ଜଟଣୀ ପୋଲିସକୁ ସଫଳତା, ୨ ମୋଷ୍ଟୱାଣ୍ଟେଡ ଅପରାଧୀ ଗିରଫ

author img

By

Published : Sep 22, 2022, 12:47 PM IST

ଜଟଣୀ ପୋଲିସକୁ ସଫଳତା

ପାଞ୍ଚଟି ଜ଼ିଲ୍ଲାର ଦୁଇ ମୋଷ୍ଟୱାଣ୍ଟେଡ ଅପରାଧୀ ମହମଦ ମୁସ୍ତlକ ଓ ବିଶ୍ୱଜିତ ପାଲଟାସିଂହକୁ ଗିରଫ କରିଲା ଜଟଣୀ ପୋଲିସ। ଅଧିକ ପଢନ୍ତୁ

ଖୋର୍ଦ୍ଧା: ଜଟଣୀ ପୋଲିସକୁ ବଡ ସଫଳତା । ୫ଟି ଜିଲ୍ଲାର ଦୁଇ ମୋଷ୍ଟୱାଣ୍ଟେଡ ଅପରାଧୀକୁ ଗିରଫ କରିଛି ଜଟଣୀ ପୋଲିସ । ଗିରଫ ଅପରାଧୀମାନେ ହେଉଛନ୍ତି, ମହମଦ ମୁସ୍ତାକ ଓ ବିଶ୍ୱଜିତ ପାଲଟାସିଂହ । ୫ଟି ଜିଲ୍ଲାର ପୋଲିସ ଆଖିରେ ଧୂଳି ଦେଇ ବର୍ଷ ବର୍ଷ ଧରି ଅପରାଧ କରି ଫେରାର ଥିବା ଅପରାଧି ଜଟଣୀ ଥାନା ବେଣାପଞ୍ଜରୀ ଅଞ୍ଚଳର ମୁସ୍ତାକ ଓ ବିଶ୍ୱଜିତକୁ ଶେଷରେ ଧରିବାକୁ ସକ୍ଷମ ହେଲା ଜଟଣୀ ପୋଲିସ ।

ଜଟଣୀ ପୋଲିସକୁ ସଫଳତା

କିଛିଦିନ ହେବ ଜଟଣୀ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲେ ଏହି ଦୁଇ କୁଖାତ ଅପରାଧୀ । ଏନେଇ କମିଶନରନେଟ ପୋଲିସ ପକ୍ଷରୁ ଜଟଣୀ ଥାନା ଏସଆଇ ନିରଞ୍ଜନ ଓଝାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ କରାଯାଇଥିଲା । ବିଶେଷ ସୂତ୍ରରୁ ଖବର ପାଇ ଏକ ଚୋରା ମୋଟର ସାଇକେଲ ନେଇ ତରବୋଇ ଆଡକୁ ଯାଉଥିବାବେଳେ ଚଢାଉକରି ଦୁଇଜଣକୁ ଗିରଫ କରିବାରେ ସଫଳ ହୋଇଛି ଜଟଣୀ ପୋଲିସ ।

ଏହା ମଧ୍ୟ ପଢନ୍ତୁ: ମାଉଜର ଧରି ବ୍ରାଉନସୁଗର କାରବାର, ନିଶା ବେପାରୀକୁ କାବୁ କଲେ ସ୍ଥାନୀୟ ଲୋକେ

ଏହି ଦୁଇ ଅପରାଧୀଙ୍କ ନାମରେ ବ୍ରହ୍ମପୁର, ଖୋର୍ଦ୍ଧା, କଟକ, ନିମାପଡା, ଜଟଣୀ ଓ ସହିଦ ନଗର ପୋଲିସ ଷ୍ଟେସନରେ ଏକାଧିକ ବୋଲେରୋ ଗାଡି ଚୋରି କେସ୍ ଥିଲାବେଳେ ଜଟଣୀ ଥାନାରେ ୪ଟି ବୋମା କେସ୍ ସହ ୧୫ରୁ ଉର୍ଦ୍ଧ୍ୱ ଚୋରି, ଲୁଟ କେସ୍ ଥିବା ପୋଲିସ କହିଛି । ସେହିଭଳି ପିପିଲି, ଡେଲାଙ୍ଗ, କଣାସ, ବୈଦେଶ୍ଵର ଥାନାରେ ଏକାଧିକ ମାମଲା ଥିବା ମଧ୍ୟ ଜଣାପଡିଛି । ଅନ୍ୟପଟେ ଦୁଇ ନାବାଳିକାଙ୍କୁ ବଳାତ୍କାର କରି ପୋକ୍ସୋ କେସ୍‌ରେ ଫେରାର ମଧ୍ୟ ଥିଲେ ଏହି ଦୁଇ ଅପରାଧି ।

ଦୁଇଜଣଙ୍କ ଠାରୁ ୬ଟି ଦାମୀ ରେସିଂ ମୋଟରସାଇକେଲ ସହ ମୋବାଇଲ ଫୋନ ଜବତ କରିଛି ପୋଲିସ । ଦୁଇ ଅପରାଧିଙ୍କୁ କୋର୍ଟ ଚାଲାଣ କରିବା ସହ ଦରକାର ପଡିଲେ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି କହିଛନ୍ତି ଜଟଣୀ ଥାନା ଆଇଆଇସି ସୌମ୍ୟକାନ୍ତ ବଳିୟାରସିଂ ।

ସୂଚନାଯୋଗ୍ୟ ଯେ, ଜଟଣୀ ଅଞ୍ଚଳରେ ଏକ ପାନ ଦୋକାନରେ ବ୍ରାଉନସୁଗାର କାରବାର ଚାଲିଥିବା ବେଳେ ଚଢାଉ କରିଥିଲା ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଏହାସହ ୨୦୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଏନେକ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରୁଛି ପୋଲିସ । କିନ୍ତୁ ପୋଲିସର ଭୟକୁ ବେଖାତିର କରି ବ୍ରାଉନସୁଗାର ବିକ୍ରି କରିବାରେ ଲାଗିଛନ୍ତି ମାଫିଆ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.