ଶିକ୍ଷକ ନଥିବା ସ୍କୁଲ ପାଇଁ ପ୍ରତିବାଦ କରାଯାଉ: ଓଡିଶା ଅଭିଭାବକ ମହାସଂଘ

author img

By

Published : Jul 2, 2022, 11:24 AM IST

ଶିକ୍ଷକ ନଥିବା ସ୍କୁଲ ପାଇଁ ପ୍ରତିବାଦ କରାଯାଉ: ଓଡିଶା ଅଭିଭାବକ ମହାସଂଘ

ରାଜ୍ୟରେ ଥିବା ପ୍ରାୟ ଅଠଚାଳିଶ ହଜାରରୁ ଅଧିକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଆଠହଜାରରୁ ଅଧିକ ଉଚ୍ଚ ବିଦ୍ୟାଳୟରେ ଅଧାରୁ ଅଧିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଓ ବିଷୟ ଭିତ୍ତିକ ଶିକ୍ଷକ ନାହାନ୍ତି l ଯାହା ଫଳରେ ପିଲାଙ୍କ ପାଠ ପଢାରେ ବହୁ ସମସ୍ୟା ଦେଖା ଦେଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଥିବା ପ୍ରାୟ ଅଠଚାଳିଶ ହଜାରରୁ ଅଧିକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଆଠହଜାରରୁ ଅଧିକ ଉଚ୍ଚ ବିଦ୍ୟାଳୟରେ ଅଧାରୁ ଅଧିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଓ ବିଷୟ ଭିତ୍ତିକ ଶିକ୍ଷକ ନାହାନ୍ତି l ବହୁତ ସ୍ଥାନରେ କେବଳ ହିନ୍ଦୀ, ସଂସ୍କୃତ ଓ ଶିକ୍ଷା ସହାୟକ ପାଠ ପଢ଼ାଉଛନ୍ତି । ଯାହା ଫଳରେ ପିଲାଙ୍କ ପାଠ ପଢାରେ ବହୁ ସମସ୍ୟା ଦେଖାଦେଇଛି । ସବୁ ଅଭିଭାବକ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକପ୍ରତିନିଧି ରାଜ୍ୟ ସରକାରଙ୍କର ଏପରି ଅବ୍ୟବସ୍ଥାକୁ ବିରୋଧ କରିବାକୁ ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ କହିଛନ୍ତି ।


ଶିକ୍ଷା ସମସ୍ତଙର ମୌଳିକ ଅଧିକାର । ଶିକ୍ଷା ପାଇଁ ରାଜ୍ୟ ସରକାର ଅନେକ ସହାୟତା ଘୋଷଣା କରିଛନ୍ତି । ହେଲେ ରାଜ୍ୟରେ ଶିକ୍ଷାବସ୍ଥାର ଜଳନ୍ତ ଚିତ୍ର ନ କହିଲେ ନ ସରେ । କେଉଁଠି ପିଲା ଶ୍ରେଣୀ ପରେ ଶ୍ରେଣୀ ଉତ୍ତୀର୍ଣ୍ଣ କରି ଚାଲିଛନ୍ତି ହେଲେ ଅ, ଆ ପଣିକିଆ ପଚାରିଲା ସଠିକ ଭାବରେ କହି ପାରୁନାହାନ୍ତି । ଖାଲି ସେତିକି ନୁହେଁ କୋରୋନା ସମୟରେ ଯଦି ଅଧିକ ପ୍ରଭାବ ପଡିଥାଏ ତାହେଲେ ଶିକ୍ଷା କୋରୋନାରେ ଅଧିକ ପ୍ରଭାବିତ ହୋଇଥିଲା । ଏବେ କୋରୋନା କଟକଣା ପରେ ପିଲାମାନେ ସ୍କୁଲ ଯାଉଛନ୍ତି । ହେଲେ ପିଲାମାନେ ସ୍କୁଲରେ ଶିକ୍ଷା ଗ୍ରହଣ କରିବା ପାଇଁ ବିଷୟ ଭିତ୍ତିକ ଶିକ୍ଷକ ନାହାନ୍ତି । ବିଦ୍ୟାଳୟରେ ପଦବୀ ଖାଲି ପଡିଥିଲେ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ସୁଯୋଗ ଦେଉ ନାହାନ୍ତି । ଫଳରେ ଛାତ୍ରଛାତ୍ରୀ ବିଷୟ ଭିତ୍ତିକ ଶିକ୍ଷା ଗ୍ରହଣ କରିବାରେ ଅସୁବିଧା ଭୋଗ କରୁଛନ୍ତି ।

ରାଜ୍ୟରେ ଥିବା ପ୍ରାୟ ଅଠଚାଳିଶ ହଜାରରୁ ଅଧିକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଆଠହଜାରରୁ ଅଧିକ ଉଚ୍ଚ ବିଦ୍ୟାଳୟରେ ଅଧାରୁ ଅଧିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଓ ବିଷୟ ଭିତ୍ତିକ ଶିକ୍ଷକ ନାହାନ୍ତି l ବହୁତ ସ୍ଥାନରେ କେବଳ ହିନ୍ଦୀ, ସଂସ୍କୃତ ଓ ଶିକ୍ଷା ସହାୟକ ପାଠ ପଢ଼ାଉଛନ୍ତି । ଯାହା ଫଳରେ ପିଲାଙ୍କ ପାଠ ପଢାରେ ବହୁ ସମସ୍ୟା ଦେଇଛି ।

ଏପରି ଅବ୍ୟବସ୍ଥାକୁ ମୁହଁ ଖୋଲି ପ୍ରତିବାଦ କରିବାକୁ ଆହ୍ବାନ ଦେଇଛି ଓଡିଶା ଅଭିଭାବକ ମହାସଂଘ । ସବୁ ଅଭିଭାବକ, ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଲୋକପ୍ରତିନିଧି ରାଜ୍ୟ ସରକାରଙ୍କର ଏପରି ଅବ୍ୟବସ୍ଥାକୁ ବିରୋଧ କରିବାକୁ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ କହିଛନ୍ତି। ଏକ ପ୍ରେସ ବିଜ୍ଞାପ୍ତିରେ ବାସୁଦେବ ଭଟ୍ଟ ସବୁ ଅଭିଭାବକ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କୁ ସ୍କୁଲରେ ତାଲା ପକାଇ ଏହାକୁ ଦୃଢ଼ ବିରୋଧ କରିବାକୁ କହିଛନ୍ତି l ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଗଣିତ, ବିଜ୍ଞାନ, ଇଂରାଜୀ ଆଦି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଶିକ୍ଷକ ନଥିଲେ ସେଠି ପାଠ ପଢ଼ା କେମିତି ହେବ । ଯେଉଁଠି ଜଣେ ଶିକ୍ଷକ ଅଛନ୍ତି ସେଠି ଜୋରଦାର ପ୍ରତିବାଦ କରିବାକୁ କହିଛନ୍ତି । ଯେଉଁମାନେ ଆନ୍ଦୋଳନ କରିବେ ସେମାନଙ୍କୁ ଓଡିଶା ଅଭିଭାବକ ମହାସଂଘ ସମର୍ଥନ କରିବ l

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.