ଏଣିକି ଅନଲାଇନରେ ITI ଏବଂ ଡିପ୍ଲୋମା ସ୍ପଟ୍ ଆଡମିଶନ, ଧନ୍ଦାମୂଳକ ଶିକ୍ଷାକୁ ଫୋକସ୍

author img

By

Published : May 22, 2023, 9:49 PM IST

ଅନଲାଇନରେ ହେବ ଡିପ୍ଲୋମା ଆଡମିଶନ

ଏଣିକି ଅନ୍‌ଲାଇନ୍‌ରେ ସ୍ପଟ୍ ଆଡମିଶନ୍ । ଚଳିତବର୍ଷ ଠାରୁ Onlineରେ ହେବ ସ୍ପଟ୍ ଆଡମିଶନ୍ । Onlineରେ +2, ITI, ଡିପ୍ଲୋମା ସ୍ପଟ ଆଡମିଶନ୍ ହେବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖକ ପିଲା ପାସ କରିବା ପରେ ଏବେ ବିଭାଗକୁ ବଢ଼ିଛି ସିଟ୍ ଚିନ୍ତା । ପିଲାଙ୍କ ପାସ୍ ହାର ତୁଳନାରେ ସିଟ୍ ସଂଖ୍ୟା କମ ଜଣାପଡ଼ିଛି । ପିଲାମାନଙ୍କୁ ଧନ୍ଦାମୂଳକ ଶିକ୍ଷା ଆଡ଼କୁ ଆକର୍ଷିତ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଏହାସହ ଧନ୍ଦାମୂଳକ ଶିକ୍ଷାକୁ ବିଭାଗ ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଛି । ସ୍କୁଲ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଏନେଇ ପ୍ରୋତ୍ସାହିତ କରିବାକୁ ବୋର୍ଡ ପକ୍ଷରୁ ଚିଠି କରାଯାଇଛି। ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏ ବାବଦରେ ଚିଠି ଲେଖିଛନ୍ତି ବୋର୍ଡ ସଭାପତି। ବିଶେଷକରି ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ଥିବା ଚିଠିରେ ଉଲ୍ଲେଖ ରହିଛି। ଅନ୍ୟପଟେ ଚଳିତ ବର୍ଷ ଠାରୁ ଅନଲାଇନରେ ହେବ ସ୍ପଟ ଆଡମିଶନ। ଯୁକ୍ତ ଦୁଇ, ଆଇଟିଆଇ ଏବଂ ଡିପ୍ଲୋମାରେ ସ୍ପଟ ଆଡମିଶନ କରାଯିବ।

ଏପଟେ ଏଣିକି ଅନ୍‌ଲାଇନ୍‌ରେ ସ୍ପଟ୍ ଆଡମିଶନ୍ । ଚଳିତବର୍ଷ ଠାରୁ Onlineରେ ହେବ ସ୍ପଟ୍ ଆଡମିଶନ୍ । Onlineରେ +2, ITI, ଡିପ୍ଲୋମା ସ୍ପଟ ଆଡମିଶନ୍ ହେବ । ମେରିଟ୍ ଲିଷ୍ଟ ହିସାବରେ ଛାତ୍ରଛାତ୍ରୀ ପାଇବେ ସିଟ୍ । ସ୍ପଟ୍ ଆଡମିଶନ ପାଇଁ ସିଲେକ୍ସନ୍ ହେଲେ SMS କରାଯିବ । କାଗଜପତ୍ରରେ ଦୁର୍ନୀତି ରୋକିବାକୁ ସାମ୍‌ସ ପକ୍ଷରୁ ବ୍ୟବସ୍ଥା ହୋଇଛି ।

ତେବେ ମେରିଟ ଲିଷ୍ଟ ହିସାବରେ ଛାତ୍ରଛାତ୍ରୀ ମାନଙ୍କୁ ସିଟ ମିଳିପାରିବ। ସ୍ପଟ ଆଡମିଶନ ପାଇଁ ସିଲେକ୍ସନ ହେଲେ SMS କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। କାଗଜପତ୍ରରେ ଦୁର୍ନୀତି ରୋକିବାକୁ ସାମ୍ସ ପକ୍ଷରୁ ବ୍ୟବସ୍ଥା କରାଯାଇଥିବାବେଳେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଫର୍ମରେ ଦଶମ ଶ୍ରେଣୀ ପାସ୍ ବୋର୍ଡ ନାମ, ପାସ୍ ବର୍ଷ, ରୋଲ୍ ନମ୍ବର ଏବଂ ପରୀକ୍ଷା ପ୍ରକାର (ନିୟମିତ ଓ ସପ୍ଲିମେଣ୍ଟାରୀ) ସହିତ ପ୍ରାର୍ଥୀଙ୍କ ତଥ୍ୟ SAMS ଡାଟାବେସ ସହିତ ମେଳ ହେବା ଜରୁରୀ। ଯଦି ଦିଆଯାଇଥିବା ତଥ୍ୟରେ ମେଳ ହେଉ ନାହିଁ ତେବେ ଆବେଦନକାରୀ CAF ପୂରଣ କିମ୍ବା ଦାଖଲ କରିବାରେ ସମର୍ଥ ହେବେ ନାହିଁ।

ସୂଚନା ଅନୁଯାୟୀ, ଚଳିତବର୍ଷ ଦଶମ ଶ୍ରେଣୀରେ ରେଗୁଲାର ଓ ଏକ୍ସ-ରେଗୁଲାର ପିଲାଙ୍କୁ ମିଶାଇ ମୋଟ ୫ ଲକ୍ଷ ୮ ହଜାର ୪୦୪ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟରେ ୨ହଜାର ୦୬୭ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ ମହାବିଦ୍ୟାଳୟ) ଥିବାବେଳ ଯୁକ୍ତ ଦୁଇ ରେ ମୋଟ ୫ ଲକ୍ଷ ୯ ହଜାର ଆସନ ରହିଛି। ସେଥିରୁ କଳାରେ ୨ ଲକ୍ଷ ୭୭ ହଜାର ୩୮୮, ବିଜ୍ଞାନରେ ୧ ଲକ୍ଷ ୬୩ ହଜାର ୩୦୪, ବାଣିଜ୍ୟରେ ୪୫ ହଜାର ୩୩୨ ଏବଂ ସଂସ୍କୃତରେ ୧୩ ହଜାର ୩୩୨ଟି ଆସନ ରହିଛି।

ସେହିପରି ୩୦ଟି ସରକାରୀ ଡିପ୍ଲୋମା କଲେଜରେ ୧୦ ହଜାର ୯୧୭ଟି ଆସନ ଓ ବେସରକାରୀ ଡିପ୍ଲୋମାରେ ୫୩ ହଜାର ୪୦୦ ଆସନ ଅଛି। ସରକାରୀ ଓ ଘରୋଇ ଆଇଟିଆଇର ୯୫ ହଜାର ୪୪୨ଟି ଆସନକୁ ମିଶାଇ ମୋଟ୍ ୬ ଲକ୍ଷ ୫୯ ହଜାର ୧୦୫ଟି ସିଟ ମାଟ୍ରିକ ପରେ ପିଲାଙ୍କ ନାମଲେଖା ପାଇଁ ଉପଲବ୍ଧ ରହିଛି। ସେହିପରି ଚଳିତବର୍ଷ ମଧ୍ୟ ଆସନ ବୃଦ୍ଧି କରାଯିବାର ସମ୍ଭାବନା ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.