ଏସ୍‌ଟିଏଫ୍‌ ପଞ୍ଝାରେ ବ୍ରାଉନସୁଗାର ପେଡ୍‌ଲର, ୩୧୦ ଗ୍ରାମ ବ୍ରାଉନସୁଗାର ଜବତ

author img

By

Published : Jan 13, 2022, 4:22 PM IST

Updated : Jan 13, 2022, 5:33 PM IST

ଏସ୍‌ଟିଏଫ୍‌ ପଞ୍ଝାରେ ବ୍ରାଉନସୁଗାର ପେଡ୍‌ଲର, ୩୧୦ ଗ୍ରାମ ବ୍ରାଉନସୁଗାର ଜବତ

ଏସ୍‌ଟିଏଫ୍‌ ପଞ୍ଝାରେ ବ୍ରାଉନସୁଗାର ବ୍ୟବସାୟୀ । ଖୋର୍ଦ୍ଧା ଗୁରୁଜଙ୍ଗ ଟାଙ୍ଗି ସାହିରେ ଏସ୍‌ଟିଏଫର ଚଢାଉବେଳେ ୩୧୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା: ଏସ୍‌ଟିଏଫ୍‌ ପଞ୍ଝାରେ ବ୍ରାଉନସୁଗାର ବ୍ୟବସାୟୀ । ଖୋର୍ଦ୍ଧା ଗୁରୁଜଙ୍ଗ ଟାଙ୍ଗି ସାହିରେ ଏସ୍‌ଟିଏଫର ଚଢାଉବେଳେ ୩୧୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଏହାସହିତ ବ୍ରାଉନସୁଗାର ବ୍ୟବସାୟ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ । ଗିରଫ ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର ରାଜକିଶୋର ସୁନ୍ଦରାୟ ଓରଫ ଗୁଟୁ ବୋଲି ଜଣାପଡ଼ିଛି ।

ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ବ୍ରାଉନସୁଗାର କାରବାର ଅଭିଯୋଗରେ ଗିରଫ ହୋଇ ସାରିଛି ଗୁଟୁ । ଗତ କିଛି ଦିନ ପୂର୍ବେ ଜାମିନ୍‌ରେ ଆସିଥିବାବେଳେ ପୁଣି ଥରେ ଏହି ଜହର ବ୍ୟବସାୟ ଆରମ୍ଭ କରି ଦେଇଥିଲା । କୌଣସି ସୂତ୍ରରୁ ଖବର ପାଇଁ ଏସ୍‌ଟିଏଫ୍‌ ଟିମ୍‌ ଗୁଟୁକୁ ଗିରଫ କରିଛି ।

୨୦୨୦ରୁ ଏପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ଟିମ୍‌ ୪୪ କେଜି ବ୍ରାଉନସୁଗାର ଜବତ କରିଛି । ତା ସହିତ ୮୭ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୧୨୧ ଜଣଙ୍କୁ ଏହି ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସତ୍ତ୍ବେ ବ୍ରାଉନସୁଗାର ପେଡ୍‌ଲର ବା ଗଞ୍ଜେଇ ବେପାରୀ ସୁଧୁରିବାର ନାଁ ନେଉ ନାହାନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated :Jan 13, 2022, 5:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.