One Nation One Election: ୨୩ରେ ବସିବ ପ୍ରଥମ ବୈଠକ, ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କ ସୂଚନା
One Nation One Election: ୨୩ରେ ବସିବ ପ୍ରଥମ ବୈଠକ, ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କ ସୂଚନା
ଆସନ୍ତା ୨୩ରେ ୱାନ ନେସନ ୱାନ ଇଲେକ୍ସନ କମିଟିର ପ୍ରଥମ ବୈଠକ । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ଗସ୍ତରେ ଥିବା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୱାନ ନେସନ ୱାନ ଇଲେକ୍ସନ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ୱାନ ନେସନ ୱାନ ଇଲେକ୍ସନ କମିଟି ମୁଖ୍ୟ ରାମନାଥ କୋବିନ୍ଦ । ଆସନ୍ତା ୨୩ ତାରିଖରେ ପ୍ରଥମ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି । ଏପଟେ ପୂର୍ବତନ ରାଷ୍ଟ୍ରପତି କୋବିନ୍ଦ ଆଜି ଏକ ଘରୋଇ ବିଶ୍ବବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ୱାନ ନେସନ ୱାନ ଇଲେକ୍ସନକୁ ନେଇ ଏବେ ଦେଶରେ ରାଜନୈତିକ ବାତାବରଣ ସରଗରମ ରହିଛି । ତେବେ ୱାନ ନେସନ ୱାନ ଇଲେକ୍ସନ ନେଇ କେନ୍ଦ୍ର ସରକାର ଏକ କମିଟି ମଧ୍ୟ ଗଠନ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ନାଁ ରହିଥିବାବେଳେ ସେ ଏଥିରୁ ନିଜକୁ ଅଲଗା କରିନେଇଛନ୍ତି । ଏବେ ଦେଖିବାର କଥା, ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଭିନ୍ନ ଭିନ୍ନ ରାଜନୈତିକ ଦଳ କିପରି ସହମତି ପ୍ରଦାନ କରୁଛନ୍ତି ।
ତେବେ ଚଳିତ ୧୮ ତାରିଖରୁ ୨୨ ଯାଏଁ ସଂସଦର ସ୍ବତନ୍ତ୍ର ଅଧିବେଶନ ଚାଲିବାକୁ ଥିବାବେଳେ ଏହାର କୌଣସି ଏଜେଣ୍ଡା ପ୍ରକାଶ ପାଇନାହିଁ । ଏହାରି ମଧ୍ୟରେ ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ ଏହି ପ୍ରସ୍ତାବର ଅନୁଧ୍ୟାନ କରିବା ନେଇ ଘୋଷଣା କରିଥିଲେ । ଏହା ପରେ କିମିଟରେ ଥିବା ମୋଟ ୮ ଜଣ ସଦସ୍ୟଙ୍କ ନାମ ସାମ୍ନାକୁ ଆସିଥିଲା । ସମଗ୍ର ଦେଶରେ ଏକକାଳୀନ ବିଧାନସଭା ଏବଂ ଲୋକସଭା ନିର୍ବାଚନ କରିବା ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି ।
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଏହି କମିଟିରେ ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ପୂର୍ବତନ ସିଏମ ଗୁଲାମ ନବୀ ଆଜାଦ, ପୂର୍ବତନ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ.କେ ସିଂ, ଲୋକସଭାର ପୂର୍ବତନ ସାଧାରଣ ସମ୍ପାଦକ ସୁଭାଷ ସି କଶ୍ୟପ, ହରିଶ ସାଲଭେ ଏବଂ ପୂର୍ବତନ ସିଭିସି ସଞ୍ଜୟ କୋଥାରୀଙ୍କ ନାମ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର
