ନୂଆ ସଂସଦ ସୌଧ: କର୍ମଦ୍ବାର କାନ୍ଥରେ ଶୋଭା ପାଉଛି କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ର

author img

By

Published : May 29, 2023, 8:00 AM IST

new parliament building

ପ୍ରତିଟି ଓଡିଶାବାସୀଙ୍କ ପାଇଁ ଗର୍ବର ବିଷୟ । ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନରେ ସ୍ଥାପିତ ହୋଇଛି କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ର । ଅଧିକ ପଢନ୍ତୁ

ଭୁବନେଶ୍ବର: ଦେଶ ଦେଖିଲା ଓଡିଶା କାରିଗରୀ । ଗଣତନ୍ତ୍ରର ଗୌରବ ନୂଆ ସଂସଦ ସୌଧର ଉଦଘାଟନ ହୋଇଛି । ଏହି ନୂଆ ସଂସଦ ଭବନରେ ଉତ୍କଳ ମାଟିର ଝଲକ ଦେଖିବାକୁ ମିଳିଛି । ପ୍ରାୟ 64, 500 ବର୍ଗ ମିଟର ଅଞ୍ଚଳରେ ନିର୍ମିତ ନୂତନ ସଂସଦ ଭବନ କାନ୍ଥରେ ସ୍ଥାପିତ ହୋଇଛି କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ର । ନୂଆ ସଂସଦ ସୌଧର 3ଟି ଦ୍ବାରା କର୍ମ ଦ୍ବାର, ଶକ୍ତି ଦ୍ବାରା ଓ ଜ୍ଞାନ ଦ୍ବାର । କର୍ମ ଦ୍ବାରରେ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ଏକ କାଂସ୍ୟ ପ୍ରତିରୂପ ସ୍ଥାପିତ ହୋଇଛି ।

ମେ’ 28 ତାରିଖରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନୂଆ ସଂସଦ ଭବନର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବାଚସ୍ପତି ଓ ସାଂସଦ ପ୍ରମୁଖ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଐତିହାସିକ ମୂହୁର୍ତ୍ତ ଅବସରରେ ସାମିଲ ହୋଇଥିଲେ । ନୂତନ ସଂସଦ ଭବନ କର୍ମ ଦ୍ବାରରେ କାନ୍ଥରେ ସ୍ଥାପିତ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ସମ୍ମୁଖରେ ଏକ ଫଟୋ ସେ ତାଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସାଥିରେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ରହିଛନ୍ତି ।

  • नया संसद भवन एक भारत श्रेष्ठ भारत की भावना का अनुपम उदाहरण है।

    लोकतंत्र के मंदिर में ओड़िशा की गौरवशाली सांस्कृतिक विरासत की एक झलक। ऊर्जा, कौशल और गतिशीलता को दर्शाती कोणार्क सूर्य मंदिर के चक्र से प्रेरित यह ओड़िया कलाकृति भारत के वैभव का प्रतिबिंब है। #MyParlimentMyPride pic.twitter.com/I8yJkLiwFQ

    — Dharmendra Pradhan (@dpradhanbjp) May 28, 2023 " class="align-text-top noRightClick twitterSection" data=" ">

ଫଟୋଟିକୁ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି,'' ନୂଆ ସଂସଦ ଭବନ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାର ଅନୁପମ ଉଦାହରଣ ସୃଷ୍ଟି କରିଛି । ଲୋକତନ୍ତ୍ର ମନ୍ଦିରରେ ଓଡିଶା ମାଟିର ଗୌରବଶାଳୀ ସାଂସ୍କୃତିକ ଝଲକ ଦେଖିବାକୁ ମିଳିଛି । ଉର୍ଜା, କୌଶଳ ଏବଂ ଗତିଶୀଳତାକୁ ଦର୍ଶାଉ ଥିବା କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରରୁ ପ୍ରେରିତ ଏହି ଓଡିଶା କଳାକୃତି ଭାରତର ବୈଭବର ପ୍ରତିବିମ୍ବ ନୂଆ ସଂସଦ ସୌଧ କର୍ମଦ୍ବାରରେ ସ୍ଥାପିତ ହୋଇଛି ।''

ଏହା ବି ପଢନ୍ତୁ...140 କୋଟି ଭାରତୀୟଙ୍କ ସ୍ବପ୍ନର ପ୍ରତିବିମ୍ବ ନୂଆ ସଂସଦ ସୌଧ: ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...Congress VS BJP: ନେହେରୁ ଓ ମୋଦିଙ୍କ ଫଟୋ ଜାରି କଲା କଂଗ୍ରେସ, ଟ୍ବିଟରରେ ପୋଷ୍ଟର ୱାର

2023 ମେ 28 ତାରିଖ ଦେଶବାସୀଙ୍କ ପାଇଁ ସର୍ବଦା ଐତିହାସିକ ହୋଇରହିବ । ଏ ଦିନ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନ ଉଦଘାଟନ ହୋଇଛି । 64, 500 ବର୍ଗ ମିଟର ଅଞ୍ଚଳରେ ନିର୍ମିତ ନୂତନ ସଂସଦ ଭବନର ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ବହୁ ପ୍ରତୀକ୍ଷିତ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ପ୍ରାୟ 60 ହଜାର ଶ୍ରମିକ ନିୟୋଜିତ ହୋଇଥିଲେ । ଏହାର 3ଟି ଦ୍ବାର ରହିଛି ଯାହା ଜ୍ଞାନଦ୍ବାର, ଶକ୍ତିଦ୍ବାର ଓ କର୍ମଦ୍ବାର ଭାବେ ପରିଚିତ । ନୂଆ ସଂସଦ ଭବନ ଲୋକସଭା ସିଟ୍ ସଂଖ୍ୟା 888 ଓ ରାଜ୍ୟସଭା ସିଟ 384 ରହିଛି । ନୂଆ ସଂସଦ ସୌଧରେ ଭାରତୀୟ କଳା ଓ ସଂସ୍କୃତି ଝଲକ ଦେଖିବାକୁ ମିଳିିଛି । ଭାରତକୁ ମିଳିଥିବା ଭବ୍ୟ, ବିଶାଳ ଓ ଅତ୍ୟାଧୁନିକ ନୂଆ ସଂସଦ ଭବନ ନିର୍ମାଣ ପାଇଁ 836 କୋଟି ଖର୍ଚ୍ଚ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.