ଓଡ଼ିଶା ମାଣ୍ଡିଆ ଖାଇବ ସାରା ଦୁନିଆ: ଦିନ ଥିଲା ମାଣ୍ଡିଆ ଗରିବଙ୍କ ଖାଦ୍ୟ, ଏବେ ପାଲଟିଛି ସମସ୍ତଙ୍କ ମନପସନ୍ଦ

author img

By

Published : May 22, 2023, 5:27 PM IST

Updated : May 22, 2023, 6:56 PM IST

Etv Bharat

ଦିନେ ଗରିବଙ୍କ ଖାଦ୍ୟ ପାଲଟିଥିବା ମାଣ୍ଡିଆ ଏବେ ସମସ୍ତଙ୍କ ପ୍ରଥମ ପସନ୍ଦ ହୋଇପାରିଛି । ମାଣ୍ଡିଆ ଚାଷୀମାନଙ୍କୁ କିଭଳି ଭାବରେ ଅଧିକ ପ୍ରୋତ୍ସାହନ ଦିଆଯିବ ସେନେଇ ରାଜ୍ୟ ସରାକର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଅଧିକ ପଢନ୍ତୁ

ଓଡ଼ିଶା ମାଣ୍ଡିଆ ଖାଇବ ସାରା ଦୁନିଆ: ଦିନ ଥିଲା ମାଣ୍ଡିଆ ଗରିବଙ୍କ ଖାଦ୍ୟ, ଏବେ ପାଲଟିଛି ସମସ୍ତଙ୍କ ମନପସନ୍ଦ

ଭୁବନେଶ୍ବର: ଦିନ ଥିଲା ମାଣ୍ଡିଆ ଗରିବଙ୍କ ଖାଦ୍ୟ ଭାବେ ଜଣାଶୁଣା ଥିଲା । କିନ୍ତୁ ଆଜି ଏହା ସମ୍ଭ୍ରାନ୍ତ ପରିବାରର ସ୍ଥାନ ଅକ୍ତିଆର କରିବାକୁ ଲାଗିଛି । ମାଣ୍ଡିଆ ନ୍ୟୁଟ୍ରିସନରେ ଭରପୁର ରହିଥାଏ । ଏହା ସୁସ୍ଥ ଶରୀର ପାଇଁ ଲାଭଦାୟକ ହୋଇଥିବାରୁ ଲୋକେ ମାଣ୍ଡିଆ ଖାଇବାକୁ ବେଶ ପସନ୍ଦ କରୁଛନ୍ତି । ଏପରିକି ବଜାରରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି । ଏଣୁ ରାଜ୍ୟରେ ଥିବା ମାଣ୍ଡିଆ ଚାଷୀମାନଙ୍କୁ କିଭଳି ଭାବରେ ଅଧିକ ପ୍ରୋତ୍ସାହନ ଦିଆଯିବ ସେନେଇ ରାଜ୍ୟ ସରାକର ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ମାଣ୍ଡିଆରେ କ୍ୟାଲସିୟମ, ଭିଟାମିନ ଓ କାର୍ବୋ-ହାଇଡ୍ରେଟ ଆଦି ରହିଥାଏ । ମାଣ୍ଡିଆକୁ ଲୋକପ୍ରିୟ କରିବା ପାଇଁ କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ ରହିଛନ୍ତି । ଏମାନେ ମାଣ୍ଡିଆ ଚାଷକୁ ବଞ୍ଚାଇ ରଖିଥିବାରୁ ସେମାନଙ୍କର ଭବିଷ୍ୟତର ଜୀବନଜୀବିକା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଏହା ସହିତ ଯେଉଁ ଚାଷୀମାନେ ମାଣ୍ଡିଆ ଚାଷ କରିବେ ସେମାନଙ୍କୁ ଏକ ହେକ୍ଟର ପିଛା ୨୬ ହଜାର ୫୦୦ ଟଙ୍କା ଚାଷୀମାନଙ୍କୁ ଦିଆଯାଉଛି । ଏହା ସହିତ ଭାରତ ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ୫୭୮ ଟଙ୍କାରେ ସମସ୍ତ ଚାଷୀମାନଙ୍କଠାରୁ କିଣାଯାଉଛି । ତେବେ ଏହା ସହ ସରକାର ଖରିଦ ପରେ ସଙ୍ଗେ ସଙ୍ଗେ ନ ରଖି ବଣ୍ଟନ କରାଯାଉଛି ।

ପିଡିଏସ ମାଧ୍ୟମରେ ଲୋକମାନଙ୍କ ପାଖରେ ଯେଭଳି ଭାବରେ ଉନ୍ନତ ଖାଦ୍ୟ ପାହଞ୍ଚିପାରିବ ସେନେଇ ପଦକ୍ଷେପ ନିଆଯାଉଛି । ସରକାର ୧ ଟଙ୍କା ମୂଲ୍ୟରେ ସାଧାରଣ ଲୋକଙ୍କ ପାଖରେ ଖାଦ୍ୟ ଯୋଗାଇ ଦେଉଛନ୍ତି । ଅନ୍ୟପଟେ ବିଭିନ୍ନ ସମୟର ସେମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଯାଉଛି। ଏହା ସହିତ ଉଦ୍ୟୋଗୀମାନଙ୍କୁ ନେଇ ବିକାଶ କରାଯାଉଛି । ଅଧିକରୁ ଅଧିକ କିଭଳି ଭାବରେ ମାଣ୍ଡିଆ ବ୍ୟବହାର ହୋଇପାରିବ, କିଭଳି ଭାବରେ ଲୋକଙ୍କ ନିକଟରେ ପହଞ୍ଚିପାରିବ, ଅଧିକରୁ ଅଧିକ କିଭଳି ଭାବରେ ଉତ୍ପାଦନ ହୋଇପାରିବ, ରାଜ୍ୟରୁ ମାଣ୍ଡିଆକୁ କିଭଳି ଭାବରେ ଦେଶ ତଥା ବିଦେଶକୁ ରପ୍ତାନି କରିପାରିବା ସେନେଇ ନିଆଯାଉଛି ଅନେକ ପଦକ୍ଷେପ ।

ଏହା ବି ପଢନ୍ତୁ- ୧୦ ବର୍ଷ ତଳେ ସ୍ବାମୀକୁ ହତ୍ୟା କରିଥିଲେ, ଏବେ ଜେଲରୁ ମିଳିଲା ଝୁଲନ୍ତା ମୃତଦେହ

ଚଳିତ ବର୍ଷ ଭୁବନେଶ୍ଵରରୁ ଦୁବାଇକୁ ପ୍ରଥମ ବିମାନରେ ରାଜ୍ୟର ମାଣ୍ଡିଆ ରପ୍ତାନି ହେବା ଆରମ୍ଭ ହୋଇଛି । ତେବେ ଦୁବାଇକୁ ଓଡ଼ିଶାର ମାଣ୍ଡିଆ ୧୦ଟନ ରପ୍ତାନି କରାଯାଇଛି । ଏହା ସହ ଆଗକୁ ଆହୁରି ଅନ୍ୟ ଦେଶକୁ ମଧ୍ୟ ରପ୍ତାନି କରାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ଆଜି ଗର୍ବର ସହ ଆମେ କହିପାରିବା ଯେ ଓଡ଼ିଶା ମାଣ୍ଡିଆ ଖାଇବ ସାରା ଦୁନିଆ ବୋଲି କହିଛନ୍ତି । ରାଜ୍ୟରେ ଅନୁର୍ବର ଜମି ରହିଛି ଏବଂ ଅଳ୍ପ ଶିକ୍ଷିତ ଜନଜାତି ଚାଷୀ, ନାମମାତ୍ର ଚାଷୀ, କ୍ଷୁଦ୍ର ଚାଷୀଙ୍କ ଦ୍ଵାରା ଆରମ୍ଭ ହୋଇ ଏବେ ସହରରେ ପହଞ୍ଚିଲାଣି । ବର୍ତ୍ତମାନ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରର ବଡ଼ ବଡ଼ ମଲ୍‌, ଶୋ' ରୁମ୍ ଏବଂ ହୋଟେଲରେ ମିଲେଟର ବ୍ୟବହାର କରାଯାଉଛି ଏବଂ ପ୍ରଡକ୍ଟ ମଧ୍ୟ ମିଳୁଛି ।

ଅନେକ ସମୟରେ ମାଣ୍ଡିଆ ଗରିବ ଲୋକଙ୍କର ଖାଦ୍ୟ ଭାବରେ ଗଣା ଯାଉଥିଲା କିନ୍ତୁ ଏବେ ଏହାକୁ ସମସ୍ତ ବର୍ଗର ଲୋକମାନେ ଖୋଜୁଛନ୍ତି । ସ୍ଵାସ୍ଥ୍ୟ ପାଇଁ ମାଣ୍ଡିଆ ଅଧିକ ଉପଯୋଗୀ ବୋଲି ରାଜ୍ୟ ମିଲେଟ ମିଶନର ଯୁଗ୍ମ ନିର୍ଦ୍ଦେଶକ କହିଛନ୍ତି । ଏପଟେ ଜଣେ ମାଣ୍ଡିଆ ବ୍ୟବହାରକାରୀ କହିଛନ୍ତି, "ଦୈନନ୍ଦିନ ଜୀବନରେ ମାଣ୍ଡିଆ ଅତ୍ୟନ୍ତ ଆବଶ୍ୟକ। ପ୍ରତ୍ୟେକଟି ଖାଦ୍ୟରେ ମାଣ୍ଡିଆର ବ୍ୟବହାର କରିବା ଆବଶ୍ୟକ । ଭାତ ଖାଇବା ବଦଳରେ ମିଲେଟର କମ୍ ମାତ୍ରାରେ ଖାଇବା ଦ୍ବାରା ସେତିକି ଶକ୍ତି ମିଳିଥାଏ । ତେବେ ମାଣ୍ଡିଆରେ ଅଧିକ ମାତ୍ରାରେ ପ୍ରୋଟିନ ରହିଛି । ଆଇରନ, ପୋଟାସିୟମ, କ୍ୟାଲସିୟମ ଆଦି ରହିଛି ।"

ମାଣ୍ଡିଆରେ କଣ ରହିଛି ଫାଇଦା ?

କ୍ୟାଲସିୟମ ଅଭାବକୁ ଦୂର କରିଥାଏ ମାଣ୍ଡିଆ । ଯାହା ବିଭିନ୍ନ ଖାଦ୍ୟଶସ୍ୟ ତୁଳନାରେ ସର୍ବାଧିକ । କ୍ୟାଲସିୟମ ମାଣ୍ଡିଆରେ ହିଁ ଅଧିକ ରହିଛି । ଯାହା ହାଡ଼ ଓ ଦାନ୍ତକୁ ମଜବୁତ କରିଥାଏ । ଏହା ସହ ଅଷ୍ଟିଓଫୋରୋସିସ ପରି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ମାଣ୍ଡିଆ । ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମାଣ୍ଡିଆରେ ଅଧିକ ମାତ୍ରାରେ ପଲିଫୋନେଲ ଓ ଡାଏଟରି ଫାଇବର ରହିଛି । ଯାହା ଶରୀରରେ ବଢୁଥିବା ଶର୍କରାସ୍ତରକୁ ନିୟନ୍ତ୍ରିତ କରିଥାଏ । ଚିନ୍ତା ଦୂର କରିବା ପାଇଁ ମାଣ୍ଡିଆରେ ଭରପୂର ମାତ୍ରାରେ ରହିଛି ଆଣ୍ଟି-ଅକ୍ସିଡେଣ୍ଟ । ମାଣ୍ଡିଆ ଦ୍ଵାରା ଓଭର ଡାଏଟିଂରୁ ରକ୍ଷା ମିଳିଥାଏ । ମାଣ୍ଡିଆ ଖାଇବା ଦ୍ବାରା ଅଧିକ ସମୟ ଯାଏ ଭୋକ ଲାଗି ନଥାଏ। ତେଣୁ ଓଜନ ଆପେ ଆପେ ନିୟନ୍ତ୍ରିତ ହୋଇଥାଏ। ମାଣ୍ଡିଆରେ ଥିବା ଆଇରନ ଆନେମିଆର ଉପଚାର କରିଥାଏ । ଶରୀରରେ ହିମୋଗ୍ଲୋବିନ୍ କମ ଥିଲେ ମାଣ୍ଡିଆକୁ ଖାଦ୍ୟରେ ସାମିଲ କରିବା ଆବଶ୍ୟକ। ମାଣ୍ଡିଆ ଖାଇବା ଦ୍ଵାରା ମଧ୍ୟ ଭିଟାମିନ-ସିର ସ୍ତର ବଢିଥାଏ।

ଇଟିଭି ଭାରତ, ଭୁବନେଶ୍ବର

Last Updated :May 22, 2023, 6:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.