ହନିଟ୍ରାପରେ ଫସିଲେ ବିଏମସି ଅଧିକାରୀ !

author img

By

Published : Jan 31, 2023, 11:33 AM IST

Updated : Jan 31, 2023, 12:55 PM IST

ହନିଟ୍ରାପରେ ଫସିଲେ BMC ଅଧିକାରୀ

ହନିଟ୍ରାପରେ ଫସିଲେ ବିଏମସି ଅଧିକାରୀ । ଟଙ୍କା ନେଣଦେଣକୁ ନେଇ ଅଡୁଆରେ ବିଏମସି ଡେପୁଟି କମିସନର । ଅଧିକ ପଢ଼ନ୍ତୁ

ହନିଟ୍ରାପରେ ଫସିଲେ ବିଏମସି ଅଧିକାରୀ !

ଭୁବନେଶ୍ବର: ବିଏମସି ଅଧିକାରୀଙ୍କ ନାମରେ ଅଭିଯୋଗ । ଟଙ୍କା ନେଣଦେଣକୁ ନେଇ ଅଡୁଆରେ ବିଏମସି ଡେପୁଟି କମିସନର । ସେଲୁନ ମାଲିକାଣି ଘରେ ଅଟକ ଥିବା ବେଳେ ପିସିଆର ତାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ହନିଟ୍ରାପରେ ଫସିଲେ ଓଏଏସ ଅଧିକାରୀ । ପେଡ୍ ଗର୍ଲଫ୍ରେଣ୍ଡ ଆଳରେ ସମ୍ପର୍କ ବଢାଇ ସେଲୁନ ମାଲିକାଣି ଫସାଇ ଦେଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ଧାର ହିସାବରେ ଟଙ୍କା ନେଇ ଆଉ ଫେରାଇଲେ ନାହାନ୍ତି । ଟଙ୍କା ବଦଳରେ ସମୟ ଅତିବାହିତ କରିବାର ଅଫର ଦେବା ସହ ଟଙ୍କା ଫେରସ୍ତ ଆଳରେ ଘରକୁ ଡକାଇ ଭାଇ ଓ ସିକ୍ୟୁରିଟି ଜରିଆରେ ଫସାଇ ଦେଇଥିବା ଅଭିଯୋଗ ହୋଇଛି ।

ପୋଲିସକୁ ଡକାଇ ପିସିଆର ଜରିଆରେ ଥାନାରେ ଫସାଇ ଦେଲେ । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଜଣେ OAS ଅଧିକାରୀ । ଯିଏକି ବିଏମସିରେ ଡେପୁଟି କମିସନର ଭାବେ କାର୍ଯ୍ୟ କରୁଛନ୍ତି । ଅନ୍ୟପଟେ ସେଲୁନ ମାଲିକାଣି ନିଜକୁ ଜଣେ ଆଲବମ ଅଭିନେତ୍ରୀ କହିବା ସହ ଆଲବମରେ କାମ କରିବାକୁ ଟଙ୍କା ଦେଇ ପରେ ତା ବଦଳରେ ଅସଦାଚାରଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ସରକାରୀ ବାବୁ ତାଙ୍କ ସହ ସମୟ କାଟିବାକୁ ବାଧ୍ୟ କରୁଥିବାର ଅଭିଯୋଗ ଆଣିଛନ୍ତି ମହିଳା ଜଣଙ୍କ ।

ଏନେଇ ଥାନାରେ ମାମଲା ପହଞ୍ଚିଥିବା ବେଳେ ସମ୍ବେଦନଶୀଳତା ଦୃଷ୍ଟିରୁ ସ୍ଥାନୀୟ ଏସିପି ଘଟଣାର ତଦନ୍ତ କରିଛନ୍ତି । ଏନେଇ ଉଭୟ ପକ୍ଷ ଥାନାରେ ପୋଲିସ ଉପସ୍ଥିତିରେ ତଦନ୍ତର ସାମ୍ନା କରିଛନ୍ତି । ଏନେଇ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ପରେ ଏନେଇ ନିଷ୍ପତି ନିଆଯିବ ବୋଲି ଥାନାଧିକାରି କହିଛନ୍ତି ।

ମାମଲା ଟଙ୍କା କାରବାରକୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେଲୁନ ମାଲିକାଣି ସହ ଓଏଏସ ଅଧିକାରୀଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇଛି । ଘରେ ପଶି ତାଙ୍କୁ ଖରାପ ବ୍ୟବହାର ସହ ତାଙ୍କ ସିକୁରିଟି ଗାର୍ଡକୁ ଆକ୍ରମଣ କରିଥିବା ଅଭିଯୋଗ ଆଧାରରେ ପୋଲିସ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରିଛି । ତେବେ ଅଭିଯୋଗକାରୀ ଜଣେ ଆଲବମ କୁଇନ ପୁର୍ବରୁ ଆଲବମ କରିବା ନେଇ ଟଙ୍କା କାରବାର କରିଥିବା ଅଭିଯୋଗ ହୋଇଛି । ତେବେ ଘଟଣାରେ କିଏ କହୁଛି ସତ ପୋଲିସ ତାର ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ଉଭୟ ପକ୍ଷଙ୍କ ଅଭିଯୋଗ ଶୁଣିବା ପରେ ମହିଳାଙ୍କ ବୟାନ ରେକର୍ଡ କରି ସମ୍ପୃକ୍ତ ଓଏଏସ ଅଧିକାରୀଙ୍କୁ ୪୧ ସିଆରପିସିରେ ନୋଟିସ କରି ଛାଡ଼ି ଦେଇଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 31, 2023, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.