ଭୁବନେଶ୍ୱର ମଲରେ ଲାଗିଲା ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ଅଗ୍ନିଶମର ପ୍ରୟାସ ଜାରି

author img

By

Published : May 23, 2023, 3:32 PM IST

Updated : May 23, 2023, 7:02 PM IST

fire breaks out at mall

ଭୁବନେଶ୍ବର ସ୍ଥିତ ପାତ୍ରପଡ଼ାରେ ଅଘଟଣ । ଏକ ମଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର ସ୍ଥିତ ମଲରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ପାତ୍ରପଡ଼ା ସ୍ଥିତ ଭି୨ ମଲରେ ଅଘଟଣ । ଫ୍ୟାସନ ଡ୍ରେସ୍ ମାଟେରିଆଲ ଥିବା ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ତିନିମହଲା ବିଶିଷ୍ଟ ମଲରେ ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଖବର ପାଇ ପାତ୍ରପଡ଼ା ଫାୟାର ଷ୍ଟେସନ କର୍ମଚାରୀ ସମେତ ସ୍ଥାନୀୟ ପୋଲିସ ଉପସ୍ଥିତ ରହିଛି । ନିଆଁକୁ ଆୟତ୍ତ କରିବାରେ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଭିତରେ କଣ୍ଢେଇ ଓ ଡ୍ରେସ୍ ମାଟେରିଆଲ ଯୋଗୁଁ ନିଆଁ ବ୍ୟାପିଥିବା ଜଣାପଡ଼ିଛି । ସେପଟେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ପ୍ରକାଶ ଥାଉକି, ଗତ ସୋମବାର ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ପେନ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି । ଏହା ଏକ ଅଫିସ ଷ୍ଟ୍ରେସନାରୀ ଓ ବିଭିନ୍ନ କଲମ ମିଳୁଥିବା ଦୋକାନ । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । ସୋମବାର ସନ୍ଧ୍ୟା ସମୟରେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ନିକଟରେ ଥିବା ପେନ ହସ୍ପିଟାଲ କୌଣସି କାରଣ ବସତଃ ନିଆଁ ଲାଗିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା ।

ଦୀର୍ଘ ସମୟ ପରେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ସମ୍ପୂର୍ଣ୍ଣ ଭାବରେ ଆୟତ୍ତ କରାଯାଇଥିଲା । ନିଆଁ ଲିଭା କାର୍ଯ୍ୟରେ ୮ଟି ଅଗ୍ନି ନିର୍ବାପକ ଗାଡି ଏବଂ ୧୫ ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ । ପ୍ରବଳ ଧୂଆଁ ଯୋଗୁଁ ଭିତରେ ପଶିବା ସମ୍ଭବ ହୋଇନଥିଲା । ନିବୁଜ ଘର ଥିବାରୁ ଧୂଆଁ ଅଧିକ ରହିଥିଲା । ଦୋକାନର ଦୁଇ ପାର୍ଶ୍ୱରେ ଦୁଇଟି ସୋ ରୁମ ରହିଛି । ପେନ ହସ୍ପିଟାଲ ନିଆଁକୁ ସମ୍ପୂର୍ଣ ଆୟତ୍ତ କରାଯାଇଥିବାରୁ ଅନ୍ୟ ଦୋକାନ ଗୁଡିକର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ଅନ୍ୟପଟେ ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ଗୁଣ୍ଡେରପୁର ସ୍ଥିତ ପାଇପ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ପାଇପ ଜଳି ନଷ୍ଟ ହୋଇଯାଇଛି । ପ୍ରାୟ 3 ଘଣ୍ଟା ଆପ୍ରାଣ ଉଦ୍ୟମରେ ନିଆଁକୁ ଆୟତ୍ତ କରିଥିଲାଅଗ୍ନିଶମ ବାହିନୀ । ତେବେ ଅଗ୍ନିକାଣ୍ଡର କାରଣ କଣ ତାହା ସ୍ପଷ୍ଟ ହୋଇ ନାହିଁ l

ଇଟିଭି ଭାରତ, ଭୁବନେଶ୍ବର

Last Updated :May 23, 2023, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.