ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ: ସରକାରଙ୍କ ପ୍ରତିଶ୍ରୁତି, 3 ମାସରେ ସମାଧାନ ହେବ ଡ୍ରାଇଭରଙ୍କ ଦାବି

author img

By

Published : Mar 16, 2023, 10:59 PM IST

Updated : Mar 16, 2023, 11:04 PM IST

3 ମାସରେ ସମାଧାନ ହେବ ଡ୍ରାଇଭରଙ୍କ ଦାବି

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସାମୁହିକ ଭାବେ ସ୍ଥଗିତ କରିଛନ୍ତି ଡ୍ରାଇଭର ମହାସଂଘ । ଆଗାମୀ 3 ମାସ ମଧ୍ୟରେ ମହାସଂଘର ଦାବି ସମାଧାନ ହେବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଏନେଇ ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

3 ମାସରେ ସମାଧାନ ହେବ ଡ୍ରାଇଭରଙ୍କ ଦାବି

ଭୁବନେଶ୍ବର: ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ । ସରକାରଙ୍କର ପ୍ରତିଶୃତି ପରେ ସାମୁହିକ ଆନ୍ଦୋଳନକୁ ସ୍ଥଗିତ ରଖିଛି ମହାସଂଘ । ଆଗାମୀ 3 ମାସ ମଧ୍ୟରେ ମହାସଂଘର ଦାବି ସମାଧାନ ହେବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଏନେଇ ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ପ୍ରକାଶ ପାଇବା ପରେ ଆନ୍ଦୋଳନ ସ୍ଥଗିତ ରହିଛି ।

ଡ୍ରାଇଭର ମହାସଂଘର ଦୁଇ ଦିନଧରି ଧାରଣା ସହ ରାଜନୈତିକ ଚାପରେ ଚେପା ହୋଇଛନ୍ତି ସରକାର । ଶେଷରେ ମହାସଂଘ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡ୍ରାଇଭର ଏକତା ମହାମଞ୍ଚର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବଙ୍କ ମହାସଂଘ ସହ ପୁଙ୍ଖନୁଫୁଙ୍ଖା ଆଲୋଚନା କରିଛନ୍ତି ।

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟାଳୟ ଡ୍ରାଇଭର ଏକତା ମହାସଂଘର ଆବାହକଙ୍କୁ ଚିଠି ଲେଖିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଆସନ୍ତା 3 ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ଗୁଡ଼ିକୁ ସମାଧାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାପରେ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ଦୁଇ ଦିନ ଧରି ଜାରି ରଖିଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିଛି ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଡ୍ରାଇଭର ଏକତା ମହାସଂଘ ସହ ଆଜି ଲୋକସେବା ଭବନରେ ଆଲୋଚନା ହୋଇଛି । ତାଙ୍କ ଦାବି ସମ୍ପର୍କରେ ସରକାର ସଚେତନ ଅଛନ୍ତି । ସହୃଦୟତାର ବିଚାର କରୁଛନ୍ତି । ଆସନ୍ତା 3 ମାସ ମଧ୍ୟରେ ସେମାନଙ୍କ ଦାବି ଯଥାସମ୍ଭବ ପୂରଣ କରାଯିବ । ଆଲୋଚନା ପରେ ମହାସଂଘ ଧର୍ମଘଟ ସମ୍ପର୍କରେ ସକରାତ୍ମକ ନିଷ୍ପତ୍ତି ନେବେ ।

ଓଡିଶା ଡ୍ରାଇଭର ମହାସଂଘର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ବାବୁଲା ତ୍ରିପାଠୀ କହିଛନ୍ତି ଯେ, ଡ୍ରାଇଭରଙ୍କ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲେଇ ଥିଲେ । 10 ଦଫା ଦାବି ସମ୍ବଳିତ ଦାବିପତ୍ର 30 ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି । ଏହାସହ ସଂଘ କର୍ମକର୍ତ୍ତା ସମ୍ବଲପୁରରୁ ଭୁବନେଶ୍ୱର ପଦଯାତ୍ରାରେ ଆସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା । ଗତ ଡିସେମ୍ବର ସୁଦ୍ଧା ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା । ପୂର୍ବରୁ ମୌଖିକ ବର୍ତ୍ତମାନ ଲିଖିତ ପ୍ରତିଶ୍ରୁତି ମିଳିଛି । ଆଗାମୀ ଦିନରେ ଡ୍ରାଇଭରଙ୍କ ଦାବି ପୂରଣ ହେବ ବୋଲି ସେ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 16, 2023, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.