବେ । ପରୀକ୍ଷା କେନ୍ଦ୍ରକୁ ସମ୍ପୂର୍ଣ ଭାବରେ ସିସିଟିଭି ନଜରରେ ରଖାଯିବା ଆବଶ୍ୟକ । ଏନେଇ ସମସ୍ତ ଯୁକ୍ତ ଦୁଇ କଲେଜର ଅଧକ୍ଷ ମାନଙ୍କୁ ଅନୁରୋଧ କରାଯାଇଛି ।

ଅନ୍ୟପଟେ ଆସନ୍ତା 30 ତାରିଖ ମଧ୍ୟରେ ଦ୍ୱାଦଶ ଶ୍ରେଣୀ କ୍ୱାର୍ଟର୍ ଏଣ୍ଡ୍ (ଥିଓରୀ ଏବଂ ପ୍ରାକ୍ଟିକାଲ୍) ମାର୍କ ଗୁଡ଼ିକର ଅପ-ଲୋଡିଂ କରିବା ପାଇଁ ସମସ୍ତ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । SAMSରେ ଉପଲବ୍ଧ ଲିଙ୍କରେ ମାର୍କଗୁଡ଼ିକୁ ଅପ-ଲୋଡିଂ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଏବଂ ସିଷ୍ଟମରେ କୌଣସି ବୈଷୟିକ ଅସୁବିଧାକୁ ଏଡାଇବାକୁ ସମସ୍ତ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଛି । ଏହା ସହ ସମସ୍ତ ମାର୍କ ଯେଭଳି ଭାବରେ ସଠିକ୍ ଭାବରେ ଅପଲୋଡ୍ ହେବା ଆବଶ୍ୟକ । ଏହି ପ୍ରକ୍ରିୟାରେ ଯଦି କୌଣସି ତ୍ରୁଟି ଦେଖାଯାଏ ତେବେ ଏହାକୁ ଅତି ଗମ୍ଭୀରତା ସହିତ ନିଆଯିବ ।

ସୂଚନାଅନୁଯାୟୀ, ଯୁକ୍ତ ଦୁଇ ପରୀକ୍ଷା ପାଇଁ ରାଜ୍ୟରେ 202ଟି ପରୀକ୍ଷା ପରିଚାଳନା ହବ୍ ସ୍ଥିର ହୋଇ ସାରିଛି । ଏହି ହବରେ ପ୍ରଶ୍ନପତ୍ର ପ୍ୟାକେଟ ରହିବା ସହ ଏଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ । ଏଥିସହ ହବ୍ ଅଧୀନରେ ଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକର ମଧ୍ୟ ତଦାରଖ କରାଯିବ । ତେବେ ଚଳିତବର୍ଷ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ପରୀକ୍ଷା ଶତ ପ୍ରତିଶତ ସିଲାବସରେ ପରୀକ୍ଷା ଦେବାକୁ ଯାଉଛନ୍ତି ।

କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍ 3 ଲକ୍ଷ 56 ହଜାର 449 ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମପୂରଣ କରିଛନ୍ତି । ସେମାନଙ୍କ ମଧ୍ୟରେ 3 ଲକ୍ଷ୍ୟ 38 ହଜାର 747ଜଣ ରେଗୁଲାର ଏବଂ 1 ଲକ୍ଷ୍ୟ 77 ହଜାର 204 ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି । ରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାରେ 2 ଲକ୍ଷ୍ୟ 19 ହଜାର 110 ଜଣ ଥିବା ବେଳେ ବିଜ୍ଞାନରେ 91 ହଜାର 379, ବାଣିଜ୍ୟରେ 23 ହଜାର 148 ଏବଂ ଧନ୍ଦାମୂଳକ ଶିକ୍ଷାରେ 5 ହଜାର 110ଜଣ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.