ହାଫିଜଙ୍କୁ ହରାଇ ପାରିନି ସମସ୍ୟା, ପରିଣତ ବୟସରେ ସାଜିଛନ୍ତି ପ୍ରେରଣା

author img

By

Published : Jun 27, 2022, 3:40 PM IST

Updated : Jun 27, 2022, 4:54 PM IST

ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ହାଫିଜ

ଦୃଢ ଇଚ୍ଛାଶକ୍ତି ଆଗରେ ସବୁ ସମସ୍ୟା ହାରମାନେ ଉକ୍ତିକୁ ଯର୍ଥାଥତା ଦିଅନ୍ତି । ସେହିପରି ଜଣେ ବ୍ୟକ୍ତି ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମର ହାଫିଜ ଖାଁ । ଦେଖନ୍ତୁ ଏହି ରିପୋର୍ଟ ।

ଖୋର୍ଦ୍ଧା: ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । ଦୁଃଖ, ସ୍ଥିତି ଓ ପରିସ୍ଥିତିକୁ ଯିଏ ପାର କଲା ସେ ବାଜିଗର ହୋଇଯାଏ । ଏମିତି କିଛି ଲୋକଥାନ୍ତି ଯିଏ କଠିନରୁ କଠିନ ପରିସ୍ଥିତର ସାମ୍ନା କରନ୍ତି । କେବେ ବି ଥକି ଯାଆନ୍ତି ନାହିଁ । ଦୃଢ ଇଚ୍ଛାଶକ୍ତି ଆଗରେ ସବୁ ସମସ୍ୟା ହାରମାନେ ଉକ୍ତିକୁ ଯର୍ଥାଥତା ଦିଅନ୍ତି । ସେହିପରି ଜଣେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମର ହାଫିଜ ଖାଁ । ବୟସ 70 ଟପିଲାଣି ହେଲେ ମନୋବଳ ହାରିନାହିଁ । ମନରେ ସାହସ ଆଉ ହାତବଳକୁ ପୁଞ୍ଜି କରି କଠିନ ପରିଶ୍ରମ ବଳରେ ପରିବାର ପ୍ରତିପୋଷଣ କରୁଛନ୍ତି ହାଫିଜ ଖାଁ । ପରିଣତ ବୟସରେ ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି ।

ହାଫିଜଙ୍କୁ ହରାଇ ପାରିନି ସମସ୍ୟା, ପରିଣତ ବୟସରେ ସାଜିଛନ୍ତି ପ୍ରେରଣା

ଦୃଷ୍ଟିଶକ୍ତି ହରାଇ ବି ଅନ୍ୟ ପାଇଁ ମାର୍ଗଦର୍ଶୀ ସାଜିଛନ୍ତି ହାଫିଜ ଖାଁ । ସାହସକୁ ପୁଞ୍ଜି କରି ସମାଜରେ କାହାର ସାହାରା ନନେଇ ମୁଣ୍ଡ ଟେକି ବଞ୍ଚିଛନ୍ତି ଏବଂ ଅନ୍ୟପାଇଁ ପାଲଟିଛି ଉଦାହରଣ । ବେଶ ସୁରୁଖୁରୁରେ ଚାଲିଥିଲା ହାଫିଜଙ୍କ ସାଂସାର ଗାଡି । ସବୁ ଠିକ ଥିଲା ହେଲେ ହଠାତ 35 ବର୍ଷ ବୟସରୁ ତାଙ୍କ ଦୁଇ ଆଖିର ଜ୍ୟୋତି ହରାଇ ବସିଲେ ହାଫିଜ। ଦୃଷ୍ଟିଶକ୍ତି ହରାଇଥିଲେ ମଧ୍ୟ ଦୃଢ ଇଛାଶକ୍ତି ତାଙ୍କୁ ଜଣେ ସଫଳ ମଣିଷ ଭାବରେ ପରିଚିତ କରିଛି । ଦୁନିଆ ତାଙ୍କ ପାଇଁ ଅନ୍ଧାର ହୋଇଥିଲା ସତ ହେଲେ ଜଣେ ସଫଳ ସାଇକେଲ ମିସ୍ତ୍ରୀ ହୋଇପାରିଥିଲେ ସେ । ସାଇକେଲ ମରାମତି କରି ଆସୁଥିଲେ ହାଫିଜ । ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳେ । ବୟସ ଅଧିକ ହେବାରୁ ଘରେ ଏକ ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାଇ ଆତ୍ମନିର୍ଭରଶୀଳ ହୋଇଛନ୍ତି ।

ସରକାରୀ ସହାୟତା କହିଲେ ଭିନ୍ନକ୍ଷମ ଭତ୍ତା ଏବଂ ମୁଣ୍ଡପିଛା ପାଞ୍ଚ କିଲୋ ଚାଉଳ । ଯାହା ସମୁଦ୍ରକୁ ଶଙ୍ଖେ ସହ ସମାନ । ଏଥିପାଇଁ ହାଫିଜଙ୍କୁ ଅନ୍ତଦୋୟ ଯୋଜନାରେ 35 କେଜି ଚାଉଳ ଏବଂ ସରକାରୀ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ହାଫିଜଙ୍କ ପତ୍ନୀ ଓ ସ୍ଥାନୀୟ ସମାଜସେବୀ । ହାଫିଜଙ୍କୁ ସରକାରୀ ସହାୟତା ସହ ଅନ୍ତଦୋୟ ଯୋଜନାରେ ସାମିଲ ପାଇଁ ବିଡ଼ିଓଙ୍କୁ ନିବେଦନ କରାଯାଇଥିବା କହିଛନ୍ତି ବାଘମାରି ସରପଞ୍ଚ । ସମାଜରେ ଅନେକ ଲୋକ ନିଜକୁ ଅସହାୟ ଭାବି ଭିକ୍ଷାବୃତ୍ତିକୁ ଆପଣାଉଥିବା ବେଳେ ହାଫିଜ ପାଲଟିଛି ଅନ୍ୟ ପାଇଁ ଉଦାହରଣ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Jun 27, 2022, 4:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.