ବିଧାୟକଙ୍କ ଭାଇଙ୍କୁ ୧୨ଘଣ୍ଟା ଜେରା, କହିଲେ ଅର୍ଚ୍ଚନା ସହ ହୋଇଥିଲା କାରବାର

author img

By

Published : Nov 25, 2022, 7:19 AM IST

ବିଧାୟକଙ୍କ ଭାଇଙ୍କୁ ୧୨ଘଣ୍ଟା ଜେରା

ହାଇପ୍ରୋଫାଇଲ ଲେଡି ଅର୍ଚ୍ଚନା ନାଗ ମାମଲାରେ ଢେଙ୍କାନାଳ ବିଧାୟକଙ୍କ ଭାଇଙ୍କୁ 12 ଘଣ୍ଟା ଜେରା କରିଲା ଇଡି । ଇଡିକୁ ସବୁ ତଥ୍ୟ ଦେଇଥିବା ନେଇ କହିଲେ ଗଙ୍ଗାଧର । ଅଧିକ ପଢନ୍ତୁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବର୍ତ୍ତମାନ ଆକ୍ସନ ମୋଡରେ ଇଡିରେ । ଜଣକ ପରେ ଜଣକୁ ସମନ ଜାରି କରି ଇଡି ତଦନ୍ତକୁ ଜୋରଦାର କରିଛି । ଗୁରୁବାର ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭଇ ଗଙ୍ଗାଧର ସାମଲକୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୀର୍ଘ 12 ଘଣ୍ଟା ଜେରା ପରେ ବାହାରକୁ ଆସିଥିଲେ ବ୍ୟବସାୟୀ ଗଙ୍ଗାଧର । ଜେରା ପରେ ବିଧାୟକଙ୍କ ଭାଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ବିଧାୟକଙ୍କ ଭାଇଙ୍କୁ ୧୨ଘଣ୍ଟା ଜେରା

ଜେରା ପରେ ଗଙ୍ଗାଧର ସାମଲ କହିଥିଲେ, " ଗାଡି ବୁକି୍ଂ ପାଇଁ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ୩୫ଲକ୍ଷ ୧୧ ହଜାର ଟଙ୍କାର ଏକ ଚେକ ଦେଇଥିଲେ । ହେଲେ ଇନକମ ଟ୍ୟାକ୍ସ ସମସ୍ୟା ଯୋଗୁଁ ୫ ଦିନ ପରେ ବୁକିଙ୍ଗ କ୍ୟାନ୍ସଲ କରିଥିଲେ । ଏନେଇ ମେଲ ଜରିଆରେ ଜଣାଇଥିଲେ ଅର୍ଚ୍ଚନା ଏବଂ ଜଗବନ୍ଧୁ । ଏହାପରେ ଉକ୍ତ ଟଙ୍କାକୁ ମୁଁ ଚେକ ଆକାରରେ ଫେରାଇଛି । ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ସହ ହୋଇଥିବା ଟଙ୍କା କାରବାରର ତଥ୍ୟ ଇଡିରେ ପ୍ରଦାନ କରିଛି । ଏଥିରେ ବିଧାୟକ ନିଧି ସାମଲଙ୍କ କିଛି ସମ୍ପର୍କ ନାହିଁ । ଦୟାକରି ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ । "

ଏହା ମଧ୍ୟ ପଢନ୍ତୁ: Winter Session of Assembly: ଆରମ୍ଭରୁ ସରଗରମ ବିଧାନସଭା, ପଞ୍ଚାୟତରାଜ ମନ୍ତ୍ରୀ ଆଗତ କଲେ ଅତିରିକ୍ତ ବଜେଟ

ତେବେ ଗଙ୍ଗାଧର ସାମଲଙ୍କ ପକ୍ଷରୁ ଉପସ୍ଥାପନା କରାଯାଇଥିବା ତଥ୍ୟ କେତେ ଦୂର ଠିକ ସେନେଇ ତଦନ୍ତ ଆରମ୍ଭ କରାଯାଇଥିବା ଇଡି ପକ୍ଷରୁ ସୂଚନା ମିଳିଛି । ମେଲ ରିପୋର୍ଟ କେତେ ଦୂର ଠିକ ସେନେଇ ଇମେଲ କର୍ତ୍ତୃପକ୍ଷଙ୍କ ସହାୟତାରେ ଯାଞ୍ଚ କରାଯାଉଛି ।

ସୂଚନାଅନୁସାରେ, ଅର୍ଚ୍ଚନା ମାମଲା ଇଡି ହାତକୁ ଗଲାପରେ ଆର୍ଥିକ କାରବାରକୁ ଜୋରଦାର କରିଥିଲା ଇଡି । ଏହି ସମୟରେ ଜଣାପଡିଥିଲା ଏକ କାର ସୋରୁମରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ 30 ଲକ୍ଷରୁ ଅଧିକ ଟଙ୍କା ଆସିଛି । ତେବେ ସେହି କାର ସୋରୁମର ମାଲିକ ଥିଲେ ଢେଙ୍କାନାଳ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ । ଏହାପରେ ଗତ ସପ୍ତାହରେ ଗଙ୍ଗାଧରଙ୍କୁ ସମନ ଜାରି କରିଥିଲା ଇଡି । ଗୁରୁବାର ସକାଳ ପ୍ରାୟ 10ଟା ସମୟରେ ସାଙ୍ଗରେ କିଛି ତଥ୍ୟ ଧରି ଇଡିରେ ହାଜର ହୋଇଥିଲେ । ଏହାପରେ ବିଧାୟଙ୍କ ଭାଇଙ୍କୁ ଇଡି 12 ଘଣ୍ଟା ଜେରା କରିଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.