ବଢିଲା ଧନ୍ଦାମୂଳକ ପ୍ରଶିକ୍ଷକ ଓ ସଂଯୋଜକଙ୍କ ଦରମା

author img

By

Published : Nov 24, 2022, 10:53 AM IST

ଧନ୍ଦାମୂଳକ ପ୍ରଶିକ୍ଷକ ଓ ସଂଯୋଜକଙ୍କ ଦରମା ବୃଦ୍ଧି

ଧନ୍ଦାମୂଳକ ପ୍ରଶିକ୍ଷକ ଏବଂ ସଂଯୋଜକଙ୍କ ଦରମା ବଢାଇଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧିନରେ କାର୍ଯ୍ୟରତ ଧନ୍ଦାମୂଳକ ପ୍ରଶିକ୍ଷକ ଏବଂ ସଂଯୋଜକମାନଙ୍କ ଦରମା ବୃଦ୍ଧି କରିଛନ୍ତି । ଏହି ପ୍ରଶିକ୍ଷକ ଏବଂ ସଂଯୋଜକମାନଙ୍କ କର୍ତ୍ତବ୍ୟନିଷ୍ଠା ଓ କାର୍ଯ୍ୟ ଦକ୍ଷତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କର ଦରମା ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ୨୦୨୨ ଅପ୍ରେଲ ପହିଲାରୁ କାର୍ଯ୍ୟକାରୀ ହେବ ବୋଲି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୦୬ଟି ମାଧ୍ୟମିକ ବିଦ୍ୟାଳୟ ଏବଂ ୫୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୧ଟି ବିଭାଗରେ ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । କୃଷି, ଖାଦ୍ୟ ପ୍ରକିୟାକରଣ, ମୋଟରଯାନ, ପୋଷାକ, ପର୍ଯ୍ୟଟନ ଓ ଆତିଥ୍ୟ ଶିଳ୍ପ, ସୌନ୍ଦର୍ଯ୍ୟ ଓ ସୁସ୍ଥତା, ନିର୍ମାଣ, ପାଇପ୍‌ ମିସ୍ତ୍ରୀ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଖୁଚୁରା ବ୍ୟବସାୟ ପରିଚାଳନା, ଇଲେକ୍‌ଟ୍ରୋନିକ୍ସ ଓ ହାର୍ଡେୱୟାର ଗୁଡ଼ିକରେ ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ଆଜିଠୁ ବିଧାନସଭା ଶୀତ ଅଧିବେଶନ, ଅର୍ଚ୍ଚନା ନାଗ ମାମଲାକୁ ନେଇ କମ୍ପିବ ଗୃହ

ଏହି ବିଦ୍ୟାଳୟଗୁଡ଼ିକରେ ୧,୯୨୨ ଜଣ ପ୍ରଶିକ୍ଷକ/ପ୍ରଶିକ୍ଷିକା ଏବଂ ୬୪ ଜଣ ସଂଯୋଜକ/ସଂଯୋଜିକା କାର୍ଯ୍ୟରତ ଅଛନ୍ତି । ଚଳିତ ବର୍ଷ ଉଭୟ ପ୍ରଶିକ୍ଷକ/ପ୍ରଶିକ୍ଷିକା ଓ ସଂଯୋଜକ/ସଂଯୋଜିକାମାନଙ୍କର ପାରିତୋଷିକ ବୃଦ୍ଧି ନିମନ୍ତେ ଦିଆଯାଇଥିବା ପ୍ରସ୍ତାବଟି ସମଗ୍ର ଶିକ୍ଷାର ପିଏବି ୨୦୨୨-୨୩ରେ ଅନୁମୋଦନ କରାଯାଇଛି । ତଦନୁଯାୟୀ ରାଜ୍ୟ ସରକାର ଧନ୍ଦାମୂଳକ ପ୍ରଶିକ୍ଷକ/ପ୍ରଶିକ୍ଷିକାଙ୍କର ମାସିକ ଦରମା ୧୫,୦୫୦ରୁ ୨୦,୦୦୦କୁ ବୃଦ୍ଧି କରିଛନ୍ତି । ସେହିପରି ସଂଯୋଜକ/ସଂଯୋଜିକାମାନଙ୍କ ମାସିକ ଦରମା ୨୫,୦୦୦ରୁ ୩୦,୦୦୦କୁ ବୃଦ୍ଧି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.