ସଦାଶିବ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

author img

By

Published : Jan 24, 2023, 2:34 PM IST

Sadashiva Parida death case

ଲିଙ୍ଗରାଜ ଥାନା ସଦାଶିବ ମୃତ୍ୟୁ ଘଟଣା । ଜଣେ ଯୁବତୀ ସଦାଶିବଙ୍କ ରୁମକୁ ଯାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ସିସିଟିଭି ଫୁଟେଜ ସାମନାକୁ ଆସିବା ପରେ ପରିବାର ହତ୍ୟା ଅଭିଯୋଗ ଆଣିଛି । ଅଧିକ ପଢନ୍ତୁ

ସଦାଶିବ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ଭୁବନେଶ୍ବର: ଲିଙ୍ଗରାଜ ଥାନା ସଦାଶିବ ମୃତ୍ୟୁ ନେଇ ବଢୁଛି ସନ୍ଦେହ । ମାମଲାରେ‌ ପୋଲିସ ତଦନ୍ତ ଓ ଘଟଣାକୁ ଚାପିବାର ପ୍ରୟାସ ନେଇ ପୋଲିସ ବିରୋଧରେ ଥାନା ଘେରାଉ କରିଛି ପରିବାର । ଏନେଇ ସଦାଶିବର ମାଆ ଥାନା ଆଗରେ ଆତ୍ମାହୁତିର ଧମକ ଦେବା ସହ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ସଦାଶିବ ମୃତ୍ୟୁ ପଛରେ ଜଣେ ଝିଅର ଭୂମିକା ଅଭିଯୋଗ ଆଣି ଏ ନେଇ ସଠିକ ତଦନ୍ତ ଦାବିରେ ଦୀର୍ଘ ସମୟ ଧରି ଅଡି ବସିଛନ୍ତି ସଦାଶିବଙ୍କ ମାଆ ।

ପୋଲିସ ପାଞ୍ଚ ଦିନ ଧରି କାହିଁକି ଚୁପ ରହିଛି ? ଅଭିଯୋଗ ହେବା ସତ୍ତ୍ବେ କାହିଁକି ହତ୍ୟା ମାମଲା ରୁଜୁ କରୁନି ପୋଲିସ ? ସଦାଶିବ ମୃତ୍ୟୁ ପଛରେ ଜଣେ ଝିଅର ଭୂମିକା ଅଭିଯୋଗ ଆଣି ତାକୁ ଓ ତାର ପରିବାରକୁ କାହିଁକି ପୋଲିସ ତଦନ୍ତ କରୁନି ବୋଲି ସେ ପ୍ରଶ୍ନ କରିଛନ୍ତି । ପରିବାର ଲୋକ ଏକ ସିସିଟିଭି ଫୁଟେଜ ପୋଲିସକୁ ଦେଇଛନ୍ତି । ଯାହାକୁ ନେଇ ପୋଲିସ ମଧ୍ୟ ତାଜୁବ ହୋଇଛି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀ ସଦାଶିବର ରୁମକୁ ଯାଉଛି। ଯୁବତୀ ଜଣକ ସନ୍ଧ୍ୟା ୫ଟା ୨୯ସମୟରେ ସଦାଶିବଙ୍କ ରୁମକୁ ଯାଇଥିବା ବେଳେ ୫ଟା ୪୬ରେ ଫେରିଛନ୍ତି । ତେବେ ଯଦି ସଦାଶିବ ମୃତ୍ୟୁ ବୋଲି ଜାଣିଲେ ଯୁବତୀ ଜଣକ କାହିଁକି ଚୁପ୍ ରହିଲେ ବୋଲି ପ୍ରଶ୍ନ ଉଠିଛି ।

ଯୁବତୀ ଜଣକ ୪ଫୁଟର ହୋଇଥିବା ବେଳେ ସଦାଶିବଙ୍କ ଉଚ୍ଛତା ୫ଫୁଟ ୧୧ଇଞ୍ଚ । ତେବେ ସେ ଏକୁଟିଆ ମୃତଦେହ ବେକରୁ ରଶି କିପରି କାଢିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଅସଲରେ ଘଟଣା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି । ଆତ୍ମହତ୍ୟା କହି ଘଟଣାକୁ ଚାପି ନଦେଉ ବୋଲି ଥାନା ସାମ୍ନାରେ କାନ୍ଦି କାନ୍ଦି କହିଛନ୍ତି ମୃତ ସଦାଶିବର ମାଆ । ସଦାଶିବ ଭିଡିଓ କଲରେ କଥା ହୋଇ ଆତ୍ମହତ୍ୟା କରିଥିବା କଥା ପୋଲିସ କହିଛି । ସେପଟେ ସିସିଟିଭିରେ ସଦାଶିବଙ୍କ ନିକଟକୁ ଜଣେ ଯୁବତୀ ଯାଇଥିବା ଦେଖିବାକୁ ମିଳିଛି । ଫଳରେ ମୃତ୍ୟୁକୁ ନେଇ ସନ୍ଦେହ ବଢିଛି ।

ଏହା ବି ପଢନ୍ତୁ- Dead body recovered from Trolley Bag: ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ପୋଲିସ ପଞ୍ଝାରେ ମୁଖ୍ୟ ଅଭିଯୁକ୍ତ

ସୂଚନା ଥାଉ କି କିଛି ଦିନ ତଳେ ଇନଫୋସିଟି ଥାନା ଆନନ୍ଦ ଟପୋ ମାମଲାରେ ମଧ୍ୟ ଅଭିଯୋଗ ନ ରଖି ପରିବାର ଲୋକଙ୍କ କଥା ନଶୁଣି ବା ମହଙ୍ଗା ପଡ଼ିଥିଲା । ଏପରିକି ଘଟଣାରେ ପୋଲିସ ଚାପି ଦେଇଥିବାରୁ ଶେଷରେ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ପରିବାର। ପରେ କୋର୍ଟ ଥାନାର ତତ୍କାଳୀନ IICଙ୍କୁ ଦଣ୍ଡ ସ୍ବରୂପ କିଛି ଦିନ ଲାଗି ଟ୍ରେନିଂ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଘଟଣାକୁ ହତ୍ୟା ମାମଲା ରୁଜୁ କରି ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ସମାନ ଘଟଣା ପରି ମଧ୍ୟ ଏହି ଘଟଣା ରହସ୍ୟମୟ ହେଉଥିବା ବେଳେ ଏବେ ପୋଲିସ ହତ୍ୟା ମାମଲା ରୁଜୁ କରିବ ନା ପରିବାର ଲୋକଙ୍କ କଥାକୁ ଅଣଦେଖା କରିବ ତାହା କମିଶନରେଟ୍ ପୋଲିସ ଉପରେ ନିର୍ଭର କରୁଛି । ତେବେ ଗତ ୧୮ତାରିଖ ସନ୍ଧ୍ୟା ସମୟରେ ଭଡାଘରୁ ସଦାଶିବଙ୍କ ମୃତଦେହ ଜବତ ହୋଇଥିଲା । ସେତେବେଳେ ଭିଡିଓ କଲରେ ରହି ଆତ୍ମହତ୍ୟା କରିଥିବା ପୋଲିସ କହିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.