ମାଉଜର ଧରି ବ୍ରାଉନସୁଗର କାରବାର, ନିଶା ବେପାରୀକୁ କାବୁ କଲେ ସ୍ଥାନୀୟ ଲୋକେ

author img

By

Published : Sep 19, 2022, 1:20 PM IST

Updated : Sep 19, 2022, 3:32 PM IST

ମାଉଜର ଧରି ବ୍ରାଉନସୁଗର କାରବାର : ନିଶା ବେପାରୀକୁ କାବୁ କଲେ ସ୍ଥାନୀୟ ଲୋକେ

ଖୋର୍ଦ୍ଧା ଜିଲ୍ଲାରେ ହାତରେ ମାଉଜର ଧରି ଖୁଲମଖୁଲା ଚାଲିଥିଲା ବ୍ରାଉନସୁଗର କାରବାର । ନିଶା ବେପାରୀଙ୍କୁ କାବୁ କରି ପୋଲିସ ଜିମା ଦେଲେ ସ୍ଥାନୀୟ ଯୁବକ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଜିଲ୍ଲାରେ ବୃଦ୍ଧି ହେବାରେ ଲାଗିଛି ବ୍ରାଉନସୁଗାର କାରବାର । ନୂଆ ନୂଆ ଫଣ୍ଡା ଆପଣାଇ ଗଳି କନ୍ଦିରେ ବ୍ରାଉନସୁଗାର ବିକ୍ରି କରୁଛନ୍ତି ମାଫିଆ । ଫଳରେ ନିଶା କାରବାର ରୋକିବାରେ ପୋଲିସ ବିଫଳ ହେଉଥିବା ଚର୍ଚ୍ଚା ହେଉଛି । ଗତ କିଛିଦିନ ଧରି ଲଗାତାର ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ କରାଯିବା ସହ ଏହି କାରବାର ଜଡିତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉଛି । ତେବେ ରବିବାର ହାତରେ ମାଉଜର ଧରି ଖୁଲମଖୁଲା ବ୍ରାଉନସୁଗର କାରବାର ଚାଲିଥିବାବେଳେ ଜଣେ ନିଶା ବେପାରୀଙ୍କୁ କାବୁ କରି ଥାନାରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ ।

ମାଉଜର ଧରି ବ୍ରାଉନସୁଗର କାରବାର, ନିଶା ବେପାରୀକୁ କାବୁ କଲେ ସ୍ଥାନୀୟ ଲୋକେ

ଏହା ମଧ୍ୟ ପଢନ୍ତୁ-ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି, ବଢ଼ିଛନ୍ତି 7431 ପକ୍ଷୀ

ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ସଦର ଥାନ ଅନ୍ତର୍ଗତ ଅଣ୍ଡା ଓ ବାଜପୁର ଅଞ୍ଚଳର ଗାଁ ଗାଁରେ ଜମୁଛି ନିଶା କାରବାର । ହାତରେ ମାଉଜର ଧରି ଖୁଲମଖୁଲା ପକେଟ୍ ବ୍ରାଉନସୁଗର ବିକ୍ରି କରୁଛନ୍ତି ନିଶା ବେପାରୀ । ରବିବାର ବଣିଆଟାଙ୍ଗୀ, ନନ୍ଦପୁର ଓ ଡିହପୁର ନିକଟ ଏକ କଲେଜ ନିକଟରେ ଜଣେ ଯୁବକ ହାତରେ ମାଉଜର ଧରି ବ୍ରାଉନସୁଗର ବିକ୍ରି କରୁଥିବାବେଳେ ଜଣେ ସ୍ଥାନୀୟ ଯୁବକ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ସମ୍ପୃକ୍ତ ଯୁବକଙ୍କ ଠାରୁ ଏକ ପଲିଥିନ ବ୍ରାଉନସୁଗର ଜବତ ହୋଇଛି । ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ନିଶା ବେପାରୀଙ୍କ ଠାରୁ ଟଙ୍କା ଲାଞ୍ଚ ନେଇ ପୋଲିସ ଛାଡିଦେଇଥିବା ଚର୍ଚ୍ଚା ଜୋର୍‌ ଧରିଛି ।

ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୭ ତାରିଖରେ ଜଟଣୀ ଅଞ୍ଚଳରେ ଏକ ପାନ ଦୋକାନରେ ବ୍ରାଉନସୁଗାର କାରବାର ଚାଲିଥିବାବେଳେ ଚଢାଉ କରିଥିଲା ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଚଢାଉବେଳେ ଦୋକାନରୁ ୨୦୬ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ଦୁଇଜଣ ଜଟଣୀ ଅଞ୍ଚଳର ଦିଲୀପ କୁମାର ଦାସ ଓ ରମଜାନ ଖାନ ହୋଇଥିବା ଜଣାପଡିଥିଲା ।

ସେପ୍ଟେମ୍ବର ୮ତାରିଖରେ ବାଲେଶ୍ଵର ପୋଲିସ ସହାୟତାରେ ବାଲେଶ୍ଵର ମସଜିଦ ଗଳିରୁ ଏକ ବ୍ରାଉନସୁଗାର ମାଫିଆକୁ ଗିରଫ କରିଥିଲା STF । ଗିରଫ ବେପାରୀଙ୍କ ନାମ ଏସ କେ ରାଫିକ୍ୟୁ ଓରଫ ରୁଗା । ସେ ୱେଷ୍ଟ ବେଙ୍ଗଲରୁ ବ୍ରାଉନସୁଗାର ଆଣି ଓଡ଼ିଶାରେ ବିକ୍ରି କରୁଥିଲା । ତା’ଠାରୁ ୧ କେଜି ୩୮୦ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧକ ଟଙ୍କା ହେବ ବୋଲି ଜଣାପଡିଥିଲା ।

Last Updated :Sep 19, 2022, 3:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.