ଖଣ୍ଡଗିରି ମେଳା ପାଇଁ ବିଏମସିର ଗାଇଡଲାଇନ
Published: Jan 21, 2023, 8:11 PM


ଖଣ୍ଡଗିରି ମେଳା ପାଇଁ ବିଏମସିର ଗାଇଡଲାଇନ
Published: Jan 21, 2023, 8:11 PM
ଆସନ୍ତା ଜାନୁଆରୀ ୨୮ ତାରିଖରୁ ରାଜଧାନୀରେ ଜମିବ ଖଣ୍ଡଗିରି ମେଳା । ଖଣ୍ଡଗିରି ମାଘ ମେଳା ପାଇଁ ବିଏମସି ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି । ଅଧିକ ପଢନ୍ତୁ
ଭୁବନେଶ୍ବର: ଆଗକୁ ଆସୁଛି ଖଣ୍ଡଗିରି ମେଳା । ଖଣ୍ଡଗିରି ମେଳା ପାଇଁ ବିଏମସିର ଗାଇଡ଼ଲାଇନ ଜାରି। । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ବସିଥିବା ବେଳେ ଆଜି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଏମସି ସମେତ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ, ପୂର୍ତ୍ତ, ଜନସ୍ୱାସ୍ଥ୍ୟ , ଖଣ୍ଡଗିରି ମେଳା ଆୟୋଜନ କମିଟି କର୍ମକର୍ତ୍ତା ଓ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଯାତ୍ରା ୨୮ ତାରିଖ ଠାରୁ ଆରମ୍ଭ ହୋଇ ୧୦ଦିନ ଧରି ଚାଲିବ। ଚଳିତ ଥର ଯାତ୍ରାରେ ଅପେରାକୁ ଅନୁମତି ଦିଆଯାଇଛି।
୬ଟି ପଡ଼ିଆରେ ଅପେରା ହେବାକୁ ଥିବା ବେଳେ ପାର୍କିଂ ପାଇଁ ୩ଟି ସ୍ୱତନ୍ତ୍ର ପଡିଆ ଚିହ୍ନଟ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ ମାର୍ଗଦର୍ଶିକାକୁ ମେଳାରେ ଅନୁପାଳନ କରିବାକୁ ନିର୍ଦ୍ଦେଶ ରହିଛି। ଅପେରାରେ ସାନିଟାଇଜର, ଦୁଇ ସିଟ ମଧ୍ୟରେ ବ୍ୟବଧାନ ଓ ମାସ୍କ ବ୍ୟବସ୍ଥା ରହିବ। ଅଗ୍ନିକାଣ୍ଡ ଓ ଦଳାଚକଟା ଭଳି ଅଘଟଣକୁ ରୋକିବାକୁ ସ୍ୱତନ୍ତ୍ର ନଜର ରଖାଯିବ ଆଉ ବ୍ଯବସ୍ଥା ମଧ ରଖିବେ ଅପେରା ମାଲିକ।
ଅସ୍ଥାୟୀ ଶୌଚାଳୟ ପ୍ରତିଷ୍ଠା ସହ ସ୍ଵଛତା ଓ ପରିମଳକୁ ଗୁରୁତ୍ୱ ଦିଆଯାଇଛି। ଚଳିତ ଥର ପ୍ରାୟ 4ଶହ ଟି ଷ୍ଟଲକୁ ଅନୁମତି ଦିଆଯିବ। ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ଆବଶ୍ୟକ ବ୍ୟବସ୍ଥା କମିଶନରେଟ ପୋଲିସ ପକ୍ଷରୁ କରାଯିବ। ମେଳାର ସୁପରିଚାଳନା ପାଇଁ ବିଭିନ୍ନ ଦିଗକୁ ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ଗହଣରେ ଓ ଅପେରାକୁ ଅନୁମତି ମିଳିଥିବାରୁ ଆୟୋଜକ କମିଟି ଚଳିତ ଥର ବହୁ ଭିଡ଼ ହେବା ଅନୁମାନ କରିଛି। ସେପଟେ ମେଳା ଆୟୋଜନ ପାଇଁ ବିଏମସି ପକ୍ଷରୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବାରୁ କମିଟି ପକ୍ଷରୁ ମେୟର ଓ କମିଶନରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।
ଜାନୁଆରୀ ୩୦ରୁ ୧୦ ତାରିଖ ପର୍ଯ୍ୟନ୍ତ ଯାତ୍ରାପାର୍ଟିକୁ ଅନୁମତି ମିଳିବ । ସ୍ଥାନ କମ ଥିବାରୁ ଗୋଟିଏ ଦିନରେ ୫ଟି ଯାତ୍ରାପାର୍ଟିକୁ ପରିବେଷଣ ପାଇ ଅନୁମତି ମିଳିଛି । ଏବର୍ଷ ୨୫୦ରୁ ଊର୍ଦ୍ଧ୍ବ ଷ୍ଟଲ ପଡିବ ବୋଲି ଟାର୍ଗେଟ ରଖିଛି ବିଏମସି । ସବୁ ବ୍ୟବସାୟୀ ଏବଂ ଯାତ୍ରା କମିଟି ବିଏମସି ଏବଂ ପୋଲିସ, ଅଗ୍ନିଶମ ବିଭାଗଠାରୁ ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି ।ସାନିଟେସନ ଉପରେ ବୈଠକରେ ଗୁରୁତ୍ବ ଦେଇ ୪ଟି ମୋବାଇଲ ଟଏଲେଟ୍ ବ୍ୟବସ୍ଥା ରହିବ। ପ୍ଳାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ ରଖିବାକୁ ପ୍ରୟାସ କରାଯାଇଛି । ପ୍ରତିଦିନ ଖାଦ୍ୟର ମାନ ଯାଞ୍ଚ କରିବେ ଖାଦ୍ୟ ନିରାପତ୍ତା ଅଧିକାରୀ । ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପାଇଁ ବ୍ୟାପକ ପୋଲିସ ମୁତୟନ ହେବା ସହ ଅଧିକ ସ୍ବେଚ୍ଛାସେବୀ ନିଯୁକ୍ତି ପାଇଁ କମିଟି ମାନଙ୍କୁ ସୁପାରିଶ କରାଯାଇଛି । ଏ ନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର
