ସାତ ଜନମର ସାଥୀ ହେଲେ ଦିବ୍ୟାଙ୍ଗ ଅର୍ଚ୍ଚନା-ଜୟରାମ, ଦେଖନ୍ତୁ ବାହାଘର

author img

By

Published : Sep 17, 2021, 12:49 PM IST

ନିଆରା ବାହାଘର : ଦିବ୍ୟଙ୍ଗ ଅର୍ଚ୍ଚନାଙ୍କୁ ଜୀବନ ସାଥୀ କଲେ ଜୟରାମ

ଦିବ୍ୟାଙ୍ଗଙ୍କ ନିଆରା ବାହାଘର । ବାଜା ,ବାଣ , ରୋଷଣୀ ବିନା ସରିଲା ବାହାଘର । ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ । ଅଧିକ ପଢନ୍ତୁ...

ଖୋର୍ଦ୍ଧା : ନାହିଁ ବାଜା ,ବାଣ, ରୋଷଣୀ କି ବରଗାଡି । ମନ ସହ ମିଶିଲା ମନ । ଫୁଲମାଳ ଅଦଳ ବଦଳ କରି ସରିଲା ବାହାଘର । ଆଉ ସାତ ଜନ୍ମର ସାଥି ହେଲେ ଜୟରାମ ଓ ଅର୍ଚ୍ଚନା । ଏ ହେଉଛି ଗୋଟିଏ ନିଆରା ବାହାଘର। କାହିଁକି ନା ଉଭୟ ଦିବ୍ୟାଙ୍ଗ ।

ନିଆରା ବାହାଘର: ଦିବ୍ୟାଙ୍ଗ ଅର୍ଚ୍ଚନାଙ୍କୁ ଜୀବନ ସାଥୀ କଲେ ଜୟରାମ

ଘଟଣାଟି ଥିଲା ଏମିତି , ଅର୍ଚ୍ଚନା ଛଅ ସାତ ବର୍ଷର ହୋଇଥିବା ବେଳେ ଅନାଥ ହୋଇଯାଇଥିଲା । ପୁଣି ଦିବ୍ୟାଙ୍ଗ ମଧ୍ୟ । ତାଙ୍କର ଗୋଟିଏ ଗୋଡ଼ ଓ ହାତ ଠିକ ଭାବରେ କାର୍ଯ୍ୟ କରେ ନାହିଁ। ଆଦୃତ ନାମକ ଶିଶୁ ସୁରକ୍ଷା ସଂଗଠନ ଏହି ଶିଶୁ କନ୍ୟାକୁ ୨୦୦୬ରେ ଆଦରି ନେଇଥିଲା । ସେଠାରେ ସେ ଲାଳିତ ପାଳିତ ହୋଇ ଏବେ ୨୨ ବର୍ଷର ଯୁବତୀ ହେବା ପରେ ସେହି ଅନୁଷ୍ଠାନରେ ଚାକିରୀ କରୁଛନ୍ତି । ଠିକ ସେହିପରି ଜୟରାମ ପିଲାବେଳୁ ଅନାଥ । କଥା ଠିକ ଭାବରେ କହି ପାରନ୍ତିନି ।

ତାଙ୍କୁ ୧୫ ବର୍ଷ ବୟସ ହେବାବେଳେ ୨୦୧୦ ମସିହାରେ ବାରକୋଟ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ଆଦୃତ ଶିଶୁ ସୁରକ୍ଷା ସଦନ ବଲାଙ୍ଗୀର ୟୁନିଟ ରେ ରଖିଥିଲା। ତାକୁ ୧୮ ବର୍ଷ ହେବା ପରେ ସେ ଏହି ସଂସ୍ଥାରେ ଚାକିରୀ ପାଇଥିଲା। କେହି କାହାରିକୁ ଜାଣି ନ ଥିଲେ ମଧ୍ୟ ସଂସ୍ଥାର ମୁଖ୍ୟ ଉଭୟଙ୍କୁ ବିବାହ ବନ୍ଧନରେ ବାନ୍ଧି ଛନ୍ତି। ଜିଲ୍ଲାପାଳ ମଧ୍ୟ ଉଭୟଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.