ଭାସୁଛି ଖୋର୍ଦ୍ଧା ସହର; ରାସ୍ତା ଉପରେ ଆଣ୍ଠୁଏ ପାଣି, ଉପୁଡ଼ିଲା ଗଛ

author img

By

Published : Sep 13, 2021, 1:42 PM IST

ମୂଷଳ ବର୍ଷାରେ ବେହାଲ ଖୋର୍ଦ୍ଧା ସହର : ରାସ୍ତା ଉପରେ ଆଣ୍ଠୁଏ ପାଣି,ଉପୁଡ଼ିଲା ଗଛ

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଖୋର୍ଦ୍ଧା ସହରରେ ବୁଢ଼ୀବଗିଚା ତଳି ଅଞ୍ଚଳରେ ପଶିଲା ପାଣି । ଉପୁଡିଲା ଗଛ । ଅଧିକ ପଢନ୍ତୁ...

ଖୋର୍ଦ୍ଧା : ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ବେହାଲ ହେଲାଣି ସ୍ଥିତି । ଖୋର୍ଦ୍ଧା ସହରରେ ଡ୍ରେନେଜ ଅବ୍ୟବସ୍ଥା କାରଣରୁ ବୁଢ଼ୀବଗିଚା ତଳିଆ ଅଞ୍ଚଳରେ ପଶିଛି ପାଣି । ସେହି ଅଞ୍ଚଳର ଅନେକ ଲୋକଙ୍କ ଘରେ ପାଣି ପଶିଥିବା ହେତୁ ବାଲି ବସ୍ତା ପକେଇ ପାଣିକୁ ରୋକିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ମୂଷଳ ବର୍ଷାରେ ବେହାଲ ଖୋର୍ଦ୍ଧା ସହର : ରାସ୍ତା ଉପରେ ଆଣ୍ଠୁଏ ପାଣି,ଉପୁଡ଼ିଲା ଗଛ

ସେହିଭଳି ବାରମ୍ବାର ବିଦ୍ୟୁତ କଟୁଥିବା ହେତୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଗୁରୁଜଙ୍ଗ ଠାରୁ ନୁଆ ଗାଁ ଯିବା ରାସ୍ତାରେ ଦୁଇ ଫୁଟ ଉଚ୍ଚର ପାଣି ଚାଲିବା ଦ୍ୱାରା ଲୋକ ମାନେ ଯାତାୟତରେ ସମସ୍ୟା ଉପୁଜିଛି । ଗଛ ଉପୁଡ଼ି ରାସ୍ତା ବନ୍ଦ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ରାସ୍ତାରୁ ଗଛକୁ ସଫା କରାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.