ETV Bharat / state

ଜମି କିଷମ ପରିବର୍ତ୍ତନ ଦାବିରେ ଜିଲ୍ଲାପାଳ ଅଫିସ୍ ଆଗରେ ଆମରଣ ଅନଶନ

ଜମି କିଷମ ପରିବର୍ତ୍ତନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ପରିବାରର ଲୋକଙ୍କ ସହ ଆମରଣ ଅନଶନରେ ବସିଲେ ମହିଳା । ଅଧିକ ପଢନ୍ତୁ

author img

By

Published : May 23, 2023, 5:38 PM IST

ଜମି କିଷମ ପରିବର୍ତ୍ତନ ଦାବିରେ ଜିଲ୍ଲାପାଳ ଅଫିସ୍ ଆଗରେ ଆମରଣ ଅନଶନ
ଜମି କିଷମ ପରିବର୍ତ୍ତନ ଦାବିରେ ଜିଲ୍ଲାପାଳ ଅଫିସ୍ ଆଗରେ ଆମରଣ ଅନଶନ
ଜମି କିଷମ ପରିବର୍ତ୍ତନ ଦାବିରେ ଜିଲ୍ଲାପାଳ ଅଫିସ୍ ଆଗରେ ଆମରଣ ଅନଶନ

ଖୋର୍ଦ୍ଧା: ଜମି କିଷମ ପରିବର୍ତ୍ତନ ବା ମ୍ୟୁଟେସନ ଦାବିରେ ପରିବାରର ଆମରଣ ଅନଶନ । ବୋଲଗଡ଼ ତହସିଲଦାର ମ୍ୟୁଟେସନ କରାଇ ନଦେବା ଅଭିଯୋଗ କରି ଏହାର ପ୍ରତିବାଦରେ ପୁରା ପରିବାର ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆମରଣ ଅନଶନରେ ବସିଛନ୍ତି ଦୁଇ ମହିଳା । ବାରମ୍ବାର ବୋଲଗଡ଼ ତହସିଲରେ ଆବେଦନ ପରେ ମଧ୍ୟ ଜମିପଟା ନମିଳିବାରୁ ଶେଷରେ ଏହି ମହିଳା ପରିବାର ଲୋକଙ୍କୁ ସାଥିରେ ନେଇ ଅନଶନ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ତହସିଲର କୋଟପଲା ଅଞ୍ଚଳର ସସ୍ମିତା ମାଝୀ ବୋଲଗଡ଼ ମୌଜାରେ ଥିବା ଖାତା ନଂ 1177 / 292ର ପ୍ଲଟ ନଂ 596 / 2618ରେ ଥିବା 0.163 ଡିସମିଲ ଜମିରୁ 0.75 ଡିସମିଲ କ୍ରୟ କରିଥିଲେ ଏବଂ ନିଜ ଦଖଲରେ ରଖିଛନ୍ତି । କିନ୍ତୁ ଜମିର କିଷମ ପରିବର୍ତ୍ତନ ବା ମ୍ୟୁଟେସନ ପଟ୍ଟା ପାଇଁ ବାରମ୍ବାର ବୋଲଗଡ଼ ତହସିଲରେ ଆବେଦନ କଲେ ମଧ୍ୟ ଏହାକୁ ଖାରଜ କରିଦିଆଯାଉଥିବା ଅଭିଯୋଗ କରିଛନ୍ତି । ୪ ଥର ମ୍ୟୁଟେସନ ପାଇଁ ଆବେଦନ କରି ନିରାଶ ହୋଇଥିବା ସସ୍ମିତା କହିଛନ୍ତି ।

ଏହାସହିତ ସସ୍ମିତା କ୍ରୟ କରିଥିବା ଜାଗା କଡରେ ଥିବା ବନ୍ଧକୁ ଖୋଳି ଏହାର ମାଟିକୁ ସସ୍ମିତାଙ୍କ ଜାଗାରେ ପକାଇବା ସହ ବନ୍ଧ ହୁଡା ନିର୍ମାଣ କରାଯାଉଛି । ଏହାର ପ୍ରତିବାଦ କଲେ ତାଙ୍କୁ ମାନସିକ ସ୍ତରରେ ଚାପ ଦିଆଯାଉଥିବା ସେ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ଲିଖିତ ଜଣାଇଥିଲେ । କିନ୍ତୁ କୌଣସି ସୁଫଳ ନମିଳିବାରୁ ଆମରଣ ଅନଶନରେ ବସିଥିବା କହିଛନ୍ତି । ଏ ସମ୍ପର୍କରେ ଗତ ୧୫ ତାରିଖରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା । ଏହାପରେ ସସ୍ମିତା ଗତ ମାସ ୨୪ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧରଣା ଦେଇଥିବା ବେଳେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ । କିନ୍ତୁ ତାହା ଫଳପ୍ରଦ ନହେବାରୁ ଆଜି ପୁନର୍ବାର ପରିବାର ସହ ଧାରଣାରେ ବସିଛନ୍ତି ।

ସେହିପରି ସମାନ ଅଭିଯୋଗ କରି ଧାରଣାରେ ବସିଛନ୍ତି ରିତା ପରିଡା ନାମକ ଆଉ ଜଣେ ମହିଳା । ସେ ଫେବୃଆରୀ ମାସରେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଜମିର ମ୍ୟୁଟେସନ ଓ ଡିମାର୍କେସନ ପାଇଁ ଅଭିଯୋଗ କରଥିଲେ ଏବଂ ସାତଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ଅଦ୍ୟାବିଧି କୌଣସି ପଦକ୍ଷେପ ନିଆଯାଇ ନଥିବା ମହିଳା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.