ନନ୍ଦନକାନନରୁ ଆସିଲା ଖୁସି ଖବର, ପୁଣି ମା’ ହେଲା ବିଜଲି

author img

By

Published : Nov 23, 2022, 7:54 AM IST

ବିଜଲି

ନନ୍ଦନକାନନରେ ଖୁସି ଖବର । ପୁଣି ମାଆ ହେଲା ସିଂହୀ ବିଜଲି । ମଙ୍ଗଳବାର ଏସୀୟ ସିଂହୀ ବିଜଲି ତା’ର ତୃତୀୟ ଗର୍ଭରୁ 5ଟି ଶାବକ ଜନ୍ମ ଦେଇଥିବା ସୂଚନା ମିଳିଛି( Lioness Bijli gives birth to Five cubs )। ଅଧିକ ପଢନ୍ତୁ

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ନନ୍ଦନକାନନର(Nandankanan Zoological Park) ସିଂହୀ ବିଜଲି ପର୍ଯ୍ୟଟକଙ୍କୁ ଭେଟି ଦେଇଛି । ମଙ୍ଗଳବାର ଏସୀୟ ସିଂହୀ ବିଜଲି ତା’ର ତୃତୀୟ ଗର୍ଭରୁ 5ଟି ଶାବକ ଜନ୍ମ ଦେଇଥିବା ସୂଚନା ମିଳିଛି(Lioness Bijli gives birth to Five cubs at Nandankanan Zoo)।

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଆଣିଛି ବିଜଲି । ପ୍ରଥମ ଶାବକଟି ମଙ୍ଗଳବାର ଅପରାହ୍ନ 2ଟା30 ମିନିଟରେ, ଦ୍ବିତୀୟ ଶାବକଟି 4ଟା 16ମିନିଟ, ତୃତୀୟ ଶାବକ ସନ୍ଧ୍ୟା 5ଟା 35 ମିନିଟ, ଚତୁର୍ଥ ଶାବକଟି ରାତି 7ଟା 21 ମିନିଟରେ ଓ ପଞ୍ଚମ ସାବକକୁ ରାତି 10 ଟା ଜନ୍ମ ହୋଇଛି ବିଜଲି । ତେବେ ବିଜଲି ସୁସ୍ଥ ରହିଥିବା ବେଳେ ସମସ୍ତ ନବଜାତ ଛୁଆର ମଧ୍ୟ ସ୍ବାସ୍ଥ୍ୟବସ୍ଥା ଠିକ ରହିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଜନ୍ମିତ ଶାବକମାନଙ୍କର ଲିଙ୍ଗ ନିରୂପଣ ହୋଇପାରିନାହିଁ ।

ଏହା ମଧ୍ୟ ପଢନ୍ତୁ: ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ

ସୂଚନାଅନୁସାରେ, ସିଂହ ସମ୍ରାଟ ଏବଂ ସିଂହୀ ବିଜଲିର ମିଳନ ହୋଇଥିଲା । ବିଜଲି ଗର୍ଭବତୀ ଥିବା ଜାଣିବା ପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିଲା ।

ସୂଚନାଯୋଗ୍ୟ ଯେ, 2021ମସିହା ଅଗଷ୍ଟ 21 ତାରିଖରେ ବିଜଲି ପ୍ରଥମ ଥର ପାଇଁ ମାଆ ହୋଇଥିଲା। ଗର୍ଭରୁ 4 ଟି ସନ୍ତାନ ଜନ୍ମ ଦେଇଥିଲା । କିନ୍ତୁ 2ଟି ସାବକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ 2ଟି ଶାବକଙ୍କୁ ସ୍ତନ୍ୟପାନ କରାଇନଥିଲା । ଯାହାକୁ ନେଇ ଚିନ୍ତାରେ ପଡିଥିଲେ କର୍ତ୍ତୃପକ୍ଷ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.