କେନାଲରେ ଭାସୁଛି ନବଜାତକ ମୃତଦେହ

author img

By

Published : Sep 18, 2021, 7:22 PM IST

କେନାଲରେ ଭାସୁଛି ନବଜାତକର ମୃତଦେହ

ଖୋର୍ଦ୍ଧା ଜିଲ୍ଲା ପାରିନୂଆଗାଁ କେନାଲରେ ନବଜାତକ ମୃତଦେହ ଠାବ ହୋଇଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଜିଲ୍ଲାର ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିନୂଆଗାଁ କେନାଲରେ ଆଜି (ଶନିବାର) ଏକ ନବଜାତ ଶିଶୁର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି ।

କେନାଲରେ ଭାସୁଛି ନବଜାତକର ମୃତଦେହ

ସୂଚନା ମୁତାବକ ଆଜି ଗ୍ରାମବାସୀମାନେ କେନାଲକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ନବଜାତ ଶିଶୁ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ । ହେଲେ ଶିଶୁଟି ମୃତ ବୋଲି ଜଣାପଡିଛି ।

ତେବେ କିଏ ଏବଂ କଣ ପାଇଁ ଶିଶୁକୁ କେନାଲରେ ଭସେଇଲା ତାହା ଏଯାଏଁ ଜଣାପଡ଼ିନାହିଁ । ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଅଧିକ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.