Direct flight Connection to foreign country: ଅର୍ନ୍ତଜାତୀୟ ଉଡାଣକୁ କ୍ୟାବିନେଟର ସବୁଜ ସଙ୍କେତ

author img

By

Published : Dec 27, 2022, 10:00 PM IST

Direct flight connect to Foreign

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକ ରୁଟରେ ବିମାନ ଚଳାଚଳ ପାଇଁ ବିଭିନ୍ନ ବିମାନ ଚଳାଚଳ କମ୍ପାନୀମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଇଥିଲା । କେବଳ ଇଣ୍ଡିଗୋ ଏଥିରେ ଇଚ୍ଛା ପ୍ରକାଶ କରିବା ସହ ବିମାନ ଚଳାଚଳ ଲାଗି ଆବେଦନ କରିଥିଲା । ରାଜ୍ୟ ସରକାର ଆଜି ଏହି ସଂସ୍ଥାକୁ ସବୁଜ ସଙ୍କେତ ଦେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଖୁବଶୀଘ୍ର ଭୁବନେଶ୍ୱର ଆର୍ନ୍ତଜାତିକ ବିମାନବନ୍ଦରରୁ ବିଦେଶକୁ ଉଡିବ ବିମାନ । ସିଧାସଳଖ ଓଡ଼ିଶା ସହ ହେବ ବିଦେଶର ସଂଯୋଗ । ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ବିମାନ ଚଳାଚଳ କରିବ (Direct flight connectivity to Dubai, Singapore and Bangkok from Bhubaneswar ) । ଏହି ରୁଟରେ ବିମାନ ଚଳାଇବା ପାଇଁ ଇଣ୍ଡିଗୋ ବିମାନ ଚଳାଚଳ ସଂସ୍ଥା ଆବେଦନ କରିଥିବାବେଳେ ଆଜି ରାଜ୍ୟ କ୍ୟାବିନେଟ ( Odisha Cabinet approves) ତାହାକୁ ଅନୁମୋଦନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର (Chief Secretary Suresh Chandra Mahapatra ) ।

ଏହାବି ପଢନ୍ତୁ- Odisha Cabinet: ୧୭ପ୍ରସ୍ତାବକୁ କ୍ୟାବିନେଟ ମୋହର, ଭୁବନେଶ୍ୱରରୁ ଦୁବାଇ-ସିଙ୍ଗାପୁର-ବ୍ୟାଙ୍କକ୍‌କୁ ଡାଇରେକ୍ଟ ଫ୍ଲାଇଟ୍

ମୁଖ୍ୟ ଶାସନ ସଚିବ (Chief Secretary Suresh Chandra Mahapatra ) କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକ ରୁଟରେ ବିମାନ ଚଳାଚଳ ପାଇଁ ବିଭିନ୍ନ ବିମାନ ଚଳାଚଳ କମ୍ପାନୀମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଇଥିଲା । କେବଳ ଇଣ୍ଡିଗୋ ଏଥିରେ ଇଚ୍ଛା ପ୍ରକାଶ କରିବା ସହ ବିମାନ ଚଳାଚଳ ଲାଗି ଆବେଦନ କରିଥିଲା । ରାଜ୍ୟ ସରକାର ଆଜି ଏହି ସଂସ୍ଥାକୁ ସବୁଜ ସଙ୍କେତ ଦେଇଛନ୍ତି । ଫଳରେ ସପ୍ତାହକୁ ଯଥାକ୍ରମେ ତିନିଟି ଓ ଦୁଇଟି ୧୮୬ ଆସନ ବିଶିଷ୍ଟ ବିମାନ ଚଳାଚଳ ଆରମ୍ଭ କରିବ । ରାଜ୍ୟ ସରକାର ବିମାନ ଚଳାଚଳ ଖର୍ଚ୍ଚ ବହନ କରିବେ । ଏହାର ଫଳ ସ୍ୱରୂପ ସମସ୍ତ ଟିକଟ ଖର୍ଚ୍ଚ ସମ୍ପୂର୍ଣ୍ଣ ରୂପେ କମ୍ପାନୀକୁ ପ୍ରଦାନ କରାଯିବ । ଏହା ଆର୍ନ୍ତଜାତୀୟ ବିମାନ ଚଳାଚଳକୁ ସୁଗମ କରିବା ସହିତ ରାଜ୍ୟକୁ ଅଧିକ ରାଜସ୍ୱ ମିଳିପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଏହାବି ପଢନ୍ତୁ- BJP Delegation: ସମ୍ବଲପୁରୀରେ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ଓଡିଶାର ସମୃଦ୍ଧ ଖଣିଜ ସମ୍ପଦ, ପର୍ଯ୍ୟଟନ, ବୈଷୟିକ ଜ୍ଞାନକୌଶଳ, ଇତିହାସ ଓ ସଂସ୍କୃତିକୁ ସମଗ୍ର ବିଶ୍ୱ ଦରବାରରେ ପରିଚିତ କରିବା ଦିଗରେ ଆର୍ନ୍ତଜାତୀୟ ବିମାନ ଚଳାଚଳ ଏକ ମୁଖ୍ୟ ସୋପାନ । ଫଳରେ ଓଡିଶାରୁ ତିନିଟି ଆର୍ନ୍ତଜାତୀୟ ସ୍ଥଳକୁ ଖୁବଶୀଘ୍ର ବିମାନ ଚଳାଚଳର ବାଟ ଫିଟିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.