କାର୍ଯ୍ୟରେ ଚରମ ଅବହେଳା, ୨୩୩ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ
Published: May 27, 2023, 12:30 PM

କାର୍ଯ୍ୟରେ ଚରମ ଅବହେଳା, ୨୩୩ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ
Published: May 27, 2023, 12:30 PM
ସରକାରୀ କାର୍ଯ୍ୟରେ ଚରମ ଅବହେଳା । ୨୩୩ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ । ଅଧିକ ପଢନ୍ତୁ
ଭୁବନେଶ୍ବର: ସରକାରୀ କାର୍ଯ୍ୟ ନିର୍ବାହରେ ଅବହେଳା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ବିରୋଧରେ ଉଚ୍ଚଶିକ୍ଷା ବିଭାଗର କଡା କାର୍ଯ୍ୟାନୁଷ୍ଠାନ । ୨୩୩ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ । ନିର୍ଦ୍ଦେଶ ପରେ ମଧ୍ୟ ମହାବିଦ୍ୟାଳୟ ଆବଶ୍ୟକ ସୂଚନା ପ୍ରଦାନ କରିବାରେ ବିଫଳ ହେବାରୁ ବିଭାଗ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତର ଦେଉନଥିବାରୁ କିଛି ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ମୁଖ୍ୟ କିରାଣୀ/କିରାଣୀଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି । ବିଭାଗୀୟ ଚିଠିର ଉତ୍ତର ନଦେବାର ଅର୍ଥ ହେଉଛି ସରକାରୀ କାର୍ଯ୍ୟ ନିର୍ବାହରେ ବଡ଼ ଅବହେଳା ଏବଂ ବିଭାଗ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନର ବିଫଳତା ବୋଲି କୁହାଯାଇଛି । ଏପରି ବଡ଼ ଅବହେଳା ପାଇଁ ମେ’ ମାସର ଦରମା ବନ୍ଦ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ:CHSE Plus 2 Results 2023: ମେ’ ୩୧ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, 28ରେ ତାରିଖ ଘୋଷଣା
କେଉଁ ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କ ଦରମା ବନ୍ଦ ହୋଇଛି: ଅନୁଗୋଳ ଜିଲ୍ଲାର ୫ଟି କଲେଜର ଅଧ୍ୟକ୍ଷଙ୍କ ଦରମା ବନ୍ଦ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରେ ୧୫ଟି ମହାବିଦ୍ୟାଳୟ ଉପରେ କଠୋର ହୋଇଛି ଉଚ୍ଚ ଶିକ୍ଷା ବିଭାଗ । ସେହିପରି ଭାବରେ ବରଗଡ଼ ଜିଲ୍ଲାରେ ୧୭ ଟି ମହାବିଦ୍ୟାଳୟ, ଭଦ୍ରକ ଜିଲ୍ଲାରେ 2ଟି ମହାବିଦ୍ୟାଳୟ, ବଲାଙ୍ଗୀର ଜିଲ୍ଲାରେ ୨୪ଟି ମହାବିଦ୍ୟାଳୟ, ବୌଦ୍ଧରେ ଗୋଟିଏ ମହାବିଦ୍ୟାଳୟ, କଟକ ଜିଲ୍ଲା ଏବଂ କଟକ ମହାନଗର ନିଗମରେ ଥିବା ୨୫ଟି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦରମା ବନ୍ଦ ହୋଇଛି ।
ଏହା ମଧ୍ୟ ପଢନ୍ତୁ-ଚା’ ଦୋକାନରେ ବଚସାରୁ ଯୁବକଙ୍କୁ ହତ୍ୟା, ବନ୍ଧା ହେଲେ 2 ଅଭିଯୁକ୍ତ
ସେହିପରି ଭାବରେ ଦେଓଗଡ଼ରେ ୩ଟି ମହାବିଦ୍ୟାଳୟ, ଢେଙ୍କାନାଳରେ ୧୩ଟି ମହାବିଦ୍ୟାଳୟ, ଗଜପତି ଜିଲ୍ଲାରେ ୨୨ଟି ମହାବିଦ୍ୟାଳୟ, ଜଗତସିଂହପୁର ଜିଲ୍ଲାରେ ୧୨ଟି, ଯାଜପୁରରେ ୧୩ଟି, ଝାରସୁଗୁଡ଼ାରେ ୭ଟି, କଳାହାଣ୍ଡିରେ ୫ଟି, କନ୍ଧମାଳରେ ଗୋଟିଏ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କେନ୍ଦ୍ରାପଡ଼ାର ୬ଟି ମହାବିଦ୍ୟାଳୟ, କେନ୍ଦୁଝରର ୭ଟି ମହାବିଦ୍ୟାଳୟ, ଖୋର୍ଦ୍ଧାର ୬ଟି ମହାବିଦ୍ୟାଳୟ, କୋରାପୁଟରେ ୬ଟି ମହାବିଦ୍ୟାଳୟ, ମାଲକାନଗିରିରେ ଗୋଟିଏ, ମୟୂରଭଞ୍ଜରେ 8ଟି , ନବରଙ୍ଗପୁରରେ ୨ଟି, ନୟାଗଡ଼ରେ ୭ଟି, ନୂଆପଡ଼ାରେ ଗୋଟିଏ, ପୁରୀରେ ୧୦ଟି, ରାୟଗଡ଼ାରେ ୩ଟି, ସମ୍ବଲପୁରରେ ୭ଟି, ସୋନପୁରରେ ୧ଗୋଟିଏ, ସୁନ୍ଦରଗଡ଼ରେ ୫ଟି ମହାବିଦ୍ୟାଳୟର ଅଧକ୍ଷଙ୍କ ସମେତ ମୁଖ୍ୟ କିରାଣୀ / କିରାଣୀଙ୍କ ବିରୋଧରେ କଡା ପଦକ୍ଷେପ ନେଇଛି ଉଚ୍ଚ ଶିକ୍ଷା ବିଭାଗ ।
ଇଟିଭି ଭାରତ, ଭୁବନେଶ୍ବର
