ଗଞ୍ଜେଇ ଚୋରା ଚାଲଣ କାର ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ, ଦୁଇ ଗୁରୁତର

author img

By

Published : May 28, 2023, 9:19 PM IST

କାର ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ଦୁଇ ଗୁରୁତର

କାର ବାଇକ ମୁହାଁମୁହିଁ ଧକ୍କା । ଜଣେ ମୃତ ଦୁଇ ଗୁରୁତର । କାର ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ ଦୁଇ ଗୁରୁତର କାରରେ ବିପୁଳ ଗଞ୍ଜେଇ ଥିବା ସୂଚନା । ଅଧିକ ପଢ଼ନ୍ତୁ

କାର ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ଦୁଇ ଗୁରୁତର

ଖୋର୍ଦ୍ଧା: ଜାତୀୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଜାତୀୟ ରାଜପଥର ବୋଲଗଡ ତାରିଣୀ ମନ୍ଦିର ନିକଟରେ କାର ବାଇକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍‌ରେ ଥିବା ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାରରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର୍‌ ଚାଳକ ସହ ଆନ୍ୟମାନେ ଚମ୍ପଟ୍‌ ମାରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ ଭୁବନେଶ୍ୱରରୁ 3 ଜଣ ବନ୍ଧୁ ଏକ ବାଇକ୍‌ ଯୋଗେ ନୟାଗଡ଼ ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲେ । ଏହି ସମୟରେ 57ନଂ ଜାତୀୟ ରାଜପଥର ବୋଲଗଡ଼ ତାରିଣୀ ମନ୍ଦିର ନିକଟରେ ନୟାଗଡ଼ରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଏକ କାର ସହ ମୁଁହାମୁହିଁ ଧକ୍କା ହୋଇଥିଲା ବାଇକ । ଦୁର୍ଘଟଣାରେ ବାଇକରେ ଥିବା 3 ଯୁବକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକ ସଙ୍ଗେସଙ୍ଗେ 3 ଜଣଙ୍କୁ ବୋଲଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ବାଇକ ଚାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇଜଣ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା କରି ଖୋର୍ଦ୍ଧା ଚିକିତ୍ସାଳୟ ପଠା ଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ଦୁର୍ଘଟଣା ପରେ କାରରେ ଥିବା ଚାଳକ ସହ ଅନ୍ୟମାନେ କୌଶଳ କରି ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିବା ବେଳେ କାର୍‌ରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ମିଳିଛି ।

ଖବର ପାଇ ବୋଲଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଖୋର୍ଦ୍ଧା ବଲାଙ୍ଗୀର 57 ନଂ ଜାତୀୟ ରାଜପଥ ଗଞ୍ଜେଇ ଚୋରା ଚାଲାଣର ଗଳା ବାଟ ପାଲଟିଛି । ଏପରି ଅସାମାଜିକ କାର୍ଯ୍ୟ କରୁଥିବା ସମୟରେ ଗାଡିକୁ ଦ୍ରୁତ ଗତିରେ ଚଲାଇବା ଫଳରେ ବିଭିନ୍ନ ସମୟରେ ଏପରି ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାଗ୍ରସ୍ତ କାରରେ ଗଞ୍ଜେଇ ଚାଲାଣ କରାଯାଉଥିବା ଘଟଣା ପୁଣି ଅବକାରୀ ଓ ପୋଲିସ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜାତୀୟ ରାଜପଥରେ ନିୟମିତ ଚେକିଂ କରାଯାଉନଥିବାରୁ ଏଭଳି ନିଶାଦ୍ରବ୍ୟ ଚାଲାଣ ବଢ଼ୁଥିବା ଜଣାପଡ଼ିଛି । ଏହାସହ ଜାତୀୟ ରାଜପଥ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ହାଇସ୍ପିଡିଂ କାରଣରୁ ଏପରି ଅଘଟଣ ଦେଖିବାକୁ ମିଳୁଛି ।

ଇଟିଭି ଭାରତ ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.