ଓଡ଼ିଶା ସ୍ବାସ୍ଥ୍ୟବିଜ୍ଞାନ ବିଶ୍ବବିଦ୍ୟାଳୟ ପାଇଁ ୩୩୦ କୋଟି, ନିଯୁକ୍ତି ପାଇବେ ଡାକ୍ତର ଓ ପାରାମେଡିକ

author img

By

Published : May 29, 2023, 7:08 PM IST

Updated : May 29, 2023, 7:17 PM IST

Odisha University of Physiology

ରାଜ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଓ ଡାକ୍ତରୀ ଶିକ୍ଷା ପାଇଁ ପ୍ରତିଷ୍ଠା ହେବ ଓଡ଼ିଶା ସ୍ବାସ୍ଥ୍ୟବିଜ୍ଞାନ ବିଶ୍ବବିଦ୍ୟାଳୟ । ଏନେଇ ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

ଓଡ଼ିଶା ସ୍ବାସ୍ଥ୍ୟବିଜ୍ଞାନ ବିଶ୍ବବିଦ୍ୟାଳୟ ପାଇଁ ୩୩୦ କୋଟି, ନିଯୁକ୍ତି ପାଇବେ ଡାକ୍ତର ଓ ପାରାମେଡିକ

ଭୁବନେଶ୍ବର: ରାଜ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଓ ପ୍ରଗତିଶୀଳ ଡାକ୍ତରୀ ଶିକ୍ଷା ଯୋଗାଇବା ପାଇଁ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ କ୍ୟାବିନେଟ୍‌ ୩୩୦.୧୭ କୋଟିର ପ୍ରସ୍ତାବ ଆଗତ ହୋଇଛି । ଏହା ରାଜ୍ୟର ସରକାରୀ ଡାକ୍ତରଖାନାରେ ଡାକ୍ତର ଏବଂ ପାରାମେଡିକଙ୍କ ନିଯୁକ୍ତି ସୁନିଶ୍ଚିତ କରିବ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ମୋହର ମାରିଛି ।

ରାଜ୍ୟରେ ପ୍ରତିଷ୍ଠା ହେବ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ । ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଛନ୍ତି । ଫରେଷ୍ଟ ପାର୍କ ନିକଟରେ ଥିବା କାର୍ଯ୍ୟାଳୟର ପ୍ରଥମ ମହଲା ମରାମତି କାର୍ଯ୍ୟ ଶେଷ ହେଇଛି । ଆସନ୍ତା କିଛି ମାସ ଭିତରେ ଦ୍ବିତୀୟ ମହଲା କାର୍ଯ୍ୟ ଶେଷ ହେବ । ସେଠାରେ ବିଶ୍ବବିଦ୍ୟାଳୟ କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହେବ । ୨୦୨୧ ଅକ୍ଟୋବରରେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା ।

ଏହା ବି ପଢନ୍ତୁ- Cabinet Meeting: ନୂଆ ଆବାସ ଯୋଜନା ‘ମୋ ଘର’; ଋଣ ନେଲେ ମିଳିବ ସବସିଡି, ଉପକୃତ ହେବେ ନିମ୍ନ ମଧ୍ୟବିତ୍ତ ପରିବାର

ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପରେ ରାଜ୍ୟର ୧୫୦ରୁ ଅଧିକ କଲେଜ ଏହା ଅଧୀନକୁ ଆସିବ । ସମସ୍ତ ଏଲୋପାଥିକ, ହୋମିଓପାଥିକ ଓ ଆୟୁର୍ବେଦିକ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଏହି ବିଶ୍ବବିଦ୍ୟାଳୟ ପରିଚାଳନା କରିବ । ଏହା ବ୍ୟତୀତ ନର୍ସିଂ, ଫାର୍ମାସୀ, ଫିଜିଓଥେରାପି ଓ ପାରାମେଡିକାଲ ଶିକ୍ଷାନୁଷ୍ଠାନ ସବୁ ଗୋଟିଏ ଛତା ତଳେ ରହିବେ । ସବୁ କଲେଜ ଓ ପାଠ୍ୟକ୍ରମ ପାଇଁ ଏକକ ଶିକ୍ଷାନୀତି, ପରୀକ୍ଷା ହେବ । ଏଥି ସହିତ ମେଡିକାଲ ଓ ପାରା ମେଡିକାଲ କ୍ଷେତ୍ରରେ ଗବେଷଣା ଉପରେ ଏହି ବିଶ୍ବବିଦ୍ୟାଳୟ ଫୋକସ କରିବ ।

ଏହା ବି ପଢନ୍ତୁ- VSSUT Transformation: ବିଶ୍ବବିଦ୍ୟାଳୟର ହେବ ନବକଳେବର, ୩ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୨୦୦୦ କୋଟି

୨୦୨୨ ଫେବୃଆରୀରେ ରାଜ୍ୟର ସୁନାମଧନ୍ୟ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଏହାର ଓଏସ୍‌ଡି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ୧୫ ଅଗଷ୍ଟ ୨୦୨୨ରେ ଏନେଇ ବିଧିବଦ୍ଧ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଶ୍ବବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟ ଏବେ ଫରେଷ୍ଟ ପାର୍କରେ କାର୍ଯ୍ୟ କରିବ । ସ୍ଥାୟୀ ପ୍ରଶାସନିକ ବିଲ୍‌ଡିଂ ନିର୍ମାଣ ପାଇଁ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲ ପାଖରେ ୫ ଏକର ଜମି ପ୍ରଦାନ କରିଛନ୍ତି । ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ କ୍ୟାବିନେଟ ୩୩୦.୧୭ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁର ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :May 29, 2023, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.