ଅବିଶ୍ରାନ୍ତ ବର୍ଷାରେ ବୁଡିଲା ଖୋର୍ଦ୍ଧା, ଜୀବନ ଯାତ୍ରା ଠପ

author img

By

Published : Sep 13, 2021, 10:37 AM IST

ଅବିଶ୍ରାନ୍ତ ବର୍ଷା; ଖୋର୍ଦ୍ଧାରେ ଜୀବନ ଯାତ୍ରା ଠପ

ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଜୀବନ ଯାତ୍ରା ଠପ । ଅଧିକ ପଢନ୍ତୁ....

ଖୋର୍ଦ୍ଧା : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ରବିବାର ଠାରୁ ଉପକୂଳ ଓଡିଶାରେ ଅବିଶ୍ରାନ୍ତ ବର୍ଷା ଜାରି ରହିଛି । ମୁଷଳ ଧାରାରେ ବର୍ଷା କାରଣରୁ ଅନେକ ସ୍ଥାନ ଜଳବନ୍ଦୀ ହୋଇଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଏକ ପ୍ରକାର ଜୀବନ ଯାତ୍ରା ଠପ ହୋଇପଡିଛି ।

ଅବିଶ୍ରାନ୍ତ ବର୍ଷା; ଖୋର୍ଦ୍ଧାରେ ଜୀବନ ଯାତ୍ରା ଠପ

ସେହିପରି ଗୁରୁଜଙ୍ଗ ଉଇଲକିଶନ ନଗର ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ପ୍ରବାହିତ ହେଉଛି । ଜିଲ୍ଲାର 10ଟି ବ୍ଲକରେ ବର୍ଷାର ପରିମାଣ ଅଧିକ ରହିଛି । ବାଲିଅନ୍ତାରେ 82 ମିଲିମିଟର, ବାଲିପାଟଣାରେ 280, ଭୁବନେଶ୍ୱରରେ 209, ଜଟଣୀରେ 152,ବାଣପୁରରେ 139 ଓ ବେଗୁନିଆରେ 95 ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ଏହାସହ ବୋଲଗଡ଼ରେ 148,ଚିଲିକାରେ 160,ଖୋର୍ଦ୍ଧାରେ 164 ଏବଂ ଟାଙ୍ଗୀ ବ୍ଲକରେ 202 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.