ଖୋର୍ଦ୍ଧାରେ ପ୍ରବଳ ବର୍ଷା: ପାଣିପାଗ ବିଭାଗର ରେଡ ଓ୍ବାର୍ଣ୍ଣିଂ

author img

By

Published : Sep 12, 2021, 9:18 PM IST

ଖୋର୍ଦ୍ଧାରେ ପ୍ରବଳ ବର୍ଷା: ପାଣିପାଗ ବିଭାଗର ରେଡ ଓ୍ବାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଉପକୂଳ ଓଡ଼ିଶାରେ ଲାଗି ରହିଛି । ସେହିପରି ଖୋର୍ଦ୍ଧା ଜିଲ୍ଲାକୁ ପାଣିପାଗ ବିଭାଗ ରେଡ଼ ଓ୍ବାର୍ଣ୍ଣିଂ ଜାରି କରିଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଉପକୂଳ ଓଡ଼ିଶାରେ ଲାଗି ରହିଛି । ସେହିପରି ଖୋର୍ଦ୍ଧା ଜିଲ୍ଲାକୁ ପାଣିପାଗ ବିଭାଗ ରେଡ଼ ଓ୍ବାର୍ଣ୍ଣିଂ ଜାରି କରିଛି ।

ଖୋର୍ଦ୍ଧାରେ ପ୍ରବଳ ବର୍ଷା: ପାଣିପାଗ ବିଭାଗର ରେଡ ଓ୍ବାର୍ଣ୍ଣିଂ

ଏହାର ପ୍ରଭାବରେ ଖୋର୍ଦ୍ଧାର ସବୁ ସ୍ଥାନରେ ଆଜି ସକାଳୁ ଲଗାଣ ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷା ଫଳରେ ଜନଜୀବନ ଏକପ୍ରକାର ଠପ ହୋଇଛି ।

ସେହିପରି ଖୋର୍ଦ୍ଧା ସହରର ଅନେକ ସ୍ଥାନରେ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ଡ୍ରେନ କାର୍ଯ୍ୟ କରାଯାଇନଥିବା କାରଣରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ସେହିପରି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ଏହା ସବୁଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.