'ବିକଶିତ ଭାରତ ୨୦୪୭' : ସାମିଲ ହେଲେନି ଓଡିଶା ସମେତ 11 ରାଜ୍ୟର ମୁଖ୍ୟମନ୍ତ୍ରୀ

author img

By

Published : May 28, 2023, 6:10 PM IST

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନବୀନ

'ବିକଶିତ ଭାରତ ୨୦୪୭' ବିଷୟବସ୍ତୁ ରଖି ଆୟୋଜିତ ହୋଇଛି ନୀତି ଆୟୋଗ ବୈଠକ। ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ 8ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାନ୍ତି। ବୈଠକରେ ଓଡିଶା ଅଂଶଗ୍ରହଣ ନକରିବା ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ଅଧିକ ପଢନ୍ତୁ

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନବୀନ

ଭୁବନେଶ୍ବର: ରାଜଧାନୀ ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ବୈଠକରେ ସାମିଲ ହୋଇନାହିଁ ଓଡିଶା । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇନଥିବା ଜଣାପଡିଛି । ଏହାକୁ ନେଇ ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ନୀତି ଆୟୋଗ ବୈଠକରେ ଯୋଗ ନଦେବା କାରଣରୁ ଓଡିଶାବାସୀ ନିଜ ହକ୍‌ରୁ ବଞ୍ଚିତ ହୋଇଛନ୍ତି । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ ଆମ ପ୍ରତିନିଧି ଅଟନ୍ତି । ୨୦୪୭ ମସିହା ଭିତରେ ଆମେ କ'ଣ କ'ଣ ଭିଜନ ରଖିଛନ୍ତି ସେନେଇ ନୀତି ଆୟୋଗ ବୈଠକରେ ଉପସ୍ଥାପନ କରିପାରିଥାନ୍ତେ ।

କ' ଣ ହେବ ନ ହେବ ବଡ଼ କଥା ନୁହେଁ । ଏହା ସାଢ଼େ 4 କୋଟି ଓଡିଆଙ୍କ ସ୍ବାର୍ଥର ପରିପନ୍ଥୀ ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି । ଆମେ ଯଦି ଦେଶ ପାଇଁ ଏକାଠି ନ ହେବା ତେବେ କେବେ ହେବା ବୋଲି ପ୍ରଶ୍ନ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହେଉଥିବା ଏହି ବୈଠକରେ ନବୀନ ସାମିଲ ହୋଇନଥିବାରୁ ଘଟମାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଓଡିଶାର ମୁଖ୍ୟମନ୍ତ୍ରୀ ବୈଠକରେ କାହିଁକି ଯୋଗ ଦେଲେ ନାହିଁ ତାହାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । କେବଳ ନବୀନ ପଟ୍ଟନାୟକ ନୁହଁନ୍ତି ଦେଶର ବିକାଶ ପାଇଁ ମୁଖ୍ୟ ଯୋଜନା ପ୍ରସ୍ତୁତ କରୁଥିବା ଆଉ 10ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ନୀତି ଆୟୋଗ ବୈଠକରେ ଯୋଗ ଦେଇନାହାନ୍ତି । ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ, କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ପ୍ରମୁଖ ଯୋଗ ଦେବେନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ ।

ସୂଚନା ଅନୁସାରେ, ଏହି ନୀତି ଆୟୋଗ ବୈଠକରେ 'ବିକଶିତ ଭାରତ ୨୦୪୭'କୁ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି । ମୁଖ୍ୟତଃ ୮ଟି ପ୍ରସଙ୍ଗ ଆଲୋଚନା ହୋଇଛି। ୨୦୪୭ର ବିକଶିତ ଭାରତ, MSME, ପୁଞ୍ଜି ନିବେଶ, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ଆଗାମୀ ଦିନରେ କିପରି ରାଜ୍ୟ ଓ ଦେଶର ବିକାଶ ହେବ ସେନେଇ ପ୍ଲାନ ପ୍ରସ୍ତୁତ କରାଯାଉଛି। ଦେଶର ବିକାଶ ପାଇଁ ମୁଖ୍ୟ ଯୋଜନା ପ୍ରସ୍ତୁତ କରୁଥିବା ନୀତି ଆୟୋଗ ବୈଠକ ଶନିବାର ଆୟୋଜିତ ହୋଇଛି । ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଓଡିଶା ସରକାର ସାମିଲ ନହେବା ଘଟଣାକୁ ବିରୋଧୀ ବିଜେପି ସମୀକ୍ଷା କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.