କୋରେଇ ମାଲବାହୀ ଟ୍ରେନ ଦୁର୍ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଓ ରେଳବାଇ

author img

By

Published : Nov 21, 2022, 11:15 AM IST

Updated : Nov 21, 2022, 3:01 PM IST

କୋରେଇରେ ଟ୍ରେନ ଦୁର୍ଘଟଣା

କୋରେଇରେ ଷ୍ଟେସନରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ସହାୟତା ରାଶି ଘୋଷଣା। ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ 5 ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀ 2 ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଅଧିକ ପଢନ୍ତୁ

ଭୁବନେଶ୍ବର: ଯାଜପୁର ଜିଲ୍ଲା କୋରେଇରେ ଷ୍ଟେସନରେ ହୋଇଥିବା ହୋଇଥିବା ଟ୍ରେନ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଲେ ମୁଖ୍ୟମନ୍ତ୍ରୀ । ରେଳଷ୍ଟେସନର ଯାତ୍ରୀ ବିଶ୍ରାମାଗାର ଉପରେ ମାଲବାହୀ ଟ୍ରେନ ମାଡି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତକଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ ନେଇ ଘୋଷଣା କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ରେଳ ବିଭାଗ ।

କୋରେଇରେ ଟ୍ରେନ ଦୁର୍ଘଟଣା

ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ଆହତମାନଙ୍କ ଚିକିତ୍ସା ଉପରେ ଧ୍ୟାନ ଦେଇଛନ୍ତି । ଅନ୍ୟପଟେ ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ 5 ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା କରାଯାଇଛି । ଏହାସହ ଗୁରୁତର ଆହତ ହୋଇଥିବା ଲୋକଙ୍କୁ 1 ଲକ୍ଷ ଟଙ୍କାର ସହାୟତା ଏବଂ ସାମାନ୍ୟ ଆହତଙ୍କୁ 25 ହଜାର ସହାୟତା ରାଶି ଘୋଷଣା କରିଛି ରେଳ ବିଭାଗ ।

ଏହା ମଧ୍ୟ ପଢନ୍ତୁ: ଯାତ୍ରୀ ବିଶ୍ରାମଗାରକୁ ମାଡିଗଲା ମାଲବାହୀ ଟ୍ରେନ: ୩ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ସୂଚନାଅନୁସାରେ, ଆଜି ସକାଳେ କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣା ହୋଇଥିଲା । ରେଳଷ୍ଟେସନର ଯାତ୍ରୀ ବିଶ୍ରାମାଗାର ଉପରେ ମାଲବାହୀ ଟ୍ରେନ ମାଡି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିଲେ ଯାତ୍ରୀ । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଅନେକ ଆହତ ମଧ୍ୟ ହୋଇଛନ୍ତି । ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଏହା ସହ ଉଦ୍ଧାର କାର୍ଯ୍ୟ କିପରି ଶୀଘ୍ର ହୋଇପାରିବ ସେହି ଉପରେ ଫୋକସ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,"ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ଖବର ଅତ୍ୟନ୍ତ ଦୁଃଖଦାୟକ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।"

ଏନେଇ ପୂର୍ବତଟ ରେଳ ବିଭାଗର PRO ବିଶ୍ବଜିତ ସାହୁ କହିଛନ୍ତି, "ମୃତକଙ୍କ ପରିବାର ଲୋକଙ୍କୁ 5 ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା କରାଯାଇଛି । ଏହାସହ ଗୁରୁତର ଆହତ ହୋଇଥିବା ଲୋକଙ୍କୁ 1 ଲକ୍ଷ ଟଙ୍କାର ସହାୟତା ଏବଂ ସାମାନ୍ୟ ଆହତଙ୍କୁ 25 ହଜାର ସହାୟତା ରାଶି ଘୋଷଣା କରିଛନ୍ତି ରେଳମନ୍ତ୍ରୀ। ଆମର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 21, 2022, 3:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.