ଅମ୍ଳଜାନ ଅଭାବରେ ଛଟପଟ ଓଡ଼ିଆ ଶ୍ରମିକ, ଫେରାଇ ନେବାକୁ ଆକୁଳ ନିବେଦନ

author img

By

Published : Sep 12, 2021, 10:04 PM IST

ଅମ୍ଳଜାନ ଅଭାବରେ ଛଟପଟ ଓଡ଼ିଆ ଶ୍ରମିକ, ଫେରିବା ନେବାକୁ ଆକୁଳ ନିବେଦନ

ପେଟପାଟଣା ପାଇଁ ଦେଶ ବାହାରକୁ କାମ କରିବାକୁ ଯାଇ ହଟହଟା ହେଉଛନ୍ତି ଓଡ଼ିଆ ଯୁବକ । NSH ନାମକ କମ୍ପାନୀରେ କାମ କରୁଥିବା ଯୁବକମାନଙ୍କ ଅକ୍ସିଜେନ ଲେବଲ କମିବାରେ ଲାଗିଛି । ଫଳରେ ଯୁବକମାନେ ସେଠାରୁ ଫେରାଇ ନେବାକୁ ନିବେଦନ କରିଛନ୍ତି । ଅଧିକ ପଢ଼ନ୍ତୁ...

ଖୋର୍ଦ୍ଧା: ପେଟପାଟଣା ପାଇଁ ଦେଶ ବାହାରକୁ କାମ କରିବାକୁ ଯାଇ ହଟହଟା ହେଉଛନ୍ତି ଓଡ଼ିଆ ଯୁବକ । ବାଲୁଗାଁ ଅଞ୍ଚଳର କିଛି ଓଡ଼ିଆ ଯୁବକ ରୋଜଗାର ପାଇଁ ବାହାରିନ ଯାଇଥିଲେ । ପରିବାରର ଆର୍ଥିକ ଅବସ୍ଥା ସୁଧାରିବା ଥିଲା ମୂଳ ଉଦ୍ଦେଶ୍ୟ । ହେଲେ ପରଦେଶ ବା ନିଜର ହେବ କେମିତି, ବାହାରିନରେ କାମ କରିବାର କିଛି ଦିନ ପରେ ଯୁବକମାନେ ଏବେ ରହିଛନ୍ତି ମରଣ ଯନ୍ତାରେ । ଏବେ ଜୀବନ ବଞ୍ଚାଇ ନିଜ ଭିଟାମାଟିକୁ ନେବାକୁ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି ଯୁବକ ।

ଅମ୍ଳଜାନ ଅଭାବରେ ଛଟପଟ ଓଡ଼ିଆ ଶ୍ରମିକ, ଫେରିବା ନେବାକୁ ଆକୁଳ ନିବେଦନ


ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସୁବୁଦ୍ଧି ପାଟନାର ୨୯ ବର୍ଷୀୟ ଯୁବକ ପ୍ରୀତମ କୁମାର ନନ୍ଦ ଵାହାରିନର ବାପକୋ କ୍ୟାମ୍ପରେ ରହୁଛନ୍ତି । ବାଲୁଗାଁ ସମେତ ବାଣପୁର, ଖଲିକୋଟ ଅଞ୍ଚଳରୁ ୧୦୦୦ରୁ ଅଧିକ ଏହି କ୍ୟାମ୍ପରୁ ଏବେ ମୁକୁଳିବାକୁ ବାଟ ଖୋଜୁଛନ୍ତି । ପ୍ରୀତମ କୁମାର ନନ୍ଦ କାମ କରୁଥିବା NSH କମ୍ପାନୀର ଚାରିପାଖରେ ବିଭିନ୍ନ ଗ୍ୟାସ୍ ପ୍ଲାଣ୍ଟ ରହିଛି । ଫଳରେ ଶ୍ରମିକମାନଙ୍କ ଅମ୍ଳଜାନ ଲେବଲ କମିବାରେ ଲାଗିଛି । ଅକ୍ସିଜେନ ଲେବଲ କମିବା ପରେ ଶ୍ରମିକଙ୍କୁ କେଉଁ ଡାକ୍ତରଖାନାକୁ ନିଆଯାଉଛି ତାହା ଜଣା ପଡ଼ୁନାହିଁ । ଖାଲି ସେତିକି ନୁହେଁ ଥରେ ସେହିସ୍ଥାନରୁ ଶ୍ରମିକ ଡାକ୍ତରଖାନା ଗଲେ ତାଙ୍କ ଖୋଜଖବର ମିଳୁନଥିବା ଅଭିଯୋଗ ହୋଇଛି ।

ବର୍ତ୍ତମାନ ସଂପୃକ୍ତ ଅଞ୍ଚଳକୁ ପୋଲିସ ଘେରାଉ କରି ରଖିଛି । ଯଥାଶୀଘ୍ର ସେଠାରୁ ସେମାନଙ୍କୁ ଫେରାଇ ନେବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ବାଲୁଗାଁ ଯୁବକ । ଏହି କମ୍ପାନୀର ବର୍ତ୍ତମାନ ଭାରତ ଓ ନେପାଳର ୫୦୦୦ରୁ ଅଧିକ ଶ୍ରମିକ ଫସି ରହିଥିବା ଯୁବକ ଜଣକ ଭାଇରାଲ ଭିଡିଓରେ କହୁଥିବା ଦେଖା ଦେଇଛି । କ୍ୟାମ୍ପରେ ଜଣଙ୍କ ଗଳା କଟା ଯାଇଥିବା ଅଭିଯୋଗ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.