ସ୍କୁଲ ପଛପଟେ ପିଅନଙ୍କୁ ହତ୍ୟା, ଚନ୍ଦକା ଅଞ୍ଚଳରୁ ମିଳିଲା ମୃତଦେହ

author img

By

Published : Nov 22, 2022, 2:02 PM IST

murder to school peon in chandaka bhubaneswar

ରାଜଧାନୀ ଉପକଣ୍ଠରେ ବିଭତ୍ସ ହତ୍ୟାକାଣ୍ଡ । ପାଇକରାପୁର ହାଇସ୍କୁଲ ପିଅନଙ୍କୁ ହତ୍ୟା । ସ୍କୁଲ ପଛପଟୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପିଅନଙ୍କ ମୃତଦେହ ଉଦ୍ଧାର । ଅଧିକ ପଢ଼ନ୍ତୁ

ଭୁବେନଶ୍ବର: ରାଜଧାନୀ ଉପକଣ୍ଠରେ ବିଭତ୍ସ ହତ୍ୟାକାଣ୍ଡ । ଚନ୍ଦକା ଥାନା ପାଇକରାୟ ପୁର ପାହାଡ଼ ଉପରେ ସ୍କୁଲ ପିଅନଙ୍କୁ ହତ୍ୟା । ପାଇକରାପୁର ହାଇସ୍କୁଲ ପଛପଟୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ମୃତକ ଜଣକ ସେହି ସ୍କୁଲର ପିଅନ ବଂଶୀଧର। ମୁଣ୍ଡରେ କ୍ଷତାକ୍ତ ଚିହ୍ନ ରହିଛି । ଖବର ପାଇ ଘଟଣାସ୍ଥଳରେ ଚନ୍ଦକା ଥାନା ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବଂଶୀଧରଙ୍କ ମୁଣ୍ଡକୁ ଛେଚି କେହି ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି ।

ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ବଂଶୀଧରଙ୍କୁ ହତ୍ୟା କରିଛି ତାହା ଜଣାପଡ଼ିନାହିଁ । ଏନେଇ ମୃତକଙ୍କ ପରିବାରକୁ ମଧ୍ୟ ପୋଲିସ ପଚରାଉଚରା କରୁଛି । ପ୍ରକାଶ ଥାଉକି, ଚନ୍ଦକା ଅଞ୍ଚଳରେ ହତ୍ୟାକାଣ୍ଡ କିଛି ନୂଆ କଥା ନୁହେଁ । ପୂର୍ବରୁ ଅନେକ ଜଘନ୍ୟ ହତ୍ୟା ଘଟଣା ନଜରରେ ରହିଛି । ଗତ ମାର୍ଚ୍ଚ ମାସରେ ଜମିବାଡିକୁ କେନ୍ଦ୍ରକରି ଚନ୍ଦକା ଅଞ୍ଚଳର ସୁଶାନ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା । ମୃତ ସୁଶାନ୍ତ ପ୍ରଧାନ ଓ କାର୍ତ୍ତିକ ପ୍ରଧାନଙ୍କ ପରିବାର‌ ମଧ୍ୟରେ ବିବାଦ ହୋଇଥିଲା ।

ପୂର୍ବ ଶତ୍ରୁତାକୁ ନେଇ ମାର୍ଚ୍ଚ ୧୯ ତାରିଖରେ ସୁଶାନ୍ତ ପ୍ରଧାନଙ୍କୁ କାର୍ତ୍ତିକ ଓ ତାଙ୍କ ଚାରି ପୁଅ ଅଟକାଇ ମାରଣାସ୍ତ୍ରରେ ଆକ୍ରମଣ କରି ଲୁହଲୁହାଣ କରି ଫୋପାଡି ଦେଇଥିଲେ । ତେବେ କଟକ ଡାକ୍ତରଖାନାରେ ଚିକିତ୍ସିତ ସମୟରେ ମାର୍ଚ୍ଚ ୨୩ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା । ଘଟଣାରେ ପୂର୍ବରୁ କାର୍ତ୍ତିକ ପ୍ରଧାନଙ୍କ ପୁଅ ନିତ୍ୟାନନ୍ଦ ପ୍ରଧାନ ଓ ଶ୍ରୀଧର ପ୍ରଧାନଙ୍କୁ ଗିରଫ କରିଥିଲା ପୋଲିସ । ପରେ ଆଉ ୨ ପୁଅ ସହ କାର୍ତ୍ତିକ ପ୍ରଧାନକୁ ଗିରଫ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ବଳି ପାଇଁ ଶିଶୁପୁତ୍ର ଅପହରଣ ବେଳେ ଧରିଲେ ଗ୍ରାମବାସୀ, ତାନ୍ତ୍ରିକ ଗିରଫ

ସେହିପରି ଏହା ପୁର୍ବରୁ ତମାଣ୍ଡୋ ଥାନା ଅଞ୍ଚଳରେ ଜଣେ ମହିଳା ପୁଷ୍ପଲତାଙ୍କୁ ହତ୍ୟା କରି ମହିଳାଙ୍କ ପ୍ରେମିକ କଟାମୁଣ୍ଡ ନେଇ ଚନ୍ଦକା ଅନ୍ଧାରୁଆ ଦାସପୁର ଅଞ୍ଚଳରେ ଫିଙ୍ଗିଥିଲା । ୨୦୨୧ମସିହା ଫେବୃଆରୀ ୧୧ତାରିଖରେ ଅଭିଯୁକ୍ତ ପ୍ରେମିକକୁ ପୋଲିସ ଗିରଫ କରିଥିଲା । ସେହିପରି ପୁରୀ ଡେଲାଙ୍ଗ ଅଞ୍ଚଳରୁ ଜଣଙ୍କୁ ହତ୍ୟା କରି ମୃତଦେହକୁ ଆଣି ଚନ୍ଦକା ଅଞ୍ଚଳରେ ଫିଙ୍ଗିଥିଲେ ଅଭିଯୁକ୍ତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.