5T Fight: ପୁଣି ଘେରିଲେ ଜୟ, ଜବାବ ଦେଲେ ଅରୁଣ

author img

By

Published : Mar 14, 2023, 10:16 PM IST

Updated : Mar 15, 2023, 9:57 AM IST

Etv Bharat

ବିରୋଧୀ ଦଳନେତା ଓ CLP ଲିଡରଙ୍କ 5Tକୁ ନେଇ ଆକ୍ରମଣ ପରେ, ଡିଫେଣ୍ଡ ପାଇଁ ମୈଦାନକୁ ଆସିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି 5T କ’ଣ, ସେକଥା ବୁଝି ବିରୋଧୀ ଦଳନେତା ଅବୁଝା ହେଉଛନ୍ତି । ରାଜ୍ୟର ଯେକୌଣସି ଗାଁକୁ ଯିବେ ସେଠି ପ୍ରଗତିର ଲକ୍ଷଣ ଦେଖିବେ, ସେଇଟା ହିଁ 5T । 5T ଏକ ବିଚାରଧାରା । ଅଧିକ ପଢନ୍ତୁ

5T ଫାଇଟ : ପୁଣି ଘେରିଲ ଜୟ, ଜବାବ ଦେଲେ ଅରୁଣ ସାହୁ

ଭୁବନେଶ୍ବର: ଓଡିଶା ସରକାରଙ୍କ 5T ଏକ ବିଭାଗ କି ? ଯଦି ବିଭାଗ ଏହାର କାର୍ଯ୍ୟାଳୟ କେଉଁଠି ? ଏହାର କେତେ କର୍ମଚାରୀ ଅଛନ୍ତି ? ଅନ୍ୟ କର୍ମଚାରୀ ମାନେ କିଏ ? ଯଦି 5T ଏକ ବିଭାଗ କାହିଁକି ବିଭାଗ ସମ୍ପର୍କୀତ ଆଲୋଚନା ବା ପ୍ରଶ୍ନତ୍ତୋର ବିଧାନସଭାରେ ହେଉନାହିଁ ? ଗତକାଲି ବିଧାନସଭା ଶୂନ୍ୟକାଳରେ 5Tକୁ ନେଇ, ଏଭଳି ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଆକ୍ରମଣ କରିଥିଲେ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର । ଜୟ ଆହୁରି କହିଥିଲେ 5Tର କାର୍ଯ୍ୟାଳୟ କେଉଁଠି ଅଛି ? ଲୋକସେବା ଭବନ ? ରାଜୀବ ଭବନ ନା ଖାରବେଳ ଭବନରେ ?

ଗତକାଲି ଶୂନ୍ୟକାଳରେ 5T ପ୍ରସଙ୍ଗ ଉଠାଇ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର କହିଥିଲେ ‘‘ ଓଡିଶା ସରକାରଙ୍କ 5T ଏକ ବିଭାଗ କି ? ଯଦି ବିଭାଗ ଏହାର କାର୍ଯ୍ୟାଳୟ କେଉଁଠି ? ଏହାର କେତେ କର୍ମଚାରୀ ଅଛନ୍ତି ? ଅନ୍ୟ କର୍ମଚାରୀ ମାନେ କିଏ ? ଏହାରା କାର୍ଯ୍ୟାଳୟ କେଉଁଠି ଅଛି ? ଲୋକସେବା ଭବନ ? ରାଜୀବ ଭବନ ନା ଖାରବେଳ ଭବନରେ ? ଜୟ କହିଛନ୍ତି ଅନ୍ୟ ବିଭାଗର କ୍ଷମତାକୁ ସଙ୍କୁଚିତ କରିବା ପାଇଁ ଏହି ବିଭାଗ ସୃଷ୍ଟି କରାଯାଇଛି କି ? ଯଦି ଏହା ଏକ ବିଭାଗ, ତାହାହେଲେ 5T ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଆମେ ବିଧାନସଭାରେ ପ୍ରଶ୍ନ କରିବାକୁ ଚାହୁଁଛୁ ? ତେଣୁ ଏସମ୍ପର୍କରେ ସରକାର ବିଧାନସଭାରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିରୋଧୀ ଦଳନେତା ଦାବି କରିଥିଲେ ।

ଏହାବି ପଢନ୍ତୁ- ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ଡ୍ରପଆଉଟ ଛାତ୍ରଛାତ୍ରୀ: ଗଣଶିକ୍ଷା ମନ୍ତ୍ରୀ

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଫାଇଟ ଫାଇଟରେ ଏଣ୍ଟ୍ରି ମାରି ରାଜ୍ୟ ସରକାରଙ୍କୁ ଘେରିଥିଲେ । ନରସିଂହ କହିଛନ୍ତି ଗଭର୍ମେଣ୍ଚ ରୁଲ ଅଫ ବିଜନେସରେ କିଛି ଅଲଗା । ସେଥିରେ 5T ଭଳି କିଛି ନାହିଁ । ଅପଟୁଡେଟ ବହି ମୁଁ ମଗାଇଛି । ନୂଆ ବହି ଆସିଲେ 5T ଖୋଜିବାକୁ ଚେଷ୍ଟା କରିବି । ଯେତେଦୂର ମୋର ଜ୍ଞାନ ଅଛି, 5T ବୋଲି କୌଣସି ବିଭାଗ ନାହିଁ। ତାରି ଦାୟିଦ୍ବରେ କୌଣସି ମନ୍ତ୍ରୀ ନାହାଁନ୍ତି । 5T ଏକ ପ୍ରଶାସନିକ ନିର୍ଦ୍ଦେଶନାମା ହୋଇଥାଇ ପାରେ ।

ବିରୋଧୀ ଦଳନେତା ଓ CLP ଲିଡରଙ୍କ 5T କୁ ନେଇ ଆକ୍ରମଣ ପରେ, ଡିଫେଣ୍ଡ ପାଇଁ ମୈଦାନକୁ ଆସିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି 5T କ’ଣ, ସେକଥା ବୁଝି ବିରୋଧୀ ଦଳନେତା ଅବୁଝା ହେଉଛନ୍ତି । ରାଜ୍ୟର ଯେକୌଣସି ଗାଁକୁ ଯିବେ ସେଠି ପ୍ରଗତିର ଲକ୍ଷଣ ଦେଖିବେ, ସେଇଟା ହିଁ 5T। 5T ଏକ ବିଚାରଧାରା । ସବୁ ନିର୍ବାଚନ ମଣ୍ଡଳୀରେ 5T ଜରିଆରେ ସ୍କୁଲ ରୂପାନ୍ତରଣ ହେଉଛି ।

2019 ରେ ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ଶାସନ ପ୍ରଶାସନକୁ ସରଳ ଓ ଶସକ୍ତ କରିବା ପାଇଁ ମୋ ସରକାର ଓ 5T ପରିକଳ୍ପନା କରିଥିଲେ । ଯାହା ବିବାଦ ଓ ବିତର୍କରରେ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 15, 2023, 9:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.