Plus two Exam Preparation: ୨୦୨ଟି ପରୀକ୍ଷା ପରିଚାଳନା ହବ୍ ପାଇଁ ନିଷ୍ପତ୍ତି

author img

By

Published : Jan 20, 2023, 7:38 AM IST

plus two exams preparation

ସିଏଚଏସଇ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ରାଜ୍ୟରେ ମୋଟ୍ 202ଟି ପରୀକ୍ଷା ପରିଚାଲନା ହବ୍ କରିବାକୁ ସ୍ଥିର ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସିଏଚଏସଇ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଏଥିପାଇଁ ପରୀକ୍ଷା ପରିଚାଳନା ହବ୍ ସ୍ଥିର କରାଯାଇଛି । ରାଜ୍ୟରେ ମୋଟ୍ 202ଟି ପରୀକ୍ଷା ପରିଚାଳନା ହବ୍ କରିବାକୁ ସ୍ଥିର ହୋଇଛି । ଉଚ୍ଚମାଧ୍ୟମିକ ବିଦ୍ୟାଳୟ, କଲେଜ, ସ୍ବୟଂଶାସିତ ମହାବିଦ୍ୟାଳୟ ସମେତ ଗୋଟିଏ ସବ୍ ଟ୍ରେଜେରୀକୁ ପରୀକ୍ଷା ପରିଚାଳନା ହବ୍ ଭାବେ ମନୋନୀତ କରାଯାଇଛି । ଏନେଇ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବାଲେଶ୍ବର ଜିଲ୍ଲାରେ 11ଟି ପରୀକ୍ଷା ପରିଚାଳନା ହବ୍ ସ୍ଥିର ହୋଇଥିବାବେଳେ ଭଦ୍ରକରେ 5, ବଲାଙ୍ଗୀରରେ 9, ସୋନପୁରରେ 5, କଟକରେ 14, ଜଗତସିଂହପୁରରେ 7, ଯାଜପୁରରେ 7, କେନ୍ଦ୍ରାପଡ଼ାରେ 7, ଅନୁଗୋଳରେ 7, ଢ଼େଙ୍କାନାଳରେ 7, ଗଞ୍ଜାମରେ 16, ଗଜପତିରେ 4, କଳହାଣ୍ଡିରେ 7, ନୂଆପଡ଼ାରେ 3, କେନ୍ଦୁଝରରେ 8, କୋରାପୁଟରେ 6, ମାଲକାନଗିରିରେ 3, ନବରଙ୍ଗପୁରରେ 3, ରାୟଗଡ଼ାରେ 5, ମୟୂରଭଞ୍ଜରେ 9, ବୌଦ୍ଧରେ 3, ଫୁଲବାଣୀରେ 5, ଖୋର୍ଦ୍ଧାରେ 12 ଟି ହବ ରହିଥିବା ବେଳେ ସେଥିମଧ୍ୟରୁ ଭୁବନେଶ୍ଵରରେ 4 ଟି ପରୀକ୍ଷା ପରିଚାଳନା ହବ କରାଯାଇଛି ।

ସେହିପରି ନୟାଗଡ଼ରେ 5, ପୁରୀରେ 7, ବରଗଡ଼ରେ 8, ଦେବଗଡ଼ରେ 2, ଝାରସୁଗୁଡ଼ାରେ 3, ସମ୍ବଲପୁରରେ 6 ଏବଂ ସୁନ୍ଦରଗଡ଼ରେ 8ଟି ପରୀକ୍ଷା ପରିଚାଳନା ହବ୍ କରାଯିବାକୁ ସ୍ଥିର ହୋଇଛି । ଏହି ହବରେ ପ୍ରଶ୍ନପତ୍ର ପ୍ୟାକେଟ ରହିବା ସହ ଏଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ । ଏଥିସହ ହବ୍ ଅଧୀନରେ ଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକର ମଧ୍ୟ ତଦାରଖ କରାଯିବ ।

ଏହା ବି ପଢନ୍ତୁ...ପଞ୍ଚାୟତ ଅଫିସ ବ୍ଲକ ଅଫିସ ଅଚଳ କରିବ ବିଜେପି: ବିରୋଧୀ ଦଳନେତା

ସୂଚନାଅନୁଯାୟୀ, ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସିଲାବସରେ ପରୀକ୍ଷା ହେବାକୁ ଯାଉଛନ୍ତି । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍ 3 ଲକ୍ଷ 56 ହଜାର 449 ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମପୂରଣ କରିଛନ୍ତି । ସେମାନଙ୍କ ମଧ୍ୟରେ 3 ଲକ୍ଷ 38 ହଜାର 747ଜଣ ରେଗୁଲାର ଏବଂ 1 ଲକ୍ଷ 77 ହଜାର 204 ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି ।

ରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାରେ 2 ଲକ୍ଷ 19 ହଜାର 110 ଜଣ ଥିବା ବେଳେ ବିଜ୍ଞାନରେ 91 ହଜାର 379, ବାଣିଜ୍ୟରେ 23 ହଜାର 148 ଏବଂ ଧନ୍ଦାମୂଳକ ଶିକ୍ଷାରେ 5 ହଜାର 110ଜଣ ରହିଛନ୍ତି । ମାର୍ଚ୍ଚ ପହିଲାକୁ ଯୁକ୍ତ ଦୁଇ ପରୀକ୍ଷା ହେବ । ଫେବୃଆରୀ 1ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଥିଓରୀ ପରୀକ୍ଷା ମାର୍ଚ୍ଚ 1ରୁ ଆରମ୍ଭ ହୋଇ ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ଚାଲିବ ।

ଅନ୍ୟପଟେ ପରୀକ୍ଷା ହଲ, ଲାବୋରେଟୋରୀ ଏବଂ ଷ୍ଟ୍ରଙ୍ଗରୁମ୍ ଆଦିରେ ପୂର୍ବରୁ ଲାଗିଥିବା ସିସିଟିଭି କ୍ୟାମେରା କାମ କରୁଛି ନା ନାହିଁ, ତାହା ସୁନିଶ୍ଚିତ କରିବାକୁ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଯଦି ସିସିଟିଭି ନଥିବ, ତାହେଲେ ଏହା ଲଗାଇବାକୁ କୁହାଯାଇଛି । ସେହିପରି ପରୀକ୍ଷା ପରିଚାଳନା ହବ୍ ଭା‌‌ବେ ଘୋଷିତ ସ୍ବୟଂଶାସିତ ମହାବିଦ୍ୟାଳୟ ଗୁଡ଼ିକ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ଆବଶ୍ୟକ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.